ପଶ୍ଚିମ ଓଡ଼ିଶା ସହ ଶ୍ରୀମନ୍ଦିର ନବଗ୍ରହଙ୍କର ସଂପର୍କ ରହିଛି

ଭୁବନେଶ୍ୱର: ଗ୍ରହ ଖରାପ ଥିଲେ, କିଏ କେତେ ପୂଜା କରନ୍ତି । କିଏ ଉପାସ ବ୍ରତ କରନ୍ତି, କିଏ ଗ୍ରହଶାନ୍ତି ହୋମ । ହେଲେ ବିଶ୍ୱାସ ଅଛି, ଶ୍ରୀମନ୍ଦିରରେ ନବଗ୍ରହଙ୍କୁ ଦର୍ଶନ ଓ ଦୀପ ଦାନ ଦ୍ୱାରା ଗ୍ରହ ଦୋଷରୁ ତତ୍କାଳ ମୁକ୍ତି ମିଳିଥାଏ । 

ଶ୍ରୀମନ୍ଦିରରେ ଶ୍ରୀ ମହାଲକ୍ଷ୍ମୀ ମନ୍ଦିର ନାଟମଣ୍ଡପର ଉତ୍ତର ପାର୍ଶ୍ୱରେ ନବଗ୍ରହଙ୍କ ମନ୍ଦିର ଅବସ୍ଥିତ । ଏହି ମନ୍ଦିରର ପତନ ଠାରୁ ପ୍ରାୟ ୪ଫୁଟ ଉଚ୍ଚରେ କାନ୍ଥରେ ରବି,ଚନ୍ଦ୍ର,ମଙ୍ଗଳ,ବୁଧ,ବୃହସ୍ପତି,ଶନି,ରାହୁ ଓ କେତୁ ବିଗ୍ରହ ବିପରୀତ କ୍ରମରେ ପ୍ରତିଷ୍ଠିତ ପୂର୍ବକ ପୂଜିତ ହେଉଛନ୍ତି । ଶ୍ରୀମନ୍ଦିରରେ ଥିବା ନବଗ୍ରହଙ୍କ ବିଶେଷତ୍ୱ ହେଲା, ସେମାନେ ଦକ୍ଷିଣରୁ ବାମକୁ ବିରାଜମାନ କରିଛନ୍ତି । କିନ୍ତୁ ଅନ୍ୟ ନବଗ୍ରହ ମନ୍ଦିରରେ ମୂର୍ତ୍ତିମାନଙ୍କର ଅବସ୍ଥିତି ବାମରୁ ଦକ୍ଷିଣକୁ ।

ସୋନପୁର ମହାରାଜ ଏହି ଠାକୁର ମାନଙ୍କର ଭୋଗ ପାଇଁ ୧୯୪୭ ମସିହା ପୂର୍ବରୁ ବାର୍ଷିକ ୯୦ଟଙ୍କା ସଂପୃକ୍ତ ସେବକଙ୍କୁ ପ୍ରଦାନ କରୁଥିଲେ । ମାତ୍ର ଏବେ ସେମାନେ ଆଉ ଦେଉନାହାନ୍ତି । 

ଶ୍ରୀମନ୍ଦିର ଭିତର ବେଢ଼ାସ୍ଥ ମହାଲକ୍ଷ୍ମୀ ମନ୍ଦିର ଦର୍ଶନ କରି ଭକ୍ତ ତଥା ଦର୍ଶନାଥୀମାନେ ଏହି ମନ୍ଦିରକୁ ଯାଇ ନବଗ୍ରହଙ୍କୁ ଦର୍ଶନ ଓ ଦୀପ ଦାନ କଲେ ଗ୍ରହ ଦୋଷରୁ ମୁକ୍ତି ପାଇଥାନ୍ତି । 

Share Post

Leave a Reply

Your email address will not be published. Required fields are marked *

5 × 5 =