ଢେଙ୍କାନାଳରେ ବି ମଣିବିଗ୍ରହ ସ୍ୱରୂପରେ ପୂଜା ପାଉଛନ୍ତି ସିଦ୍ଧବଳରାମ

ଭୁବନେଶ୍ୱର: ମହାପ୍ରଭୁ କେଉଁଠାରେ କେମିତି ସ୍ୱରୂପରେ ଆବିର୍ଭାବ ହୋଇଛନ୍ତି, କେଉଁଠି କିଭଳି ଢଙ୍ଗରେ ପୂଜା ପାଉଛନ୍ତି, ତାହା ଏକ ବଡ଼ ଧରଣର ଗବେଷଣାକୁ ଅପେକ୍ଷା କରୁଛି । ଏଇ ଯେମିତି ଢେଙ୍କାନାଳ ସହରର ମଧ୍ୟଭାଗ ପୂଜା ପାଉଥିବା ସିଦ୍ଧ ବଳରାମ । 

ପ୍ରଭୁ ଢେଙ୍କାନାଳ ରାଜପ୍ରସାଦର ପଶ୍ଚିମ ପାର୍ଶ୍ୱରେ ବକୁଳ ଦେବଦାରୁ କୁଞ୍ଜ ଅବସ୍ଥାନ କରୁଛନ୍ତି । କାହିିଁ କେବେଠାରୁ ଉକଳୀୟ ସ୍ଥାପତ୍ୟ ଶୈଳୀରେ ତାଙ୍କ ପାଇଁ ୭୦ ଫୁଟ ଉଚ୍ଚତାର ଏକ ମନ୍ଦିର ନିର୍ମାଣ କରାଯାଇଛି । ଏଥିରେ ଜଗମୋହନ ରହିଛି । ଆଉ ମୁଖଶାଳା ଏବଂ ଗମ୍ଭୀରା ବି ।  ମନ୍ଦିରର ଶୀର୍ଷଭାଗରେ ୫ଫୁଟ ନ୍ୟାସର ଅଷ୍ଟଧାତୁ ନିର୍ମିତ ନୀଳଚକ୍ର ଲାଗିଛି । 

ଗମ୍ଭୀରା ବା ଗର୍ଭଗୃହରେ ୩ଫୁଟ ଉଚ୍ଚ ଓ ୧୦ଫୁଟ ଲମ୍ୱ ରତ୍ନ ସିଂହାସନରେ ବଳରାମ ହଳମୂଷଳଧାରୀ ଧବଳମୟ ମଣିବିଗ୍ରହ ପୂଜା ପାଉଛନ୍ତି । ତାଙ୍କ ସହିତ ସୁଭଦ୍ରା,ଶ୍ରୀକୃଷ୍ଣ ଏବଂରୁକ୍ମୁଣୀଙ୍କର ଦାରୁପ୍ରତିମା ପୂଜା ପାଉଛନ୍ତି । ଠାକୁରଙ୍କ ନିକଟରେ ଠିକ୍‍ ନିକଟରେ ବସିଛନ୍ତି ଏହାଛଡା ମଦନମୋହନ । ପ୍ରଭୁ ଧାତୁବିଗ୍ରହ । 

୍‍କେହି କେହି ଗବେଷକ କହିଛନ୍ତି, ଠାକୁର ପ୍ରଥମେ ଅନୁଗୁଳୁ ଜିଲ୍ଲାରେ ପୂଜା ପାଉଥିଲେ । ଯେଉଁ ଦଶଖମ୍ଭ ମଣ୍ଡପରେ ଠାକୁର ପୂଜା ପାଉଥିଲେ ତାହା ଏବେ ବି ରହିଛି । ଗବେଷକ ମାନଙ୍କ ମତରେ ବଳରାମ ପ୍ରଥମେ ସପ୍ତଫଣା ଯୁକ୍ତ ନାଗରାଜ ଅନନ୍ତ ମୂର୍ତି ଥିଲେ । ପରବର୍ତ୍ତି ସମୟରେ ବଜ୍ରଲେପ ଦିଅାଯାଇ ବଳରାମ ମୂର୍ତ୍ତିିରେ ରୂପାନ୍ତରିତ ହୋଇଛନ୍ତି ା

ଆଉ କାହ ମତ ହେଉଛି, ପ୍ରାଚୀନ କାଳରୁ ଅନୁଗୁଳ ଜିଲ୍ଲା ତଳମୂଳ ଠାରେ ସେ ଅନନ୍ତ ରୂପେ ପୂଜାପାଉଥିଲେ । ଯେଉଁ ସମୟରେ ପୁରୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସୋନପୁର ଅଞ୍ଚଳରେ ପାତାଳି କରାଯାଇଥିଲା, ଠିକ୍‍ ସେହିସମୟରେ ତଳମୂଳଠାରେ ସପ୍ତଫେଣା ମୂର୍ତ୍ତିକୁ ଲେପ ଦିଅାଯାଇ ଧବଳମୟ ହଳମୂଷଳଧାରୀ ବଳରାମ ବିଗ୍ରହ କରାଯାଇଛି । 

ଏଠାକେ ପ୍ରକାଶଯୋଗ୍ୟ, ଷଷ୍ଠ ଶତାବ୍ଦୀରେ ଉତ୍ତର ତୋଷାଳିର ରାଜା ଶମ୍ଭୁଯଶ ବଳଦେବଙ୍କୁ ରାଷ୍ଟ୍ର ଦେବତା ଭାବେ ଘୋଷଣା କରିଥିଲେ । ସେ ସମୟରେ ତୋଷାଳି ଓ ଝାଡଖଣ୍ଡ ଅଞ୍ଚଳରେ ବଳରାମଙ୍କ ପୂଜା ବେଶ୍‍ ଲୋକପ୍ରିୟତା ଲାଭ କରିଥିଲା ା ଦଶମ ଶତାବ୍ଦୀରେ ସୋମବଂଶୀ ରାଜାମାନେ ପଶ୍ଚିମ ଦିଗରୁ ରାଜ୍ୟ ଜୟ କରିବା ଦେଖି ସେ ସମୟରେ ଲୋକେ ଅନୁଗୁଳର ତଳମୂଳ ଠାରୁ ବଳରାମଙ୍କୁ ଅାଣି ହିନ୍ଦୋଳ ଅର୍ନ୍ତଗତ ବିତଳପୁର ଗ୍ରାମରେ ଅବସ୍ଥାପିତ କରାଇଥିଲେବୋଲି ବିଶ୍ୱାସ କରାଯାଏ । 

କେନ୍ଦ୍ରାପଡାରେ ଶ୍ରୀବଳଦେବଜୀଉ ଓଡ଼ିଶାର ଘରେ ଘରେ ପରିଚିତ । ସେଠାରେ ବି ପ୍ରଭୁ ଶ୍ରୀ ବଳଦେବ ମଣିବିଗ୍ରହ ସ୍ୱରୂପରେ ପୂଜା ପାଉଛନ୍ତି । 

Share Post

Leave a Reply

Your email address will not be published. Required fields are marked *

1 × 5 =