ମହାପ୍ରସାଦ ପଛର ଲୋକାଚାର ଏମିତି

ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଜଗନ୍ନାଥ ଯେମିତି ରହସ୍ୟର ଠାକୁର, ତାଙ୍କର ନୀତିକାନ୍ତି, ପୂଜା ପଛରେ ବି ଅନେକ ରହସ୍ୟ ଲୁଚି ରହିଛି । ଏଇ ଯେମିତି ଶ୍ରୀମନ୍ଦିରରେ ମହାପ୍ରସାଦ କେବେ ଠାରୁ ପ୍ରସ୍ତୁତି ଚାଲିଛି, ତାହା ଆଜି ଯାଏ ଠୋସ୍‍ ଭାବେ କୁହାଯାଇନାହିଁ । ଏହା ପଛରେ ଇତିହାସ ଅପେକ୍ଷା କିମ୍ୱଦନ୍ତୀ ଅତ୍ୟନ୍ତ ବଳିଷ୍ଠ ।
ଏହି ମହାପ୍ରସାଦକୁ ନେଇ ଆମ ବ୍ୟବସ୍ଥାରେ ଅନେକ ଲୋକାଚାର ରହିଛି ।ସାଧାରଣତଃ ଆମେ ଖାଇବା ପ୍ରସ୍ତୁତ କରିବା ପୂର୍ବରୁ ତାହାକୁ ଭଲ ଭାବେ ଧୋଇଥାନ୍ତି । ହେଲେ ଏହାର ଠିକ୍‍ ବିପରୀତ ଚିତ୍ର ମହାପ୍ରସାଦ କ୍ଷେତ୍ରରେ ରହିଛି । ଯେଉଁ କୁଡୁଆରେ ଭକ୍ତ ମହାପ୍ରସାଦ ଆଣିଥାନ୍ତି, ତାହା ଧୁଆ ଯିବାର ବିଧି ନାହିଁ । ଅବଶ୍ୟ ଆଜି ଦିନରେ ଏ ବ୍ୟବସ୍ଥାରେ କେଉଁଠି କେମିତି ପରିବର୍ତନ ଆସିଲାଣି ।
କେବଳ ଏଇ ଗୋଟିଏ କଥା ନୁହେଁ, ଅନ୍ୟ ଯେ କୌଣସି ଖାଦ୍ୟ ସହିତ ମହାପ୍ରସାଦକୁ ଖାଇବା ପାଇଁ ବାରଣ ରହିଛି । କାରଣ ଏହା ସଂସ୍କାରିତ ଓ ବୈଷ୍ଣବାଗ୍ନି ଦ୍ୱାରା ପ୍ରସ୍ତୁତ ହୋଇଥାଏ । ମହାପ୍ରସାଦ ଖାଇବା ପରେ ଯେ କୌଣସି ସ୍ଥାନରେ ହାତ ଧୋଇବା ଉପରେ ବାରଣ ରହିଛି । ବିଶେଷକରି ନାଳ ନର୍ଦମା ଆଦି ସ୍ଥାନରେ ଖାଇବା ପରେ ହାତ ଧୁଆଯାଇନଥାଏ । ସବୁଠାରୁ ବଡ କଥା ହେଲା, ଇଚ୍ଛା ଥାଉ ବା ନ ଥାଉ, ମହାପ୍ରସାଦ କେହି ଯାଚିଲେ, ତାହାକୁ ବାରଣ କରାଯାଇପାରିବ ନାହିଁ । ଅଳ୍ପ କିଛି ପରିମାଣରର ହେଲେ ବି ଗ୍ରହଣ କରିବାକୁ ହେବ । ଅନ୍ୟଥା ମହାପ୍ରସାଦକୁ ଅସମ୍ମାନ ବୋଲି ବିବେଚନା କରାଯାଏ ।
ଏଭଳି ଲୋକାଚାର ପଛରେ ବାସ୍ତବତା ବେଶ୍‍ ବାରି ହୋଇପଡେ । ଯେଉଁ ଅନ୍ନ ଚିନ୍ତାରେ ମନୁଷ୍ୟ ଦିନରାତି ଏକାକାର କରିଦେଇଥାଏ, ତାର ସର୍ବୋଚ୍ଚ ସମ୍ମାନ ହେବାର ଆବଶ୍ୟକତା ରହିଛି, ଏକଥା ମହାପ୍ରସାଦ ସୂଚାଇଥାଏ ।

Share Post
  • 161
  •  
  •  
  •  
  •  
  •  
  •  
  •  
    161
    Shares

Leave a Reply

Your email address will not be published. Required fields are marked *

12 + 18 =