କେବେ ଶ୍ରୀମନ୍ଦିରରୁ ବାହାରକୁ ଯାଇଥାଏ ଶଙ୍ଖୁଡି ଭୋଗ?

ଭାଦ୍ରବ ଦ୍ୱାଦଶୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀବାମନ ଜନ୍ମ ନୀତି ଅନଷ୍ଠିତ ହୋଇଥାଏ । ଭାଦ୍ରବ ମାସ ଶୁକ୍ଲ ପକ୍ଷ ଦ୍ୱାଦଶୀ ତିଥିର ମଧ୍ୟାହ୍ନରେ ନାରାୟଣ ବାମନ ରୂପରେ ଅାର୍ବିଭୂତ ହୋଇଥିଲେ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ବାମନ ଭାବେ ଅଭିହିତ କରାଯାଇ ଉକ୍ତ ଅାବିର୍ଭାବ ତିଥିରେ ଶ୍ରୀମନ୍ଦିରରେ ଜନ୍ମ ନୀତି ପାଳିତ ହୋଇଥାଏ । ଏହି ଦିନ ସକାଳ ଧୂପ ପୂଜା ଶେଷ ହେବା ପରେ ଠାକୁର ମାନଙ୍କର ମହାସ୍ନାନ ଓ ସର୍ବାଙ୍ଗ ନୀତି ହୋଇ ପୂର୍ବ ଦିନରୁ ଅଧିବାସ ହୋଇଥିବା ପବିତ୍ରା ଲାଗି ହୋଇଥାଏ । ତାପରେ ଶ୍ରୀବିଗ୍ରହ ମାନଙ୍କୁ କର୍ପୂର ଲାଗି ହୋଇ ବେଶ ବଢିବା ପରେ ମଧ୍ୟାହ୍ନ ଧୂପ ଉଠିଥାଏ । ଦକ୍ଷିଣ ଘର ଭୋଗ ସରିବା ପରେ ମହାଜନ ସେବକମାନେ କୃଷ୍ଣଙ୍କୁ ରତ୍ନ ସିଂହାସନରେ ବିଜେ କରାଇବା ପରେ ମୁଦିରସ୍ତ ସେବକ ଶ୍ରୀଅଙ୍ଗରେ ଧଣ୍ଡି ପ୍ରସାଦ ଲାଗି କରିଥାଅାନ୍ତି । ପଞ୍ଚବର୍ଣ୍ଣ ମୁରୁଜରେ କଟା ଯାଇଥିବା ମଣ୍ଡଳ ଉପରେ ସୁବର୍ଣ୍ଣର ବାମନ ପ୍ରତିମା ବିଜେ କରିଥାଅାନ୍ତି । ଏଠାରେ ଗର୍ଭ ଉଦକ ନୀତି,ଜନ୍ମ ନୀତି ମାନ କରାଯାଇଥାଏ । ଏହାପରେ କ୍ଷୀର,ଲହୁଣୀ,କୋରା ମଣୋହୀ,ପ୍ରସାଦ ଲାଗି ନୀତିମାନ ଅନୁଷ୍ଠିତ ହୁଏ ।
ଏହି ଦିନ ସଂଧ୍ୟା ନୀତି ଶେଷ ହେବା ପରେ ଶ୍ରୀମନ୍ଦିରରେ ପାରମ୍ପରିକ ଭାବେ ଇନ୍ଦ୍ରଧ୍ୱ୍ୱଜ ପୂଜା ଅନୁଷ୍ଠିତ ହୋଇଥାଏ ।ଏଥିନିମନ୍ତେ କାଠ ବାଉଁଶରେ ସପ୍ତମେଘ ପୋତାଯାଏ । ରୋଷରୁ ଦୁଇ ଓଳି ଅନ୍ନ ପନ୍ତିରେ ବଢ଼ାଯିବା ପରେ ପୂଜାପଣ୍ଡା ପଞ୍ଚୋପଚାର ବିଧିରେ ଭୋଗ କରନ୍ତି । ସୂଚନାଯୋଗ୍ୟ ଯେ ବର୍ଷକରେ ଏହି ଦିନଟିରେ ହିଁ କେବଳ ଶଙ୍ଖୁଡି ବାହାରକୁ ଯାଏ । ତାପର ଦିନ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବଳିବାମନ ବେଶ ହୋଇଥାଏ ।

Share Post

Leave a Reply

Your email address will not be published. Required fields are marked *

7 + one =