ରୁଦ୍ରାକ୍ଷର ମହିମା ଏମିତି

ଭୁବନେଶ୍ୱର: ରୁଦ୍ରାକ୍ଷ ଅତ୍ୟନ୍ତ ପ୍ରଭାବଶାଳୀ । କିଏ କିଏ ଦୁଃଖ ଦୂର କରିବା ପାଇଁ, ଆଉ କିଏ ତେଜସ୍ୱ ହେବା ପାଇଁ । କିଏ ପରାତ୍ମାଙ୍କୁ ହୃଦୟରେ ଧାରଣ କରିବା ପାଇଁ, ପୁଣି କିଏ ପାପନାଶ ପାଇଁ ରୁଦ୍ରାକ୍ଷ ଧାରଣ କରିଥାନ୍ତି । ରୁଦ୍ରାକ୍ଷକୁ ନେଇ ଆମ ଶାସ୍ତ୍ରରେ ଅନେକ ପୌରାଣିକ କଥାବସ୍ତୁ ରହିଛି । ହେଲେ ସବୁଠାରୁ ବଡ଼ କଥା ହେଲା, ରୁଦ୍ରାକ୍ଷ ଆଉ କିଛି କରୁ ବା ନ କରୁ ଆଧ୍ୟାତ୍ମିକ ଶିକ୍ଷା ଆଡକୁ ଅବଶ୍ୟ ମନକୁ ଟାଣିଥାଏ । ସିଦ୍ଧପୁରୁଷମାନେ ଏକଥା ବାରମ୍ୱାର ସୂଚାଇଛନ୍ତି ।
ଅନେକ ପ୍ରକାରର ରୁଦ୍ରାକ୍ଷ ଦାନା ରହିଛି । ସବୁଠାରୁ ଶ୍ରେଷ୍ଠ ରୁଦ୍ରାକ୍ଷ ରୂପେ ଗୈାରୀ-ଶଙ୍କର ରୁଦ୍ରାକ୍ଷକୁ ମାନ୍ୟତା ମିଳିଥାଏ । ବିଶ୍ୱାସ କରାଯାଏ, ଏହି ରୁଦ୍ରାକ୍ଷ ଧାରଣ କଲେ ଶତଗୁଣ ପୁଣ୍ୟଫଳ ମିଳିଥାଏ ବୋଲି କୁହାଯାଏ । କେତେକ ରୁଦ୍ରାକ୍ଷ ବୃକ୍ଷରେ ହିଁ ପ୍ରାକୃତିକ ରୂପେ ଯୋଡି ହୋଇ ଫଳିଥାଏ । ଏକତ୍ର ଦୁଇଟି ଯୋଡିହୋଇ ଫଳିଥିବା ରୁଦ୍ରାକ୍ଷକୁ ଗୈାରୀଶଙ୍କର ରୁଦ୍ରାକ୍ଷ ବୋଲି କୁହାଯାଏ । ଏହି ରୁଦ୍ରାକ୍ଷରେ ଶିବ ଓ ଶକ୍ତି ଉଭୟଙ୍କ ଶକ୍ତି ରହିଥିବାରୁ ମନୁଷ୍ୟର ସମସ୍ତ ମନୋକାମନା ପୂରଣ ହୋଇ ବିପଦ ଦୂର ହୋଇଥାଏ ।
ପଣ୍ଡିତମାନେ କୁହନ୍ତି, କୌଣସି ସୈାଭାଗ୍ୟଶାଳୀ ବ୍ୟକ୍ତିକୁ ଯଦି ଏହି ରୁଦ୍ରାକ୍ଷମିଳେ,ଶାସ୍ତ୍ରୀୟ ବିଧି ପୂର୍ବକ ପୂଜନ କରି ଗଳାରେ ଧାରଣ କରେ, ତେବେ ସମସ୍ତ ଦଃୁଖ ଦୂର ହୋଇ ଧନ,ସଂମ୍ପତ୍ତି ଓ ଜ୍ଞାନ ପ୍ରାପ୍ତ ହୋଇଥାଏ । ଏହି ରୁଦ୍ରାକ୍ଷରେ ପ୍ରାକୃତିକ ରୁପେ ସାତ କିମ୍ୱା ଅାଠଟି ଗାର ରହିଥାଏ । ଗାରଗୁଡିକ ସମାନ ନହୋଇ ଛୋଟ ବଡ ହୋଇଥାଏ । ଅସଲି ଗୈାରୀଶଙ୍କର ରୁଦ୍ରାକ୍ଷ ବଜ୍ର ପରି କଠିନ ହୋଇଥାଏ । ଏହା ସହଜରେ ଭାଙ୍ଗେ ନାହିଁ । ଯଦି କେବେ ଫାଳ ହୁଏ ତାହା ସମାନ ରୂପେ ଫାଳ ନହୋଇ ପଥର ଭାଙ୍ଗିଲା ପରି ଅସମାନ ହୋଇଥାଏ । ଏହି ରୁଦ୍ରାକ୍ଷ ଧାରଣ କଲେ ଯେତିକି ସାଂସାରିକ ବସ୍ତୁ ମିଳେ,ତା ଠାରୁ ଅଧିକ ଅାଧ୍ୟାତ୍ମିକ ଜ୍ଞାନ ମିଳେ ।

Share Post
  • 22
  •  
  •  
  •  
  •  
  •  
  •  
  •  
    22
    Shares

Leave a Reply

Your email address will not be published. Required fields are marked *

eighteen − 1 =