କାହିଁକି କରାଯାଏ ସଙ୍କଟ ଚତୁର୍ଥୀ ବ୍ରତ

ଭୁବନେଶ୍ୱର:ଗାୟତ୍ରୀ ମନ୍ତ୍ର ସାଧନାରେ ସର୍ବସ୍ୱ ପ୍ରାପ୍ତି ହୋଇଥାଏ । ସମସ୍ତ ସମସ୍ୟାର ଏକମାତ୍ର ସମାଧାନ ହେଉଛି ଗାୟନ୍ତ୍ରୀ ମନ୍ତ୍ର ସାଧନା । ନିତ୍ୟ ପ୍ରାତଃ ସ୍ନାନ ପୂଜା ପରେ ପୂର୍ବ ଦିଗକୁ ମୁହଁ କରି ଗାୟତ୍ରୀ ଦେବୀଙ୍କୁ ଧ୍ୟାନ କରି ଗାୟତ୍ରୀମନ୍ତ୍ର ଜପ କରାଯାଏ । ସଂକଟ ଚତୁର୍ଥୀ ବ୍ରତ ମଣିଷର ସମସ୍ତ ଦୁଃଖ କଷ୍ଟକୁ ଦୂର କରିଥାଏ ।
ପଣ୍ଡିତ ଦୈତାରୀ ମହାପାତ୍ରଙ୍କର କହିବାନୁସାରେ, ମାଘ ମାସ କୃଷ୍ଣ ଚତୁର୍ଥୀରେ ଏହି ବ୍ରତ ପାଳନ କରାଯାଏ । ସମସ୍ତ ଇଚ୍ଛା ଓ ମନୋକାମନା ଏହି ବ୍ରତ ଦ୍ୱାରା ପୂରଣ ହୋଇଥାଏ । ଏହି ବ୍ରତ ଦିନ ସ୍ତ୍ରୀଲୋକମାନେ ନିର୍ଜଳ ବ୍ରତ ରଖି ସଂଧ୍ୟାରେ ଫଳକୁ ଅାହାର ଭାବରେ ଗ୍ରହଣ କରନ୍ତି । ତାପରଦିନ ସକାଳେ ଦେବୀଙ୍କୁ ପ୍ରସ୍ତୁତ ଭୋଜନ ଅର୍ପଣ କରିବା ପରେ ସ୍ତ୍ରୀଲୋକମାନେ ତାହାକୁ ପ୍ରସାଦ ଭାବେ ଗ୍ରହଣ କରନ୍ତି । ଖସାକୁ କୁଟି ଗୁଡରେ ଗୋଳାଇ ପାହାଡ ତିଅାରି କରି ପୂଜା କରାଯାଏ । ଏକାଦଶୀ ବ୍ରତ ପାଳନ କଲେ ସ୍ୱର୍ଗ ଓ ମୋକ୍ଷ ପ୍ରାପ୍ତି ହୁଏ । ରାଜ୍ୟ ଏବଂ ପୁତ୍ର ପ୍ରାପ୍ତି ହୁଏ । ଶରୀରକୁ ସୁସ୍ଥ ରଖେ । ଗୃହସ୍ଥମାନେ ଅାଷାଢ଼ ଶୁକ୍ଲ ଓ କାତ୍ତିକ ଶୁକ୍ଲ ମଧ୍ୟରେ ପଡୁଥିବା କୃଷ୍ଣ ଏକାଦଶୀରେ ଉପବାସ କରିବା ଉଚିତ୍‍ ।

Share Post
  • 37
  •  
  •  
  •  
  •  
  •  
  •  
  •  
    37
    Shares

Leave a Reply

Your email address will not be published. Required fields are marked *

two × four =