ଗଣେଶ କେମିତି ଖୁସି ହେବେ, ଜାଣନ୍ତୁ

ଭୁବନେଶ୍ୱର: ଘର ପ୍ରତିଷ୍ଠା ହେଉ କି ବିଦ୍ୟାରମ୍ଭ । ବିବାହ ଅଥବା ବ୍ରତ ଯେ କୌଣସି ଶୁଭ କାମ ଆରମ୍ଭ ଅଗ୍ରପୂଜ୍ୟ ଗଣେଶଙ୍କ ଠାରୁ ହିଁ ହୋଇଥାଏ । ମହାରାଷ୍ଟ୍ରର ସମୃଦ୍ଧି ପଛରେ ଗଣେଶଙ୍କ ଆଶୀର୍ବାଦ ରହିଥିବା କଥା କୁହାଯାଏ । ଭାରତ ଅର୍ଥନୀତି ରାଜଧାନୀ ମୁମ୍ୱାଇରେ ବେଶ ଧୁମଧାମରେ ପାଳିତ ହୋଇଥାଏ ।
ଯେ କୌଣସି ଦେବଦେବୀଙ୍କ ପୂଜା କାର୍ଯ୍ୟ ଅାରମ୍ଭ ବେଳେ ସତର୍କତା ଅବଲମ୍ୱନ କରାଯିବା ଅାବଶ୍ୟକ । ନିଷ୍ଠା,ଭକ୍ତି ଓ ଏକାଗ୍ରତାର ସହ କରାଯାଇଥିବା ପୂଜାରୁ ନିଶ୍ଚୟ ସୁଫଳ ମିଳିଥାଏ । ଆମ ବ୍ୟବସ୍ଥାରେ ମଧ୍ୟ ଗଣେଶଙ୍କ ପୂଜା ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଆଯାଏ । ହେଲେ ଭଗବାନ ଗଣେଶଙ୍କ ପୂଜା କରିବା ବେଳେ କେତେକ ବିଷୟ ପ୍ରତି ଧ୍ୟାନ ଦେବା ନିହାତି ଆବଶ୍ୟକ ।
ଗଣେଶଙ୍କ ପୂଜାରେ ତୁଳସୀର ପ୍ରୟୋଗ ସଂପୂର୍ଣ୍ଣ ନିଷେଧ । ଜାଣତରେ ହେଉ ବା ଅଜାଣତରେ ଭଗବାନ ଗଣେଶଙ୍କ ଠାରେ ତୁଳସୀ ଲାଗି ହୁଏ ନାହିଁକିମ୍ୱା କରାଯିବା ଉଚିତ୍‍ ନୁହେଁ । ତେବେ ଦୁବ ଗଣେଶଙ୍କର ଅତ୍ୟନ୍ତ ପ୍ରି୍ରୟ ।
ପ୍ରଭୁଙ୍କ ପୂଜାରେ ଜଳ ବ୍ୟତୀତ ଅର୍ଘ୍ୟରେ ଅନ୍ୟ ଅାଠଟି ସାମଗୀ୍ର ବ୍ୟବହାର ହୋଇଥାଏ । ଯେମିତିକି ଦହି,ଦୁବ,କୁଶ,ପୁଷ୍ପ,ଅକ୍ଷତ,କୁଙ୍କୁମ,ହଳଦିଅା ସୋରିଷ ଏବଂ ଗୋଟା ଗୁଅା । ଯେଉଁ ସାମଗୀ୍ର ଗୁଡିକ ନ ଥିବ ତା ବଦଳରେ ଅକ୍ଷତ ବ୍ୟବହାର କରାଯାଇ ପାରିବ ।
ସାଧାରଣତଃ ପୁଷ୍ପ ସବୁ ଦେବତାଙ୍କ ପି୍ରୟ ହୋଇଥାଏ । କିନ୍ତୁ କେତେକ ଫୁଲ ପୂଜା ନିମିତ ନିଷିଦ୍ଧ କରାଯାଇଛି । ଯଥା କୀଟ ଦ୍ୱାରା ଦଂଶିତ ହୋଇଥିବା ବାସପୁଷ୍ପ,ଗଛତଳେ ପଡିଥିବା ପୁଷ୍ପ, ଅଧା ଛିଣ୍ଡା ବା ଡେମ୍ଫ ନଥିବା ପୁଷ୍ପ, ଦେବତାଙ୍କ ଉପରେ ପୂର୍ବରୁ ଚଢ଼ା ଯାଇଥିବା ପୁଷ୍ପ, ପିନ୍ଧିଥିବା ଧୋତିରେ ବାନ୍ଧି ଅଣାଯାଇଥିବା ପୁଷ୍ପ, କିମ୍ୱା ପାଣିରେ ଧୂଅା ହୋଇଥିବା ପୁଷ୍ପ ବର୍ଜନୀୟ ବୋଲି ପଣ୍ଡିତମାନେ ମତ ରଖନ୍ତି । ବିଭିନ୍ନ ପୁରାଣରେ କୁହାଯାଇଛି ସ୍ନାନ କରିବା ପୂର୍ବରୁ ଫୁଲ ତୋଳିବା ଏକାନ୍ତ ଅାବଶ୍ୟକ । କିନ୍ତୁ ତୁଳସୀ ସ୍ନାନ ପରେ ହିଁ ତୋଳାଯିବା ବିଧେୟ ।

Share Post
  • 26
  •  
  •  
  •  
  •  
  •  
  •  
  •  
    26
    Shares

Leave a Reply

Your email address will not be published. Required fields are marked *

4 × 1 =