ସୋମବାରର ଗୁରୁତ୍ୱ କଣ

ଭୁବନେଶ୍ୱର: ସୋମବାରକୁ ଗ୍ରହ ଦେବତା ଚନ୍ଦ୍ର ଓ ଭଗବାନ ଶିବଙ୍କ ଉଦ୍ଦେଶ୍ୟରେ ସମର୍ପିତ କରାଯାଇଛି । ଏକାନ୍ତ ନିଷ୍ଠା ଓ ଏକାଗ୍ରତାର ସହିତ ଚନ୍ଦ୍ର ଉପାସନା କଲେ ସନ୍ତାନ ମାନଙ୍କର ସର୍ବବିଧ ମଙ୍ଗଳ ହୁଏ ବୋଲି ପଣ୍ଡିତମାନେ ମତ ରଖନ୍ତି । ସେହିଭଳି ବନ୍ଧ୍ୟା ନାରୀ ସନ୍ତାନବତୀ ହୋଇଥାଏ ବୋଲି କୁହାଯାଏ ।
ଅନ୍ୟପକ୍ଷରେ, ଶିବଲିଙ୍ଗରେ ଏହିଦିନ ଜଳାଭିଷେକ ବା କ୍ଷୀରାଭିଷେକ କରାଯାଏ । ଏହାଦ୍ୱାରା ସର୍ବସିଦ୍ଧ ହୁଏ ଓମାନସିକ ଶାନ୍ତି ମିଳିଥାଏ ।
ଆମ ବ୍ୟବସ୍ଥାରେ ଚନ୍ଦ୍ର ହେଉଛନ୍ତି ଶାନ୍ତି ଓ ଉଦାରର ପ୍ରତୀକ । ଭଗବାନ ଶିବ ହେଉଛନ୍ତି ସତ୍ୟ,ପ୍ରେମ,ମଙ୍ଗଳର ପ୍ରତୀକ । ଷୋଳସୋମବାର ଉପବାସ ରହି ଏକାନ୍ତ ଭକ୍ତିର ସହିତ ଶିବମାନସ ପୂଜାକଲେ ଅକାଳ ମୃତ୍ୟୁ ଅାଦି ମହାମାରୀ ରୋଗରୁ ମୁକ୍ତି ମିଳିବା ସହିତ ପରିବାରର ମଙ୍ଗଳ ହୋଇଥାଏ । ବେଲପତ୍ର,ଧବଳ ପୁଷ୍ପ,ଅରଖ ଫୁଲ ଅର୍ପଣ କରାଯାଇ ଘର୍ଷଣ ଦ୍ୱାରା ଶିବପୂଜା କରାଯାଏ । ସନ୍ଧ୍ୟାରେ ଚନ୍ଦ୍ର ପୂଜା କରାଯାଇଥାଏ । କୁହାଯାଏ ସୃଷ୍ଟିର ଅାରମ୍ଭରେ ଶିବ ଓ ଶେଷରେ ଶିବ । ତାଙ୍କପାଇଁ ସୋମବାରଟିକୁ ସ୍ୱତନ୍ତ୍ରଭାବେ ସମର୍ପିତ କରାଯାଇଛି ।

Share Post
  • 34
  •  
  •  
  •  
  •  
  •  
  •  
  •  
    34
    Shares

Leave a Reply

Your email address will not be published. Required fields are marked *

two × five =