ଘରେ ଶଙ୍ଖ ରଖିଲେ, କି ଲାଭ ମିଳେ?

ଭୁବନେଶ୍ୱର: ଠାକୁର ଘରେ ଶଙ୍ଖ ପୂଜା ପାଆନ୍ତି । ପୂଜା ପ୍ରକ୍ରିୟାରେ ମଧ୍ୟ ଶଙ୍ଖ ବ୍ୟବହାର ହୋଇଥାଏ । ବିବାହ, ବ୍ରତ ଆଦିରେ ଶଙ୍ଖ ବଜାଯାଇଥାଏ । ହେଲେ ଶଙ୍ଖ କେତେ ପ୍ରକାର, କାହିଁକି ଶଙ୍ଖ ପୂଜା କରାଯାଏ, କିଭଳି ପୂଜା କରାଯାଏ, ଏସବୁ ମଧ୍ୟ ପୂଜା ପ୍ରକ୍ରିୟାରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବଜାରରେ ଯେ କୌଣସି ମିଳୁଥିବା ଶଙ୍ଖ ବା ଆଜି କାଲି ମେସିନ୍‍ରେ ପଲିସ୍‍ ହୋଇ ବିକ୍ରି ହେଉଥିବା ଶଙ୍ଖ ଦେଖିବାକୁ ସୁନ୍ଦର ହୋଇପାରେ । ହେଲେ ତାକୁ ଆଣି ସିଧାସଳଖ ପୂଜା ଘରେ ରଖିଦେବା ଶାସ୍ତ୍ର ଦୃଷ୍ଟିରୁ ଠିକ୍‍ ନୁହେଁ ବୋଲି ପଣ୍ଡିତମାନେ ମତ ରଖିଥାନ୍ତି ।
ଶଙ୍ଖ ଦୁଇପ୍ରକାରର ହୋଇଥାଏ । ବାମାବର୍ତୀ ଶଙ୍ଖ ଓ ଦକ୍ଷିଣାବର୍ତୀ ଶଙ୍ଖ । ବାମାବର୍ତୀ ଶଙ୍ଖକୁ ବିଭିନ୍ନ ଯାନିଯାତ୍ରା, ଶୁଭ, ପୂଜା ଆଦି ସମୟରେ ବଜାଯାଏ । ଏହାକୁ ଶୁଭ ଶଙ୍ଖ ବୋଲି କୁହାଯାଏ । ହେଲେ ଦକ୍ଷିଣାବର୍ତୀ ଶଙ୍ଖର ମହତ୍ୱ କିନ୍ତୁ ଏହାଠାରୁ ଢେର୍‍ ଅଧିକ । ଏହାକୁ ପୂଜା କରାଯିବାର ବିଧି ରହିଛି । ଶାସ୍ତ୍ରବିତ୍‍ମାନେ କୁହନ୍ତି, ଦକ୍ଷିଣାବର୍ତୀ ଶଙ୍ଖ ହେଉଛି ଲକ୍ଷ୍ମୀଙ୍କ ଅତ୍ୟନ୍ତ ନିକଟତର । ବିଷ୍ଣୁଙ୍କ ସ୍ୱରୂପ ବୋଲି ମଧ୍ୟ କେହି କେହି ବର୍ଣ୍ଣନା କରିଥାନ୍ତି । ଏହାକୁ ସେଥିପାଇଁ ଲକ୍ଷ୍ମୀ ଶଙ୍ଖ ବୋଲି ମଧ୍ୟ କୁହାଯାଇଥାଏ ।
ପଣ୍ଡିତମାନଙ୍କ ମତରେ ଭାଗ୍ୟ ଉଚ୍ଚକୋଟୀର ଥିଲେ, ଦକ୍ଷିଣାବର୍ତୀ ଶଙ୍ଖ ମିଳିଥାଏ । ଏହି ଶଙ୍ଖକୁ ଗାC କ୍ଷୀରରେ ଧୋଇବା ଗଙ୍ଗାଜଳରେ ସ୍ନାନ କରାଯାଏ । ପରେ ରୂପା ପାତ୍ରରେ ରଖି ପ୍ରାଣପ୍ରତିଷ୍ଠା କରାଯାଏ । ଏଭଳି ଶଙ୍ଖକୁ ନିତ୍ୟ ପୂଜା କରି ଧୂପଦୀପ ଦେଲେ, ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ଓ ଘର ଧନଧାନ୍ୟରେ ପୂରି ଉଠେ ବୋଲି କୁହାଯାଏ ।
ନିତ୍ୟ ଶଙ୍ଖ ବାଜିଲେ ବାୟୁମଣ୍ଡଳର ପ୍ରଦୂଷଣ ନଷ୍ଟ ହୋଇଥାଏ ବୋଲି କୁହାଯାଏ । ଶଙ୍ଖ ବଜାଉଥିବା ଲୋକର ଶରୀର ଆରୋଗ୍ୟ ରହିଥାଏ । ଫୁସ୍‍ପୁସ୍‍ ଜନିତ ରୋଗରେ ସେମାନେ ପଡନ୍ତି ନାହିଁ ।

Share Post
  • 68
  •  
  •  
  •  
  •  
  •  
  •  
  •  
    68
    Shares

Leave a Reply

Your email address will not be published. Required fields are marked *

3 × 3 =