ଶ୍ରୀକ୍ଷେତ୍ରର ବଡଠାକୁର ଯିଏ କୁଶକ୍ଷେତ୍ରର ଶିଳାବ୍ରହ୍ମ ଅନନ୍ତ ବଳଦେବ ସିଏ

ଭୁବନେଶ୍ୱର: ସର୍ବଧର୍ମ ସମନ୍ୱୟର ଠାକୁର ଚତୁର୍ଧାମୂର୍ତି ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ରୂପରେ ପୂଜା ପାଇଥାନ୍ତି । କେଉଁଠି ଦାରୁବ୍ରହ୍ମ, ଆଉ କେଉଁଠି ଶିଳାବ୍ରହ୍ମ । ଏଇ ଯେମିତି ଦାରୁବିଗ୍ରହ ବଡଠାକୁର କୁଶକ୍ଷେତ୍ରର ଆରାଧ୍ୟ ଠାକୁର ଶିଳାବ୍ରହ୍ମ ଅନନ୍ତ ବଳଦେବଭାବେ ପୂଜା ପାଉଛନ୍ତି । 

ବାଲେଶ୍ୱର ଠାରୁ ୪୫ କିଲୋମିଟର ଦୂରରେ ଏମିତି ଏକ ପ୍ରସିଦ୍ଧ କ୍ଷେତ୍ର ରହିଛି, ଯାହା ନାମ ଗୁଡ଼ । ଏହାର ପୂର୍ବରେ ସମୁଦ୍ର, ଉତ୍ତରରେ କାଂଶବାଶ ନଦୀ ଓ ଦକ୍ଷିଣରେ ରହିଥି ଗମେଇ ନଦୀ । ପ୍ରଭୁ ଏକ ଲୋଭନୀୟ ପରିବେଶ ମଧ୍ୟରେ ବିରାଜମାନ ଅଛନ୍ତି । ବାଲିଛନ୍ଦା ଘାଟରୁ ଦେଉଳର ପତାକାକୁ ଯିଏ ଦେଖେ, ସିଏ ପ୍ରଣାମ ନ କରି ରହିପାରେନି । ଠିକ୍‍ ଯେମିତି ପୁରୀ ଗଲା ବେଳକୁ ହରେକୃଷ୍ଣପୁର ଛକ ଠାରେ ଶ୍ରୀମନ୍ଦିରକୁ ଦେଖି ଭକ୍ତଙ୍କ ହାତ ଆପେ ଆପେ ଉଠିଯାଇଥାଏ ।଼

ଗୁଡ଼ ଗ୍ରାମର ବହୁ ପୁରାତନ ପୀଠରେ ଶିଳାବ୍ରହ୍ମ ଶ୍ରୀ ଅନନ୍ତ ବଳଦେବ ପୂଜା ପାଆନ୍ତି । ବହୁ ବର୍ଷତଳେ ଏହି ଅଞ୍ଚଳଟି କୁଶ ଓ ତୁଳସୀରେ ପରିପୂର୍ଣ୍ଣ ଥିଲା । କୁହାଯାଏ, ଏକଦା ଏହି ଅଞ୍ଚଳ ମୃଗମାନଙ୍କର ବିହାରସ୍ଥଳୀ ଥିଲା । 

କିମ୍ୱଦନ୍ତୀ କହେ, ଗୁଡ଼ ଗ୍ରାମକୁ  ଲାଗି ରହିଥିବା ଆର୍ତୁଂ ମୌଜା କନିକା ରାଜାଙ୍କ ଅଧୀନରେ ଥିଲା । ଏଠାରେ ଏକ ପଦ୍ମ ପୋଖରୀ ବା କୁସୁମା ସରୋବର ଥିଲା । ଗୋପାଳ ପିଲାମାନେ ଏହି ପୋଖରୀ ନିକଟରେ ଗାC ଚରାଉଥିଲେ । ଦିନେ ଏକ ଅପୂର୍ବ ପଥର ଖଣ୍ଡ ଭାସୁଥିବା ସେମାନେ ଦେଖିଲେ । ପ୍ରତିଦିନ ଦୁହାଁଳି ଗାCମାନେ ପୋଖରୀରେ ପଶି ଏହି ପ୍ରସ୍ତରକୁ ସେମାନଙ୍କ କ୍ଷୀରରେ ସ୍ନାନ କରାନ୍ତି ।  ସେଦିନର ସେହି ପ୍ରସ୍ତର ବା ଶିଳାବ୍ରହ୍ମ ଆଜିର ଶ୍ରୀ ଅନନ୍ତ ବଳଦେବ ବୋଲି କୁହାଯାଏ । 

ଗବେଷକମାନେ କୁହନ୍ତି, କୁଶକ୍ଷେତ୍ରରେ ଶିଳାବ୍ରହ୍ମ ପ୍ରତିଷ୍ଠା କରିବା ଲାଗି ସ୍ଥାନୀୟ ଗ୍ରାମର ନନ୍ଦ କିଶୋର ମାନ୍ଧାତା ମଙ୍ଗରାଜ ମହାପାତ୍ରଙ୍କୁ ସ୍ୱପ୍ନାଦେଶ ହୋଇଥିଲା । ସେ ପ୍ରଥମେ ଏକ ମାଟିଘରେ ଶ୍ରୀବଳଦେବଙ୍କୁ ପ୍ରତିଷ୍ଠା କରିଥିଲେ ।  ଅନ୍ୟ ଏକ ତଥ୍ୟରୁ ସୂଚନା ମିଳେ କି ୧୨୯୨ ସାଲ ମକର ମାସ ୧୩ ଦିନ ଶୁକ୍ଲପକ୍ଷରେ ବାଲେଶ୍ୱରର ବିଶିଷ୍ଟ ବଣିକ ଚୈତନ୍ୟ ଚରଣ ଦେ ଆଜିର ଏହି ବିରାଟ ମନ୍ଦିର ନିର୍ମାଣ କରିଥିଲେ । 

କିମ୍ୱଦନ୍ତୀ ଏକଥା ବି କହେ ଯେ କଲିକତାରୁ ବାଣିଜ୍ୟ ସାମଗ୍ରୀ ନେଇ ଫେରୁଥିବା ବେଳେ ବଙ୍ଗୋପସାଗରରେ ଶ୍ରୀ ଦେ ସାମୁଦ୍ରିକ ଝଡର ସାମ୍ନା କଲେ । ସେ ପ୍ରଭୁଙ୍କ ଶରଣାପନ୍ନ ହୁଅନ୍ତେ ବିପଦ କଟିଯାଇଥିଲା । ଶ୍ରୀ ଦେ ମାନସିକ ରଖିଥିଲେ ଯେ ପଥର ମନ୍ଦିର ତୋଳିବେ । ଆଉ ପରବର୍ତୀ ସମୟରେ ସେ ନିଜ ପ୍ରତିଶ୍ରୁତି ରଖି ଆଜ୍ଞିର ୫୫ ହାତ ଉଚ୍ଚର ଏହି ମନ୍ଦିର ନିର୍ମାଣ କରିଥିଲେ । 

Share Post

Leave a Reply

Your email address will not be published. Required fields are marked *

17 − 2 =