କୀଚକେଶ୍ୱରୀଙ୍କ ପାଖରେ ଲାଗୁଥିବା ସିନ୍ଦୁର ଭକ୍ତଙ୍କୁ ସର୍ବସିଦ୍ଧି ଦିଏ

ଭୁବନେଶ୍ୱର: ମୟୂରଭଞ୍ଜର ଶୁକ୍ରୁଳି ବ୍ଲକର ଖିଚିଂଠାରେ  ପୂଜା ପାଉଛନ୍ତି ମାଅା କୀଚକେଶ୍ୱରୀ । କୀଚକେଶ୍ୱରୀଙ୍କୁ ଭଞ୍ଜମାଟିର ଅଧିଷ୍ଠାତ୍ରୀ ଦେବୀ ବୋଲି କୁହାଯାଏ । ଭଞ୍ଜ ରାଜ ବଂଶର ପ୍ରଥମ ରାଜା ଅାଦି ଭଞ୍ଜ କୀଚକେଶ୍ୱରୀଙ୍କୁ ପ୍ରତିଷ୍ଠା କରାଇଥିଲେ । ସେତେବେଳେ ଖିଜିଙ୍ଗ କୋଟା ବା ଖିଚିଂ ଥିଲା ଭଞ୍ଜ ରାଜା ମାନଙ୍କର ରାଜଧାନୀ । 

କୀଚକେଶ୍ୱରୀଙ୍କ ପ୍ରଥମ ମନ୍ଦିର ପ୍ରାୟ ଦଶମ କି ଏକାଦଶ ଶତବ୍ଦୀରେ ନିର୍ମିତ ହୋଇଥିଲା । ଏବେ ଥିବା ମନ୍ଦିରର ନିର୍ମାଣ କାମ ମହାରାଜା ସ୍ୱର୍ଗତ ପ୍ରତାପ ଚନ୍ଦ୍ର ଭଞ୍ଜଦେଓଙ୍କ ଅମଳରେ ଅାରମ୍ଭ ହୋଇ ୧୯୪୨ ମାର୍ଚ୍ଚ ୧୪ ତାରିଖରେ ସରିଥିଲା । ମନ୍ଦିରର  ଉଚ୍ଚତା ୬୮ଫୁଟ ଏବଂ ଏହା ସଂପୂର୍ଣ୍ଣ କଳା ମୁଗୁନି ପଥରରେ ନିର୍ମିତ ହୋଇଛି । କଳା ମୁଗୁନି ପଥରରେ ମଧ୍ୟ ଗଢ଼ା ହୋଇଛି ଦେବୀଙ୍କ ପ୍ରତିମା । ଦେବୀ ଏଠି ଚାମୁଣ୍ଡା ରୂପରେ ବିରାଜିତା । ମାଅା ଶବରୁଢ଼ା । ଶବର ନାଭିରୁ ଫୁଟିଛି ପଦ୍ମଫୁଲ । ପଦ୍ମଫୁଲ ଉପରେ ଦେବୀ ଚକା ଅାସନରେ ଉପବିଷ୍ଟ ।

ଶାରଦୀୟ ପୂଜାକୁ ନେଇ ଉସùବ ମୁଖର ହୋଇଥାଏ ଦେବୀପୀଠ । ଦେବୀ ପୂଜାପାଅାନ୍ତି ଷୋଡ଼ଶ ଉପଚାରରେ । ବିଜୟାଦଶମୀ ଅବସରରେ ପୂଣ୍ଣାହୂତି ଦିଅାଯାଏ । ଶାରଦୀୟ ପୂଜା ଅବସରରେ ମାଅାଙ୍କ ଦର୍ଶନ ଦ୍ୱାରା ମହାପୂଣ୍ୟ ପ୍ରାପ୍ତି ହୋଇଥାଏ ବୋଲି ଭକ୍ତଙ୍କର ଅତୁଟ ବିଶ୍ୱାସ ରହିଛି । 

ମାଅାଙ୍କ ପାଖରେ ଲାଗୁଥିବା ସିନ୍ଦୁର ଭକ୍ତଙ୍କୁ ସର୍ବସିଦ୍ଧି ପ୍ରଦାନ କରିଥାଏ ବୋଲି ମଧ୍ୟ ବିଶ୍ୱାସ ରହି ଅାସିଛି । ଦେବୀ ରାଜବଂଶର ଅାରାଧ୍ୟା ଠାକୁରାଣୀ ହୋଇଥିବାରୁ ଶାରଦୀୟ ପୂଜା ରାଜପୂଜା ଭାବେ ଖ୍ୟାତ । ରାଜ ପରିବାର ଦାୟଦଙ୍କ ନାମରେ ସଙ୍କଳ୍ପ କରାଯାଇ ମାଅାଙ୍କ ନବରାତ୍ର ପୂଜା ହୋଇଥାଏ । ବିଜୟା ଦଶମୀ ଦିନ ମନ୍ଦିର ନିକଟରେ ରାବଣ ପୋଡ଼ି ଅନୁଷ୍ଠିତ ହୋଇଥାଏ । 

Share Post

Leave a Reply

Your email address will not be published. Required fields are marked *

two × 5 =