ମହାପ୍ରଭୁଙ୍କ ଚକଟା ଭୋଗ ଓ ପଣା ବି ସ୍ୱତନ୍ତ୍ର

ଭୁବନେଶ୍ୱର: ଓଡ଼ିଶାର ବିଭିନ୍ନ ମନ୍ଦିରରେ ପୂଜା ନୀତି ଯେମିତି ସ୍ୱତନ୍ତ୍ର, ଭୋଗନୀତି ବି ସେମିତି ନିଆରା । ଏହାକୁ ନିରେଖି ଦେଖିଲେ ସେଥିରେ ସ୍ୱାସ୍ଥ୍ୟ ବିଜ୍ଞାନ ଉପରେ କେତେ ଗୁରୁତ୍ୱ ଦିଆଯାଇଛି, ତାହା ଯେ କେହି ଜାଣିପାରିବ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଭୋଗନୀତି ବି ଏଥିରୁ ବାଦ୍‍ ଯିବ କିପରି । 

ବିଶେଷକରି ଅଣସର ଭୋଗ ନୀତି ଏ କ୍ଷେତ୍ରରେ ଅନେକ ସଙ୍କେତ ଦେଇଥାଏ । 

ବ୍ୟବସ୍ଥା ଅନୁସାରେ, ସ୍ନାନ ପୂର୍ଣ୍ଣମୀ ଦିନ ରାତିରେ ଶ୍ରୀବିଗ୍ରହମାନେ ଅଣସର ଗୃହକୁ ବିଜେ କରିବା ପରେ ମହାପ୍ରଭୁମାନଙ୍କର ଅଣସର ନୀତି ଅାରମ୍ଭ ହୋଇଥାଏ । ଦଇତାପତିମାନେ ଭଣ୍ଡାର ମେକାପ ସେବକଙ୍କଠାରୁ ତେଲ ଦୀପ ଗ୍ରହଣ କରି ଅଣସର ଗୃହରେ ବସାଇଥାନ୍ତିଓ ଏହା ପରେ ଭିତର ଶୋଧ ହୋଇଥାଏ । ଅଣସର ତାଟି ଅାଗରେ ଠାକୁରଙ୍କର ମଧ୍ୟାହ୍ନ ଧୂପନୀତି ଶେଷ ପରେ ଅଣସର ଘର ତାଟି ଖୋଲାଯାଏ ଓ ମନ୍ଦିର ପ୍ରଶାସନ ପକ୍ଷରୁ ଚକଟା ଭୋଗ କରାଯାଏ । ଦିନକୁ ଦୁଇଥର ଏଭଳି ଭୋଗ ହୋଇଥାଏ ।

ଚକଟା ଭୋଗ ମଧ୍ୟରେ ଥାଏ ଧୁଅା ମୁଗ, ନଡିଅା, ପଣସ,ଅାମ୍ୱ,କଦଳୀ ଇତ୍ୟାଦି । ଏହି ଭୋଗ ଲାଗି ପରେ ଦୁଇଥର ପଣା ଭୋଗ କରାଯାଏ । ପ୍ରଥମ ଦିନ ଠାରୁ ପଞ୍ଚମୀ ଦିନ ପର୍ଯ୍ୟନ୍ତ କେବଳ ଚକଟା ମଇଲମ ଭୋଗ ହୋଇଥାଏ ।  ଷଷ୍ଠୀ ଠାରୁ ଦଶମୀ ଯାଏ ବିଭିନ୍ନ ଫଳ ଯଥା କଦଳୀ,ସପୁରୀ,ପଣସ,ଅାମ୍ୱ,ଛେନା ଖଇ,ଖୁଅାପେଡା,ଖୁଅାବରଫି,ଲିଅାଛତୁ,ଗୁଡଖଇ,ଲିଅା ଇତ୍ୟାଦି ଅଣସର ଘରେ ଭୋଗ ହୋଇଥାନ୍ତି । ଅଣସର ଘରେ ପତି ମହାପାତ୍ର ହିଁ ଏହି ଭୋଗକୁ ସମର୍ପଣ କରିଥାନ୍ତି । 

ଏକାଦଶୀ ଦିନ ହିଁ ଭୋଗରେ ତୁଳସୀ ପଡିଥାଏଓ ସେହିଦିନଠାରୁ ଠାକୁରେ ବିଭିନ୍ନ ସୁସ୍ୱାଦୁ ଫଳ,ଖିସ୍‍ମିସ୍‍,ଖୁଅାପେଡା,ଖୁଅାମଣ୍ଡା ଏବଂ କ୍ଷୀର ଜାତୀୟ ମିଠା ସମେତ ବୈଦ୍ୟଙ୍କ ଘରୁ ଅାସିଥିବା ଦଶମୂଳ ମୋଦକ ଲାଗି ହୋଇଥାନ୍ତି ।ଅଣସର ସମୟର ପଣାର ସ୍ୱାଦ ଓ ବାସ୍ନା ସ୍ୱତନ୍ତ୍ର ନିଶ୍ଚୟ ।

Share Post

Leave a Reply

Your email address will not be published. Required fields are marked *

14 + 8 =