ଶ୍ରୀମନ୍ଦିରରେ ଭିତରଚ୍ଛ କଣ କରନ୍ତି

ଭୁବନେଶ୍ୱର: ନିକଟରେ ପୁଲିସ-ଭିତରଛ ମହାପାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳକୁ ନେଇ ଶ୍ରୀମନ୍ଦିରରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ସେବକମାନେ ମହାପ୍ରଭୁଙ୍କୁ ଉପବାସ ରଖିଦେଇଥିଲେ । ଶ୍ରୀମନ୍ଦିର ବ୍ୟବସ୍ଥାରେ ଏହି ଭିତରଚ୍ଛ ମହାପାତ୍ରଙ୍କର କି ଆବଶ୍ୟକତା ରହିଛି । କାହିଁକି ଏହି ସେବାକୁ ଅଧିକ ଗୁରୁତ୍ୱ ଦିଆଯାଏ ।
ଶ୍ରୀମନ୍ଦିରରେ ପ୍ରତ୍ୟହ ଭୋରରୁ ଭିତରଚ୍ଛ ମହାପାତ୍ର ହିଁ ଉପସ୍ଥିତ ରହି ସିଂହଦ୍ୱାର କବାଟ ଫିଟାଇବାକୁ ଆଦେଶ ଦେଇଥାନ୍ତି । ଏବଂ ପତିତପାବନଙ୍କ ଦ୍ୱାର ଫିଟାନ୍ତି । ପରେ ଜୟବିଜୟ ଦ୍ୱାରକୁ ଯାଇ ସେଠାରେ ପ୍ରତିହାରୀ, ମୁଦୁଲି ପ୍ରମୁଖଙ୍କ ଉପସ୍ଥିତିରେ ପୂର୍ବରାତିରେ ତଳିଚ୍ଛ ମହାପାତ୍ର ଦେଇଥିବା ମୁଦ ତଦାରଖ କରନ୍ତି । ମୁଦ ଠିକ୍‍ ଅଛି କି ନାହିଁ, ତାହା ଦେଖିବା ପରେ ଏହାକୁ ଭାଙ୍ଗିବାକୁ ନିର୍ଦେଶ ଦିଆଯାଇଥାଏ । ଏହି ଅନୁସାରେ କାଳାହାଟ ଦ୍ୱାରର ମୁଦ ବି ଖୋଲାଯାଏ । ମଙ୍ଗଳ ଆଳତି ସମୟରେ ଭିତରଚ୍ଛ ହିଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାଡରେ ଆଳତି କରିବାର ପରମ୍ପରା ରହିଛି ।
କେବଳ ସେତିକି ନୁହେଁ,ଅମୋଣିହା ପରିଚ୍ଛା ହିସାବରେ ପନ୍ତିରେ ଭୋଗ ଲାଗିବା ତଦାରଖ ଠାରୁ ଆରମ୍ଭ କରି ଭୋଗ ମାରା ହେଲେ ପୂଜାପଣ୍ଡାଙ୍କୁ ଉଠି ଆସିବାକୁ ନିର୍ଦେଶ ଦିଅନ୍ତି । ପ୍ରତି ଗୁରୁବାର ମାଜଣା ନୀତିରେ ବନ୍ଦାବନା, ପ୍ରସାଦ ଲାଗି ଠାରୁ ଆରମ୍ଭ କରି ଦଣ୍ଡଛତ୍ର ନୀତିରେ ମହାପ୍ରଭୁଙ୍କ ଦଣ୍ଡ ଧରିବା, ପ୍ରତି ଏକାଦଶୀରେ ଜୟବିଜୟ ଦ୍ୱାରରେ ମଦନମୋହନଙ୍କୁ ବନ୍ଦାପନା, ଦୟଣାଚୋରି ନୀତିରେ ଜଗନ୍ନାଥ ବଲ୍ଲଭ ମଠ ମହାନ୍ତି ଓ ସ୍ନାନପୂର୍ଣ୍ଣମୀ ବେଦୀରେ ରାଘବ ଦାସ ମଠ ମହନ୍ତଙ୍କୁ ଶାଢୀ ବାନ୍ଧିବା ନୀତି ମଧ୍ୟ ତାଙ୍କର ।
ମୁଦୁଲି ମହାଜନ ସେବା, କରନ୍ତି । ନନ୍ଦ ଉତ୍ସବ, ଦୋଳପୂର୍ଣ୍ଣମୀ, ନୀଳାଦ୍ରି ବିଜେ, କାଳୀୟ ଦଳନ ଏକାଦଶୀ ଏମିତି ସବୁ ପ୍ରମୁଖ ପର୍ବରେ ତାଙ୍କର ଏକ ବିଶେଷ ଦାୟିତ୍ୱ ରହିଛି । ଭିତରଚ୍ଛ ତଳିଚ୍ଛଙ୍କ ସେବା କରିପାରିବେ ଓ ପୁଷ୍ପାଳକ ସେବା ବି । ଶ୍ରୀମନ୍ଦିର ବ୍ୟବସ୍ଥାରେ ଭିତରଚ୍ଛଙ୍କୁ ଅତ୍ୟନ୍ତ ଗୁରୁତ୍ୱ ଦିଆଯାଇଥାଏ ।

Share Post
  • 32
  •  
  •  
  •  
  •  
  •  
  •  
  •  
    32
    Shares

Leave a Reply

Your email address will not be published. Required fields are marked *

5 + two =