କେଉଁ ଫୁଲ ବ୍ୟବହାର କଲେ ଠାକୁର ରାଗନ୍ତି

ଭୁବନେଶ୍ୱର:ପୂଜା ପ୍ରକ୍ରିୟାରେ ଫୁଲର ମହତ୍ତ୍ୱ କିଛି ଅଲଗା । ତାକୁ ଛାଡି ସମ୍ପୂର୍ଣ୍ଣ ପୂଜାର ପରିକଳ୍ପନା କରାଯାଇନପାରେ । ହେଲେ ଆମ ବ୍ୟବସ୍ଥାରେ କେଉଁ ଫୁଲ କିଏ ପିନ୍ଧିବା ପାଇଁ ଆଗ୍ରହ କରିଥାନ୍ତି, ଆଉ କାହା ପାଇଁ ବାରଣ ଥାଏ, ଏ ନେଇ ପଣ୍ଡିତମାନେ ଲକ୍ଷ୍ମଣରେଖା ଟାଣିଛନ୍ତି । ଏହାର ଗ୍ରହଣୀୟତା ପଛରେ ବଳିଷ୍ଠ ଥାଉ ବି ନ ଥାଉ, ପୂଜା ବା ଇଷ୍ଟଦେବତାଙ୍କ ପ୍ରତି ଭଲପାଇବା ଓ ସମର୍ପଣ ଭାବର ପ୍ରତୀକ ହିସାବରେ ଫୁଲର ଗୁରୁତ୍ୱ କିଛି ଅଲଗା । ପୁଷ୍ପାଞ୍ଜଳି ପ୍ରକ୍ରିୟାରେ ଭକ୍ତ ତାର ଭାବନାକୁ ଫୁଲ ମାଧ୍ୟମରେ ହିଁ ପ୍ରଭୁଙ୍କ ପାଦ ତଳେ ରଖିଥାନ୍ତି । ଫୁଲର ସୌନ୍ଦର୍ଯ୍ୟ ମଧ୍ୟ ଭଗବାନଙ୍କ ପ୍ରତି ଭକ୍ତର ଆନ୍ତିରକତାର ନିଦର୍ଶନ ବୋଲି କୁହାଯାଇପାରେ ।
ପଣ୍ଡିତମାନଙ୍କ ମତରେ ସାଧାରଣତଃ ପୋକ ଖାଇଥିବା, ତଥା କଟା-ଫଟା,କଢ଼,କେଶ ଲାଗିଥିବା ଫୁଲ ପ୍ରଭୁଙ୍କ ସେବାରେ ବ୍ୟବହାରକୁ ବାରଣ କରାଯାଇଛି । କେବଳ ସେତିକି ନୁହେଁ, ମୂଷା କାଟିଥିବା,ଉକùଟ ଗନ୍ଧ ଯୁକ୍ତ ପୁଷ୍ପ, ଅନ୍ୟ ଦେବତାଙ୍କ ସଂସ୍ପର୍ଶରେ ଅାସିଥିବା ଫୁଲ, ଅଥବା ଭୂମି ଉପରେ ପଡିଥିବା ଫୁଲ, ଚୋରେଇ ଅାଣିଥିବା ପୁଷ୍ପ ଦିଅଁ ଦେବତାଙ୍କ ଉପରେ ଚଢ଼ାଇବା ଉଚିତ୍‍ ନୁହେଁବୋଲି କୁହାଯାଇଛି ।
ସେହିଭଳି ପଦ୍ମ ବା କମଳ ଫୁଲ ୧୧ଦିନ ଯାଏଁ ବାସି ହୁଏ ନାହିଁ । କୁମୁଦ ଫୁଲ କ୍ଷେତ୍ରରେ ଏହି ସୀମା ୫ଦିନ ରହିଛି ।ତୁଳସୀ ପତ୍ର,ବେଲ ପତ୍ର,ଅଗସ୍ତ୍ୟ ପୁଲ ଏସବୁ କେବେ ବି ବାସି ହୁଏ ନାହିଁ । ଏପରିକି ବେଲ ପତ୍ର, ଅଁଳା,ଏବଂ ତୁଳସୀର ଛିଣ୍ଡା ପତ୍ର ମଧ୍ୟ ପ୍ରଭୁଙ୍କ ବ୍ୟବହାର ଯୋଗ୍ୟ । କେବଳ ଫୁଲ ବ୍ୟବହାର ନୁହେଁ, ତୋଳିବା କ୍ଷେତ୍ରରେ ମଧ୍ୟ କିଛି କଟକଣା ରହିଛି । ମଧ୍ୟାହ୍ନ ସ୍ନାନ ପରେ ଫୁଲ ତୋଳିବା ନିଷିଦ୍ଧ ବୋଲି କୁହାଯାଇଥାଏ ।
ଏମିତିରେ ଭଗବାନ ଶଙ୍କରଙ୍କୁ ସବୁବେଳେ କୁନ୍ଦ-କଦଳୀ, ବିଷ୍ଣୁଙ୍କୁ ଦୁଦୁରା,ଦେବୀଙ୍କୁ ଅର୍କ ମନ୍ଦାର, ସୂର୍ଯ୍ୟଙ୍କୁ ଟଗର ଅର୍ପଣ କରାଯାଏ ନାହିଁ । ଏସବୁ କିନ୍ତୁ ତାନ୍ତ୍ରିକ ପଦ୍ଧତିରେ ବ୍ୟବହାର ଯୋଗ୍ୟ । ଅନ୍ୟପକ୍ଷରେ ଶୀ୍ର କୃଷ୍ଣଙ୍କର କୁମୁଦ,କନିଅର,ମଲ୍ଲୀ,ଟଗର ,ଚମ୍ପା,ପଲାଶ ପତ୍ର, ପୁଷ୍ପ,ଦୂର୍ବ ପ୍ରତି ଆଦର ରହିଛି । କମଳ ପୁଷ୍ପ ଲକ୍ଷ୍ମୀଙ୍କ ନିବାସ ଥିବା ହେତୁ ଅନ୍ୟ ଫୁଲ ଅପେକ୍ଷା ହଜାର ଗୁଣ ଏହା ତାଙ୍କର ପି୍ରୟ । ସେହିପରି ଏହା ଠାରୁ ତୁଳସୀ ହଜାରେ ଗୁଣ ପି୍ରୟ ଅଟେବୋଲି ପଣ୍ଡିତମାନେ ମତ ରଖୁଛନ୍ତି । ଶିବଙ୍କୁ କେତକୀ,ଗଣେଶଙ୍କୁ ତୁଳସୀ,ଏବଂ ଦୁର୍ଗାଙ୍କୁ ଦୁର୍ବାଦଳ ଚଢ଼ାଇବା ଅନୁଚିତ୍‍ । କରବୀର ଏବଂ ଜବା ପୁଷ୍ପ ଦୁର୍ଗାଙ୍କ ଅତି ପି୍ରୟ ଅଟେ । ତେବେ ଯେ କୌଣସି ପତ୍ର ବା ପୁଷ୍ପ ଓଲଟା ଦେବା ଆମ ବ୍ୟବସ୍ଥାରେ ଗ୍ରହଣୀୟ ନୁହେଁ ।
ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଯଦି କୌଣସି ଫୁଲ ନ ମିଳେ ତେବେ ତୁଳସୀ ପତ୍ରରେ ପୂଜା କରିବା ଉଚିତ୍‍ । ଯଦି ତୁଳସୀ ନମିଳେ ତେବେ ତୁଳସୀ ଶାଖା,ମୂଳ ବା ମୂର୍ତ୍ତିିକା ଦ୍ୱାରା ପୂଜା କରାଯାଇପାରିବ ।

Share Post
  • 28
  •  
  •  
  •  
  •  
  •  
  •  
  •  
    28
    Shares

Leave a Reply

Your email address will not be published. Required fields are marked *

two × two =