ବିଶ୍ୱପ୍ରସିଦ୍ଧ କୋଣାର୍କ ମନ୍ଦିର ନିର୍ମାଣର ମାର୍ଗଦର୍ଶକ ଥିଲେ ରାମଚଣ୍ଡୀ

ଭୁବନେଶ୍ୱର:ଦେବୀ ପୀଠ ମଧ୍ୟରେ ମାଆ ରାମଚଣ୍ଡୀଙ୍କ ପୀଠର ମହିମା କିଛି କମ୍‍ ନୁହେଁ । ଏଠାରେ ମଧ୍ୟ ଦୁର୍ଗାପୂଜା ବିଧି ମୁତାବକ ହୋଇଥାଏ । ଆସନ୍ତୁ ଜାଣିବା କିଏ ମାଆ ରାମଚଣ୍ଡୀ । ମାଆଙ୍କ ଆବିର୍ଭାବ କେବେ ହୋଇଥିଲା ଓ କିମ୍ୱଦନ୍ତୀ କଣ କୁହନ୍ତି । 

ପୁରୀ କୋଣାର୍କ ବେଳାଭୂମି ରାସ୍ତାର କୁଶଭଦ୍ରା ନଦୀ ମୁହାଣ ତଟରେ ବିଜେ ହୋଇଛନ୍ତି ମାଅା ରାମଚଣ୍ଡୀ । ଭଲା ରାମଚଣ୍ଡୀ ଭଲାରେ,କଳା ପାହାଡ଼କୁ ଦୁଅାରେ ବସାଇ, ଗଲା ପାଣି ଅାଣି ଗଲାରେ । ଲୋକ ଗୀତରୁ ମାଅା ରାମଚଣ୍ଡୀଙ୍କ ମହିମା ନେଇ କିଛି ଅାଭାସ ମିଳୁଛି ।

ଲୋକ କଥାରୁ ଜଣାଯାଏ ଯେ ଲାଙ୍ଗୁଳା ନରସିଂହ ଦେବ କୋଣାର୍କ ମନ୍ଦିର ନିର୍ମାଣ କରିବାକୁ ନଦୀ ବକ୍ଷରେ ପକାଉଥିବା ପଥର ଗୁଡ଼ିକ ଭାସି ଯାଉଥିଲା । ରାଜା ହତାଶ ହୋଇ ଫେରୁଥିବା ବେଳେ ବର୍ତ୍ତମାନ ବିଜେ ହୋଇଥିବା ମାଅାଙ୍କ ମନ୍ଦିର ସ୍ଥାନରେ ଜଣେ ବୁଢ଼ୀ ଗୋବର ଗୋଟାଉ ଥିଲେ । ରାଜା ଏହି ବୁଢ଼ୀଙ୍କୁ ପିିଇବାକୁ ପାଣି ମାଗିଥିଲେ । ଭୋକ ହେଉଥିବାରୁ କିଛି ଖାଇବାକୁ ମାଗିଥିଲେ । ବୁଢ଼ୀ ମାଅା ରାଜାଙ୍କୁ ତତଲା ଜାଉ ଖାଇବାକୁ ଦେଇଥିଲେ । ରାଜା ଭୋକରେ ଜାଉ ମଝିରେ ହାତ ମାରିଦେବାରୁ ତାଙ୍କ ହାତ ପୋଡିଗଲା । ବୁଢ଼ୀ ମାଅା କହିଥିଲେ ଲାଙ୍ଗୁଳା ନରସିଂହ ଦେବ ମଝି ନଇରେ ପଥର ପକାଇ ମନ୍ଦିର ତିଅାରି କଲା ଭଳିତୋର ଜାଉ ଖିଅା । ଏତିକିରେ ରାଜା ତାଙ୍କ  ଭୁଲ୍‍ ବୁଝିପାରିଥିଲେ । ନଦୀ କୂଳରେ ପଥର ପକାଇ ପକାଇ କୋଣାର୍କ ସୂର୍ଯ୍ୟ ମନ୍ଦିର ନିର୍ମାଣ କରିବାକୁ ଅାଦେଶ ଦେଇଥିଲେରାଜା । କୁହାଯାଏ,ନିଜେ ରାମଚଣ୍ଡୀ ବୁଢ଼ୀ ବେଶରେ ରାଜାଙ୍କୁ ସର୍ତକ କରାଇ ଦେଇଥିଲେ ।

ଶାରଦୀୟ ପର୍ବ ଅବସରରେ ମାଅାଙ୍କ ପୀଠରେ ସହସ୍ରାକୁମ୍ଭାଭିଷେକ ଦିନରୁ ଷୋହଳ ଦିନ ବ୍ୟାପି ପ୍ରତିଦିନ ଚଣ୍ଡୀପାଠ କରାଯାଏ । ପ୍ରତିଦିନ ମଙ୍ଗଳ ଅାଳତୀ, ସୂର୍ଯ୍ୟ ପୂଜା ଏବଂ ଚଣ୍ଡୀପାଠ ଶାରଦୀୟ ପାର୍ବଣର ମୁଖ୍ୟ ଅାକର୍ଷଣ ା ଷୋଳଦିବସୀୟ ପୂଜାରେ ମାଅାଙ୍କୁ ତିନି ଧୂପରେ ଖେଚୁଡ଼ି ସହ ୧୬ ପ୍ରକାର ଭୋଗ ସମର୍ପଣ ହୋଇଥାଏ । ମହାଭାରତ ପୁରାଣରେ ମାଅା ରାମଚଣ୍ଡୀଙ୍କ ମହାତ୍ମ ସଂର୍ପକରେ ବି ଉଲ୍ଲେଖ ଅଛି ।  

Share Post
  • 15
  •  
  •  
  •  
  •  
  •  
  •  
  •  
    15
    Shares

Leave a Reply

Your email address will not be published. Required fields are marked *

7 + thirteen =