୨୨ପାହାଚର ରହସ୍ୟ ନିଆରା

ଭୁବନେଶ୍ୱର:  ଶ୍ରୀମନ୍ଦିରରେ ବାଇଶି ପାହାଚର ବର୍ଣ୍ଣନା ବହୁ ପୁରାତନ ଗ୍ରନ୍ଥରେ ରହିଛି । ଏହି ପାହାଚ ଦେଇ ଶ୍ରୀବିଗ୍ରହମାନେ ବିଜେ ହୋଇ ରଥାରୁଢ ହୋଇଥାନ୍ତି । ଅନ୍ୟ ପର୍ବପର୍ବାଣୀରେ ମଧ୍ୟ ଦେବା ଦେବୀ ବାଇଶି ପାହାଚ ଦେଇ ଯାତ୍ରା କରିଥାନ୍ତି । ହେଲେ ଏହା ବାଇଶି ପାହାଚ ନାମରେ ନାମିତ ହୋଇଥିଲେ ହେଁ, ପ୍ରକୃତପକ୍ଷେ ବାଇଶି ଗୋଟି ପାହାଚ ନାହିଁ ।

କେତେକ ଐତିହାସିକ ୧୫ଟି ପାହାଚ ଥିବା ଉଲ୍ଲେଖ କରିଛନ୍ତି । ଆଉ କିଏ ୧୭ଟି ପାହାଚ ଥିବା ନେଇ ତଥ୍ୟ ରଖିଛନ୍ତି । ଆଜି ଦିନର ବାସ୍ତବତା ହେଲା, ଆନନ୍ଦ ବଜାରକୁ ପ୍ରବେଶ ପଥରେ ଥିବା ଦୁଇଟି ପାହାଚକୁ ମିଶାଇ ଏବେ ୨୦ଟି ପାହାଚ ରହିଛି । ବିଶିଷ୍ଟ ଗବେଷକ ଗୌରୀ କୁମାର ବ୍ରହ୍ମାଙ୍କ ମତାନୁଯାୟୀ, ପୂର୍ବେ ବାଇଶିଟି ପାହଚ ଥିଲା । ମରାମତି ଓ ଅନ୍ୟାନ୍ୟ କାରଣରୁ ସେସବୁ ପାହାଚ ଆଉ ପରିଦୃଷ୍ଟ ହେଉନାହିଁ ।

ଉଲ୍ଲେଖନୀୟ କଥା ହେଲା, ବାଇଶି ପାହାଚ ବଉଳମାଳା ବା ଶାଣ ପଥରରେ ନିର୍ମିତ । ଏଥିରେ ପ୍ରାୟ ୧୫ଟି ପାହାଚର ଲମ୍ୱ, ପ୍ରସ୍ଥ ଓ ଉଚ୍ଚତା ସମାନ । ଅଷ୍ଟାଦଶ ପାହାଚଟି ସବୁଠାରୁ ଓସାରିଆ । ଉଣେଇଶିତମ ଓ କୋଡିଏତମ ପାହାଚ ଦେଖିବାକୁ ଅର୍ଧ ଗୋଲାକୃତିର । 

କୁହାଯାଏ, ସାଧାରଣ ମନୁଷ୍ୟର ୨୨ଟି ଦୋଷ ଦୁର୍ବଳତାର ପ୍ରତୀକ ରୂପେ ଏହି ପାହାଚ ବିଦ୍ୟମାନ । ଏହା ମନୁଷ୍ୟକୁ ମୋକ୍ଷ ଦିଗକୁ ଟାଣିନିଏ । 

ସେହିଭଳି ଜନଶ୍ରୁତି ରହିଛି, ରାଜ୍ୟ ଭାନୁଦେବ ବାଇଶି ପାହାଚ ନିର୍ମାଣ କରିଥିଲେ । ଏହି ପାହାଚ ନିର୍ମାଣ ପରେ ତାଙ୍କ ପୁତ୍ର ବିପଦମୁକ୍ତ ରହିଥିଲେ ।

Share Post

Leave a Reply

Your email address will not be published. Required fields are marked *

sixteen − 14 =