ପୂଜା ବା ଶୁଭ କାମରେ କଳସ କାହିଁକି?

ଭୁବନେଶ୍ୱର: ଯେ କୌଣସି ପୂଜା ବିଧି ବା ଶୁଭ କାମରେ କଳସ ବସାଇବାର ବିଧି ବା ପରମ୍ପରା କେବେ ଠାରୁ ଅଛି ସେ ନେଇ ଠୋସ୍‍ ତଥ୍ୟ ଉପଲବ୍ଧ ନାହିଁ । କିନ୍ତୁ ଆମ ସମସ୍ତଙ୍କ ମନ ଭିତରେ ଗୋଟିଏ କଥା ସବୁବେଳେ ଥାଏ ଯେ ପିଲାମାନଙ୍କ ପରୀକ୍ଷା ହେଉ କିମ୍ୱା ଚାକିରି ପାଇଁ ସାକ୍ଷାତାକାର ଦେବାକୁ ଯିବା ସମୟରେ ଘର ବାହାରେ ବାପା ମାଆମାନେ ପୂର୍ଣ୍ଣ କୁମ୍ଭ ବସାଇଥାନ୍ତି । ସଙ୍କେତ ଥାଏ ଯେ ଏହା ଏକ ଶୁଭର ପ୍ରତୀକ ।
ହେଲେ କାହିଁକି ଆମେ ଏହି ପୂର୍ଣ୍ଣ କୁମ୍ଭ ବସାଇବା, ଏହା ପଛର ଅସଲ ରହସ୍ୟ ବା ତତ୍ତ୍ୱ କଣ? ଭାରତୀୟ ସଂସ୍କୃତିରେ ପଇଡ ବା ନଡିଅାକୁ ଶୁଭର ସଙ୍କେତ ବୋଲି ବୁଝାଯାଏ । ବାସ୍ତବିକ କଥା ହେଲା, ପଇଡ ବା ନଡିଅା ସୁଖ ଓ ସମୃଦ୍ଧିର ସୂଚକ ଅଟେ ।ଶୁଭ କାମରେ ଦେବଦେବୀଙ୍କ ପାଖରେ ନଡିଅା ଭାଙ୍ଗିବା ପ୍ରଥା ରହିଛି । ଜଳପୂର୍ଣ୍ଣ କଳସ ଉପରେ ପଇଡ ବା ନଡିଅା ଏକ ଶୁଭ ଚିହ୍ନ । ବାସ୍ତୁଶାସ୍ତ୍ର ମତାନୁସାରେ ମୁଖ୍ୟ ଦ୍ୱାରରେ ତଳେ ଦୁଇପଟେ ପୂର୍ଣ୍ଣ କଳସ ସ୍ଥାପନ କରିବା ବା ଚିତ୍ର ଅାଙ୍କିବା ଦ୍ୱାରା ଗୃହରେ ବସବାସ କରୁଥିବା ବ୍ୟକ୍ତିମାନଙ୍କର ସର୍ବବିଧ ମଙ୍ଗଳ ହୁଏ ।
ହିନ୍ତୁ ଧର୍ମର ପ୍ରତ୍ୟେକ ଶୁଭକର୍ମ ଓ ପୂଜାପାଠରେ କଳଲସର ବ୍ୟବହାର କରାଯିବା ପଛର ଏକ ବଡ କାରଣ ହେଲା, ଏହା ମଧ୍ୟରେ ବ୍ରହ୍ମା,ବିଷ୍ଣୁ ଓ ମହେଶ୍ୱର ତି୍ରଦେବ ଥାଅାନ୍ତିବୋଲି ବିଶ୍ୱାସ କରାଯାଏ । ଏଣୁ ଶୁଭକାମ କରିବା ସମୟରେ ପ୍ରଥମେ କଳସ ପୂଜା କରାଯାଇଥାଏ । ଯଜ୍ଞ ଅାଦି ଶୁଭ କାର୍ଯ୍ୟରେ ମାଙ୍ଗଳିକ କଳସ ପୂଜା କରାଯାଇଥାଏ । ମାଟି,ପିତ୍ତଳ କିମ୍ୱା ତମ୍ୱା ପାତ୍ରରେ ଜଳପୂର୍ଣ୍ଣ କରି ସେଥିରେ ସାତ ପତ୍ର ଥିବା ନିଖୁଣ ଅାମ୍ୱଡାଳ ରଖି ତା ଉପରେ ନଡିଅା ବା ନାସିଲଗା ପଇଡ ରଖି ଦୁବ,ବରକୋଳି ପତ୍ର,ଅରୁଅା ଚାଉଳ,ଫୁଲ ଅାଦି ଦେଇ ତାହାକୁ ପ୍ରଥମେ ପୂଜା କରି ଅାରାଧ୍ୟ ଦେବତାଙ୍କୁ ଅାବାହନ କରାଯାଏ । ପୂଜା ସମୟରେ କଳସର ପାଣିକୁ ସମୁଦ୍ର,ନଡିଅା ବା ପଇଡକୁ ମନ୍ଦରାଚଳ ପର୍ବତ ସୂତାମୁ ବାସୁକୀ ସହିତ ତୁଳନା କରାଯାଇଛି । କଳସ ମୂଳରେ ସ୍ୱୟଂ ବ୍ରହ୍ମା,ମଧ୍ୟ ଭାଗରେ ଭଗବାନ ଶିବ ଏବଂ ଅଗ୍ରଭାଗରେ ଗୋଲକବିହାରୀ ବିଷ୍ଣୁ ରହିଥାଅାନ୍ତି ବୋଲି ବିଶ୍ୱାସ କରାଯାଏ ।

Share Post
  • 35
  •  
  •  
  •  
  •  
  •  
  •  
  •  
    35
    Shares

Leave a Reply

Your email address will not be published. Required fields are marked *

4 × two =