ମୁର୍ଖ ସିଦ୍ଧେଶ୍ୱର ପରିଡାରୁ ଶାରଳା ଦାସ

ଭୁବନେଶ୍ୱର: ଜଗତସିଂହପୁର ଜିଲ୍ଲାର ଝଙ୍କଡବାସିନୀ ମାଆ ଶାରଳାଙ୍କୁ ସରସ୍ୱତୀ ଭାବେ ଆଖ୍ୟାୟିତ କରାଯାଇଛି । ସତୀଙ୍କର ଜିହ୍ୱା ଏହି କ୍ଷେତ୍ରରେ ପଡିଥିବାରୁ ଶାରଳାଙ୍କୁ ସରସ୍ୱତୀ ବୋଲି କୁହାଯାଇଥାଏ । କୃପାଜଳ ବ୍ରହ୍ମା ନାମକ ଜଣେ ଋଷିଙ୍କର ମାନସ କନ୍ୟା ଭାବେ ମାଘ ଶୁକ୍ଲ ଶ୍ରୀପଞ୍ଚମୀ ଦିନ ମାଆଙ୍କ ଆବିର୍ଭାବ ଘଟିଥିବାରୁ ମାଆ ଶାରଳାଙ୍କୁ ସରସ୍ୱତୀ ଭାବେ ପୂଜା କରାଯାଇଥାଏ ।

ମାଆ ଶାରଳା ହେଉଛନ୍ତି ଅଷ୍ଟଭୂଜା । ମାଆ ହସ୍ତରେ ବୀଣା ଓ ପୁସ୍ତକ ଧାରଣ କରିଛନ୍ତି । ମୁର୍ଖ ସିଦ୍ଧେଶ୍ୱର ପରିଡା ମାଆ ଶାରଳାଙ୍କ କୃପା ଲାଭ କରି ଶୁଦ୍ରମୁନି ଶାରଳା ଦାସ ନାମରେ ଖ୍ୟାତ ହୋଇଥିଲେ । ଐତିହାସିକଙ୍କ ମତ ଅନୁଯାୟୀ, ପଞ୍ଚଦଶ ଶତାଦ୍ଦୀରେ ମାଆ ଶାରଳା ଠାକୁରାଣୀଙ୍କ ମନ୍ଦିର ପ୍ରଥମେ ବଡ ସାରୋଳ ଗ୍ରାମରେ ଥିଲା । କଳାପାହାଡ ଆକ୍ରମଣରେ ମନ୍ଦିରଟି ଲଣ୍ଡା ଦେଉଳରେ ପରିଣତ ହେବାରୁ କନକ ପୁରଠାରେ ନୂଆ ମନ୍ଦିର ନିର୍ମାଣ କରାଯାଇ ମାଆଙ୍କ ବିଗ୍ରହ ପୁନଃ ପ୍ରତିଷ୍ଠା ହୋଇଛି । 

ମାଆ ଶାରଳାଙ୍କ ପୀଠରେ ଆଶ୍ୱିନ କୃଷ୍ଣ ପକ୍ଷ ମୂଳାଷ୍ଟମୀ ଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ ସାର୍ବଜନୀନ ଶାରଦୀୟ ପାର୍ବଣ ପୂଜା ଅନୁଷ୍ଠିତ ହୁଏ । ଏହି ସମୟରେ ପ୍ରତ୍ୟେକ ଦିନ ଭୋର ୫ଟାରୁ ମଙ୍ଗଳ ଆଳତୀରୁ ପୂଜା ଆରମ୍ଭ ହେବା ସହିତ ମାର୍ଜନା ଓ ବେଶ ହୋଇଥାଏ । ପରେ ପ୍ରଥମେ ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦ ସମର୍ପଣ କରାଯାଏ । ପାଞ୍ଜିପାଠ, ସୂର୍ଯ୍ୟପୂଜା, ଚଣ୍ଡୀ ପାଠ, ଷୋଡଶ ଉପଚାର ପୂଜା, ସନ୍ଧ୍ୟା ଆଳତୀ, ବଡସିଂହାର ପରେ ରାତିରେ ସମ୍ପୂର୍ଣ୍ଣ ସୁନାବେଶ ଅନୁଷ୍ଠିତ ହୋଇଥାଏ । ନବରାତ୍ର ଉପଲକ୍ଷେ ମହାଷ୍ଟମୀ ପର୍ଯ୍ୟନ୍ତ ମାଆଙ୍କ ଚଳନ୍ତି ପ୍ରତିମାଙ୍କୁ ସୁସଜ୍ଜିତ ବିମାନରେ ଏକ ବର୍ଣ୍ଣାଢ୍ୟ ପଟୁଆରରେ ନେଇ ନଗର ପରିକ୍ରମା କରାଯାଇଥାଏ । 

Share Post

Leave a Reply

Your email address will not be published. Required fields are marked *

18 − 13 =