ଶ୍ରୀମନ୍ଦିରରେ ଦେବୀ ସରସ୍ୱତୀଙ୍କ ବିଶେଷତ୍ୱ କଣ

ଭୁବନେଶ୍ୱର: ଶ୍ରୀମନ୍ଦିରରେ ଯେଭଳି ଏକାଧିକ ସ୍ଥାନରେ ଶ୍ରୀଗଣେଶ ପୂଜା ପାଆନ୍ତି, ସେମିତି ବିଭିନ୍ନ ସ୍ୱରୂପରେ ମାଆ ସରସ୍ୱତୀଙ୍କୁ ବି ପୂଜା କରାଯାଏ । ରତ୍ନସିଂହାସନରେ ଥିବା ଭୂଦେବୀଙ୍କୁ ସରସ୍ୱତୀ ବୋଲି କୁହାଯାଇଥାଏ । ତାଙ୍କ ବ୍ୟତୀତ ମାଆ ଭୁବନେଶ୍ୱରୀଙ୍କ ମନ୍ଦିରର ନାଟ ମଣ୍ଡପର ବାମ ପାର୍ଶ୍ୱର କାନ୍ଥ ସଂଲଗ୍ନ ଏକ କ୍ଷୁଦ୍ର ମନ୍ଦିର ମଧ୍ୟରେ ମାଅା ସରସ୍ୱତୀ ପୂଜା ପାଆନ୍ତି । ଏଠାରେ କିନ୍ତୁ ଦେବୀ ହଂସ ବାହାନ ଉପରେ ବିରାଜିତାଅଛନ୍ତି । 

ମାଆ ଦୁଇ ଭୁଜା ବିଶିଷ୍ଟା ଓ ବିଗ୍ରହଙ୍କ ଉଚ୍ଚତା ପ୍ରାୟ ଏକ ଫୁଟ୍‍ । ପୂର୍ବାଭିମୁଖୀ ହୋଇ ରହିଛନ୍ତି । ମାଅା ସରସ୍ୱତୀ ଦୁଇ ହସ୍ତରେ ବୀଣା ଧାରଣ କରିଛନ୍ତିଓ ଦେବୀଙ୍କର ଡାହାଣ ପାର୍ଶ୍ୱରେ ଏକ ଫୁଟ ଉଚ୍ଚତା ବିଶିଷ୍ଟ ନୃସିଂହଙ୍କର ଏକ କ୍ଷୁଦ୍ର ମୂର୍ତ୍ତିି ରହିଛି । 

ପୁରାଣ କହେ, ସ୍ୱୟଂ ଭଗବାନଙ୍କ ଶ୍ରୀମୁଖରୁ ମାଅା ସରସ୍ୱତୀଙ୍କ ଜନ୍ମ ବୋଲି ତାଙ୍କୁ ବାକ୍‍ ଦେବୀ କୁହାଯାଇଥାଏ । ସରସ୍ୱତୀ ହେଉଛନ୍ତି ବିଦ୍ୟାର ଅଧିଷ୍ଠାତ୍ରୀ ଦେବୀ । ମାଘ ଶୁକ୍ଲପକ୍ଷ ପଞ୍ଚମୀ ଦିନ ଏହି ମନ୍ଦିରରେ ସରସ୍ୱତୀଙ୍କ ପୂଜାର୍ଚ୍ଚନା ମହା ସମାରୋହରେ ଅନୁଷ୍ଠିତ ହୋଇଥାଏ । ଏହା ବସନ୍ତ ପଞ୍ଚମୀ ବା ଶ୍ରୀ ପଞ୍ଚମୀ ନାମରେ ବିଦିତ । 

ଶ୍ରୀଜଗନ୍ନାଥଙ୍କ ନିକଟରେ ମଧ୍ୟ ସରସ୍ୱତୀ ପୂଜା ଦିନ (ହରିଡା ଖଣ୍ଡି ଓ ହେଙ୍ଗୁ ମିଶ୍ରିତ ବସନ୍ତ)କାକରା ପିଠା ଭୋଗ କରାଯାଇଥାଏ । ଏହି ଦିନ ସନ୍ଧ୍ୟା ଧୂପ ନୀତି ବଢ଼ିବା ପରେ ମାଅା ସରସ୍ୱତୀଙ୍କ ନିକଟରେ ମନ୍ଦିର ପ୍ରଶାସନ ତରଫରୁ ଯୋଗାଯାଇଥିବା ବାଇଶି ଗୋଟି ନଡିଅା ଭଙ୍ଗା ହୁଏ ଓ ମାଦଳା ପାଞ୍ଜି ପୂଜା ହୋଇଥାଏ । ଦେଉଳ କରଣ ମାନଙ୍କର ଦାୟିତ୍ୱରେ ଥିବା ସମସ୍ତ ତାଳପତ୍ର ରଚିତ ମାଦଳା ପାଞ୍ଜିକା ଅାସି ମୁଳିଅା ସୁଅାଁସିଅା ଦେଇଥିବା ଭଦ୍ରାସନ ଉପରେ ଲୌହ ଲେଖନୀ ସହ ଉକ୍ତ ପଞ୍ଜିକା ମାଅା ସରସ୍ୱତୀଙ୍କ ସାମ୍ନାରେ ରଖାଯାଇ ପୂଜା କରାଯାଇଥାଏ । ପ୍ରତିଦିନ ସକାଳ ଧୂପରୁ ଖେଚେଡ଼ି ଭୋଗ ଅାସି ମାଅାଙ୍କୁ ସମର୍ପିତ ହୋଇଥାଏ । ପ୍ରତ୍ୟହ ଜଗନ୍ନାଥଙ୍କ ଫୁଲମାଳ ମାଅାଙ୍କୁ ଲାଗି କରାଯାଏ । 

ମାଅା ଲକ୍ଷ୍ମୀଙ୍କ ମନ୍ଦିର ଜଗମୋହନ ବା ନାଟ ମଣ୍ଡପରେ ବସିବାର ବିଧିପରି ଭୁବନେଶ୍ୱରୀ ତଥା ସରସ୍ୱତୀ ମନ୍ଦିରର ନାଟ ମନ୍ଦିରରେ ବସିରହି ତାଙ୍କୁ ଧ୍ୟାନ ଓ ଗାୟତ୍ରୀ ଜପ କଲେ ଭକ୍ତର ଅଶେଷ ମଙ୍ଗଳ ହୋଇଥାଏବୋଲି ଭକñମାନେ ବିଶ୍ୱାସ କରିଥାନ୍ତି । 

Share Post

Leave a Reply

Your email address will not be published. Required fields are marked *

nine + 12 =