ରଥଯାତ୍ରା ସମୟର ଆଉ କିଛି ଗହନ କଥା

ଭୁବନେଶ୍ବର: ମହାପ୍ରଭୁ ଶ୍ରୀଜଗନ୍ନାଥ ଯେଭଳି ରହସ୍ୟମୟ, ତାଙ୍କ ପୁଜା, ବିଧି ସବୁକିଛି ସେମିତି। ମହାପ୍ରଭୁଙ୍କ ରଥଯାତ୍ରା ଯେଭଳି ଆକର୍ଷଣୀୟ, ଠିକ୍ ସେହିଭଳି ରଥଯାତ୍ରା ପଛର ଗୁଢ ରହସ୍ୟ ଯେ କୌଣସି ବ୍ୟକ୍ତିଙ୍କୁ ବିସ୍ମିତ କରିବ ନିଶ୍ଚୟ। ରଥଯାତ୍ରାକୁ କେହି କେହି ଦଶବତାର ଯାତ୍ରା ବୋଲି ମଧ୍ୟ କହିଥାନ୍ତି। ହେଲେ ଏଠି ଆଜି ଯାହା କହିବାକୁ ଆମେ ଚାହୁଁଛନ୍ତି, ତାହା ହେଲା, ରଥଯାତ୍ରା ସମୟରେ ଚତୁର୍ଧାମୂର୍ତିଙ୍କ ବ୍ୟତୀତ ଆଉ କିଛି ଦେବତାଙ୍କୁ ପୂଜା କରାଯାଇଥାଏ। ଏପରିକି ମହାପ୍ରଭୁ ଶ୍ରୀଗୁଣ୍ଡିଚା ମନ୍ଦିର ଯିବା ପରେ ଏହି ପୂଜା ବିଧି ଶରଧା ବାଲିରେ କରାଯାଇଥାଏ।

ରଥଯାତ୍ରାରେ ଚତୁର୍ଧାମୂର୍ତି ରଥାରୁଢ ହୋଇଥାନ୍ତି। ପ୍ରଭୁ ସୁଦର୍ଶନ ଦେବୀ ସୁଭଦ୍ରାଙ୍କ ଭଳି ଶୂନ୍ୟ ପହଣ୍ଡିରେ ଆସନ୍ତି ଓ ଦେବୀ ସୁଭଦ୍ରାଙ୍କ ରଥରେ ବିଜେ ହୁଅନ୍ତି। ସେହିଭଳି ଶ୍ରୀବଳଦେବଙ୍କ ରଥରେ ରାମ ଓ କୃଷ୍ଣ ମଧ୍ୟ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାଇଥାନ୍ତି। ଅନ୍ୟପକ୍ଷରେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥରେ ମଦନମୋହନ ବିଜେ କରି ରଥଯାତ୍ରାରେ ଯାଇଥାନ୍ତି। ପ୍ରଶ୍ନ ଉଠେ, ସର୍ବମୋଟ ସାତଜଣ ଦେବତା ରଥଯାତ୍ରାରେ ଯାଉଥିବା ବେଳେ କାହିଁକି ଏହାକୁ ଦଶବତାର ପୂଜା ବୋଲି କୁହାଯାଏ?

ଶ୍ରୀଜଗନ୍ନାଥଙ୍କ ଗବେଷକଙ୍କ ମତରେ ଚାରି ଦାରୁ ବିଗ୍ରହ ଓ ତିନିଜଣ ଧାତୁ ବିଗ୍ରହଙ୍କୁ ବାଦ୍ ଦେଲେ ରଥଯାତ୍ରାର ଅନ୍ୟତମ ଆକର୍ଷଣ ତାଳଧ୍ବଜ, ଦେବଦଳନ ଓ ନନ୍ଦିଘୋଷରେ ବିରାଜମାନ କରୁଥିବା ରଥଧ୍ବଜଙ୍କୁ ତିନି ଦେବତାର ମାନ୍ୟତା ଦିଆଯାଇଛି। ଶ୍ରୀ ବଳଭଦ୍ରଙ୍କ ତାଳଧ୍ବଜ ରଥର ଧ୍ବଜ ଦେବତା ହେଉଛନ୍ତି ଶ୍ରୀ ନୃସିଂହ। ସେହିଭଳି ଦେବୀ ସୁଭଦ୍ରାଙ୍କ ରଥର ଧ୍ବଜ ଦେବତା ଶ୍ରୀ ଭୁବନେଶ୍ବରୀ ଏବଂ ଶ୍ରୀଜଗନ୍ନାଥଙ୍କ ରଥର ଧ୍ବଜ ଦେବତା ହେଉଛନ୍ତି ଶ୍ରୀ ହନୁମାନ।

ସପ୍ତଦେବତା ଯେବେ ଜନ୍ମବେଦୀଙ୍କୁ ଯାତ୍ରା କରିଥାନ୍ତି, ସେବେ ମଧ୍ୟ ଶ୍ରୀଗୁଣ୍ଡିଚା ମନ୍ଦିର ସାମ୍ନାରେ ଧ୍ବଜ ପୂଜା ପାଆନ୍ତି। ମଧ୍ୟାହ୍ନ ଧୂପରେ ଶୁଖିଲା ଭୋଗ ପୂଜାପଣ୍ଡା ଲାଗି କରାନ୍ତି ଓ ଭିତରେ ଯେବେ ମହାପ୍ରଭୁଙ୍କ ଅନ୍ନଭୋଗ ହୁଏ, ସେବେ ଓଳିଏ ଅନ୍ନ ଧ୍ବଜ ପୂଜାରେ ଭୋଗ ହୁଅନ୍ତି।

ଉଲ୍ଲେଖଥାଉକି, ରଥ କାଠିବା ଆସିବା ପ୍ରକ୍ରିୟା ଠାରୁ ଆରମ୍ଭ କରି ରଥ ନିର୍ମାଣ ଅନୁକୂଳ ଆଦିରେ ମହାପ୍ରଭୁଙ୍କ ଆଜ୍ଞା ମାଳ ବିଜେ କରନ୍ତି। ନବଯୌବନ ଦର୍ଶନ ଦିନ ମଧ୍ୟ ତିନି ରଥରେ ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ ହେବାପରେ ତାଳଧ୍ବଜ, ଦେବଦଳନ ଏବଂ ନନ୍ଦିଘୋଷ ଶ୍ରୀମନ୍ଦିର ସିଂହଦ୍ବାରକୁ ବିଜେ କରିଥାନ୍ତି। ଏମିତିରେ ବି ରଥର ପ୍ରତ୍ୟେକ ଅଙ୍ଗକୁ ଦେବତା ତୂଲ୍ୟ ବିବେଚନା କରି ଭକ୍ତମାନେ ପ୍ରଣିପାତ କରିଥାନ୍ତି।

Share Post

Leave a Reply

Your email address will not be published. Required fields are marked *

four × one =