ଗରୁଡଙ୍କ ପଛରେ ରହି ଦର୍ଶନ କରାଯାଏ କାହିଁକି

ଭୁବନେଶ୍ୱର: ଯେ କୌଣସି ମନ୍ଦିରକୁ ଯାଇ ଦେବଦେବୀଙ୍କୁ ପ୍ରାର୍ଥନା କରିବା ବେଳେ ସାଧାରଣତଃ ଭକ୍ତ ବା ଶ୍ରଦ୍ଧାଳୁ ଗରୁଡ, ଭୂଷବଙ୍କ ନିକଟରେ ରହି ଦର୍ଶନ କରିଥାନ୍ତି । ଦେବୀମାନଙ୍କ କ୍ଷେତ୍ରରେ ମଧ୍ୟ ଅନୁରୂପ ପରମ୍ପରା ଅନୁସୃତ ହୁଏ । ଆମ ଜାଣତ ବା ଅଜାଣତରେ ଚାଲିଥିବା ଏହି ଅଭ୍ୟାସ ପଛରେ ଅନେକ ଗୁଢ ତତ୍ତ୍ୱ ରହିଛି । 

ଶ୍ରୀମନ୍ଦିରରେ ଗରୁଡଙ୍କ ପଛରେ ରହି ଶ୍ରୀ ବିଗ୍ରହମାନଙ୍କୁ ଦର୍ଶନ କରିବା ନେଇ ପରମହଂସ ପ୍ରଜ୍ଞାନାନନ୍ଦଙ୍କ  ସଙ୍କେତ ଯେ କୌଣସି ବ୍ୟକ୍ତି ମଧ୍ୟରେ ବିଶ୍ୱାସ, ଆଶା ଓ ଭରସା ବୃଦ୍ଧି କରିବାର ସାମର୍ଥ୍ୟ ରଖେ । ତାଙ୍କ ମତରେ ଗରୁଡ ହେଉଛନ୍ତି ଶ୍ରୀ ବିଷ୍ଣୁଙ୍କର ବାହନ । ଗରୁଡ଼ ପକ୍ଷୀ ଭଗବାନଙ୍କର ଏକ ବିଶେଷ ବିଭୂତି ବୋଲି ଶ୍ରୀମଦ୍‍ ଭଗବତ୍‍ ଗୀତାରେ ସ୍ୱଂୟ ଭଗବାନ ନିଜେ କହିଛନ୍ତି । 

ଅର୍ଥାତ୍‍ ଯିଏ ସମଗ୍ର ଜଗତକୁ ବହନ କରିଛନ୍ତି,ତାକୁ ବହନ କରୁଥିବା ପକ୍ଷୀ ହେଉଛି ଗରୁଡ଼ । ସାଧକ ଯେତେବେଳେ ବିନୀତ ହୋଇ ସାଧନା କରେ ସେତେବେଳେ ସେ ଗରୁଡ଼ ଭଳି ନିତ୍ୟଯୁକ୍ତ ଅବସ୍ଥା ଲାଭ କରେ । ବିନୟ,ଶ୍ରଦ୍ଧା ତଥା କ୍ଷମା,ଦୟା ପ୍ରେମ, ବିନୟ ଏବଂ ସେବା- ସାଧକର ପଞ୍ଚ ଲକ୍ଷଣ । ମନୁଷ୍ୟର ମନ ପକ୍ଷୀ ପରି । ପ୍ରତ୍ୟେକ ମୁହୂର୍ତ୍ତରେ ଏଠାରେ,ସେଠାରେ ଉଡି ବୁଲୁଛି । ମାତ୍ର ମନପକ୍ଷୀ ଯେତେବେଳେ ସଂଯତ,ବିନୀତ ହୋଇ ନିତ୍ୟ ଶ୍ରୀ ଜଗନ୍ନାଥଙ୍କ କମଳ ନୟନକୁ ଧ୍ୟାନ କରୁଛି, ସେତେବେଳେ ସେ ପକ୍ଷୀରାଜ ଗରୁଡ଼ରେ ରୂପାନ୍ତରିତ ହୋଇଯାଏ । 

ପରମହଂସଙ୍କ ଭାଷାରେ ଗରୁଡ଼ର ଅାହାର ସର୍ପ । ଗରୁଡ଼ ସର୍ପ ଭକ୍ଷଣ କରେ ଅର୍ଥାତ ସମସ୍ତ କୁଟିଳ ଗୁଣକୁ ହଜମ,ପରିପାକ କରିଦିଏ । ଗରୁଡ଼ କରବଦ୍ଧ ଭାବରେ ନିତ୍ୟ ଶ୍ରୀଭଗବାନଙ୍କୁ ଅପଲକ ନୟନରେ ଚାହିଁଛି । ଭଗବାନ ମଧ୍ୟ ଗରୁଡ଼ଙ୍କୁ ଚାହିଁଛନ୍ତି । ଏହା ଧ୍ୟାନର ବାହ୍ୟଚିତ୍ର । ସାଧକକୁ ମନପ୍ରାଣ ଦେଇ ତାଙ୍କୁ ଚାହିଁବାକୁ ପଡ଼ିବ । କାରଣ ସ୍ଥୁଳ ନେତ୍ରରେ ଦର୍ଶନ ଅଳ୍ପକ୍ଷଣ ପାଇଁ । ମାତ୍ର ଦିବ୍ୟଚକ୍ଷୁ ଦ୍ୱାରା ଦିବ୍ୟଦର୍ଶନ ସର୍ବଶ୍ରେଷ୍ଠ । ପ୍ରତ୍ୟେକ ବୋଧ ମଧ୍ୟରେ ଶ୍ରୀଜଗନ୍ନାଥ ଚେତନା ଅାସିଲେ,ଅମୃତତ୍ତ୍ୱ ଲାଭ କରିହେବ । ସେହି ଅବସ୍ଥାର ପ୍ରକାଶ ପାଇଁ ପ୍ରତ୍ୟେକଙ୍କୁ ଉଦ୍ୟମ କରିବାକୁ ହେବ । ଏହାଦ୍ୱାରା ଅାମùତତ୍ତ୍ୱ ଲାଭ କରିହେବ ।  

ଏମିତିରେ ବି ବିଶ୍ୱାସ ଅଛି, ଗରୁଡ ସ୍ତମ୍ଭ ନିକଟରୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କଲେ ଅନନ୍ତ ଫଳ ପ୍ରାପ୍ତି ହୋଇଥାଏ । ଶ୍ରୀଜଗନ୍ନାଥ ଦର୍ଶନ ପାଇଁ ଭକ୍ତ ଯେତେବେଳେ ଅାକୁଳ ହୃଦୟରେ ମନ୍ଦିର ମଧ୍ୟରେ ପ୍ରବେଶ କରେ,ସେତେବେଳେ ସେ ପ୍ରଥମେ ଗରୁଡ ସ୍ତମ୍ଭ ନିକଟରେ ଠିଆ ହୋଇ ଶ୍ରୀବିଗ୍ରହଙ୍କୁ ଦର୍ଶନ କରେ । ଗରୁଡ ସ୍ତମ୍ଭ ନିକଟରେ ଯଦିଓ ଶ୍ରୀବିଗ୍ରହ ସଂପୂର୍ଣ୍ଣ ରୂପେ ଦୃଷ୍ଟିଗୋଚର ହୁଅନ୍ତି ନାହିଁ ତଥାପି ସେଠାରେ ଶ୍ରୀ ଜଗନ୍ନାଥଙ୍କୁ ସ୍ଥୁଳନେତ୍ର,ଭାବନେତ୍ର ଏବଂ ଜ୍ଞାନ ନେତ୍ରରେ ଦର୍ଶନ କରିବା ବିଧି ରହିଛି । 

ଏକଦା ଏହି ଗରୁଡ ସ୍ତମ୍ଭ ପାର୍ଶ୍ୱରେ ବିଶ୍ୱର ଅଦ୍ୱିତୀୟ ସାଧକ, ପ୍ରେମାବତାର ଶ୍ରୀ ଗୌରାଙ୍ଗ  ଦର୍ଶନ କରୁଥିଲେ । ଏଇଠି ଶ୍ରୀଜଗନ୍ନାଥଙ୍କ ଦର୍ଶନରେ ତାଙ୍କର ସମାଧି ହୋଇଯାଉଥିଲା ଶ୍ରୀ ଗୌରାଙ୍ଗଙ୍କ ଶ୍ରୀପାଦ ଏବଂ ଶ୍ରୀହସ୍ତ ଅଙ୍ଗୁଳିର ଚିହ୍ନ ଏବେ ମଧ୍ୟ ଅକ୍ଷୟ ସ୍ମୃତିଚିହ୍ନ ବହନ କରିଛି । ଶ୍ରୀ ଗୌରାଙ୍ଗ ଙ୍କ ପାଦଚିହ୍ନକୁ ସେଠାରୁ ନେଇ ମନ୍ଦିରର ଉତ୍ତର ପାର୍ଶ୍ୱରେ ପ୍ରତିଷ୍ଠା କରାଯାଇ ଅର୍ଚ୍ଚନା କରାଯାଉଛିଏବଂ ଗରୁଡ ସ୍ତମ୍ଭ ନିକଟସ୍ଥ ମନ୍ଦିର ଗାତ୍ରରେ ଏବେ ମଧ୍ୟ ସେହି ତିନି ଅାଙ୍ଗୁଳିର ଚିହ୍ନ ରହିଛି । 

Share Post

Leave a Reply

Your email address will not be published. Required fields are marked *

three + 12 =