ଶାବରୀ ମନ୍ତ୍ରରେ ପୂଜା ପାଆନ୍ତି ମାଆ ତାରିଣୀ

ଭୁବନେଶ୍ୱର: କେନ୍ଦୁଝର ଜିଲ୍ଲା ମହକୁମାଠାରୁ ୪୫ କି.ମି ଦୂରରେ ଓଡିଶାର ଅନ୍ୟତମ ପ୍ରାଚୀନ ଶକ୍ତିପୀଠ ଘଟଗାଁ ତାରିଣୀ ପୀଠ ଅବସ୍ଥିତ । ୧୪୮୦ ଖ୍ରୀଷ୍ଟାବ୍ଦରୁ ମାଅା ତାରିଣୀ କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ରୁପେ ପୂଜା ପାଇ ଅାସୁଥିବା କିମ୍ୱଦନ୍ତୀ ରହିଛି । ଓଡିଶାର ପ୍ରମୁଖ ଶକ୍ତିପୀଠ ମାନଙ୍କ ମଧ୍ୟରୁ ତାରିଣୀ ପୀଠର ମହାତ୍ମ୍ୟ ସ୍ୱତନ୍ତ୍ର । ମାଅା ଭକ୍ତଙ୍କ ଦୁଖକୁ ତାରଣ କରନ୍ତି ବୋଲି ତାଙ୍କ ନାମ ତାରିଣୀ ।

କୁହାଯାଏ, ଯିଏ ଯେଉଁଠି ଥାଇ ନଡ଼ିଅାଟିଏ ଯାଚିଦେଲେ ଠାକୁରାଣୀ ତାର ଅାଶା ପୂରଣ କରନ୍ତି । ତେଣୁ ତାରିଣୀ ପୀଠକୁ ପ୍ରତିଦିନ ହଜାରେ ହଜାରେ ନଡ଼ିଅା ଅାସିଥାଏ । ପ୍ରାକୃତିକ ନାଳ ଜଙ୍ଗଲ ମଧ୍ୟରେ ରହିଛି ମାଅାଙ୍କର ପୂଜାପୀଠ । ତାରିଣୀଙ୍କୁ ଶାବରୀ ମନ୍ତ୍ରରେ ପୂଜା କରାଯାଇଥାଏ । ମାଅା ଅଟେଇ ଜଙ୍ଗଲ ମଧ୍ୟରେ ପୂଜା ପାଇ ଅାସୁଥିଲେ । ମାତ୍ର ଭକ୍ତଙ୍କ ସଂଖ୍ୟା ବଢ଼ିବାରୁ ୧୯୭୧ ମସିହାରେ ମାଅାଙ୍କ ପୀଠରେ ଏକ ଖୋଲା ମନ୍ଦିର ନିର୍ମାଣ କରାଗଲା । ବିଭିନ୍ନ ପର୍ବ ପର୍ବାଣୀ ମଧ୍ୟରେ ମାଅାଙ୍କ ଚଇତି ପର୍ବ,ଅାଷାଢ଼ୀ ପର୍ବ,ତାରିଣୀ ବ୍ରତ,ମକର ସଂକ୍ରାନ୍ତି,ରଜ ସଂକ୍ରାନ୍ତି ଓ ଦୂର୍ଗା ପୂଜା ଅନ୍ୟତମ । 

ଦୀର୍ଘ ୫୦ ବର୍ଷରୁ ଉର୍ଧ୍ୱ ସମୟ ଧରି ମାଅାଙ୍କ ପୀଠରେ ଦେବୀ ଦୁର୍ଗାଙ୍କ ପୂଜା ଅନୁଷ୍ଠିତ ହୋଇଆସୁଛି । ମାଅାଙ୍କ ପୀଠରେ ହୋମଯଜ୍ଞ,ଚଣ୍ଡୀପାଠ ଅାଦି ଷୋଡଶ ଉପଚାର ପୂଜା ହୋଇଥାଏ । ମାଅାଙ୍କୁ ସୁନାବେଶରେ ସଜାଇ ପୂଜକ ଦେହୁରୀ ନୈବେଦ୍ୟ ଅର୍ପଣ କରିଥାନ୍ତି । ମୃଣୟୀ ଦୁର୍ଗା ଦେବୀଙ୍କ ସମ୍ମୁଖରେ ମହାଷ୍ଟମୀ ପୂଜା,ମହାନବମୀ ପୂଜା ଓ ଦଶହରା ପୂଜା ଅାଡମ୍ୱର ସହକାରେ ପାଳିତ ହୋଇଥାଏ । ଦୀର୍ଘ ବର୍ଷରୁ ମାଅାଙ୍କ ଠାରେ ବଳିପ୍ରଥା ପ୍ରଚଳିତ ହୋଇଅାସୁଥିଲା । ୧୯୭୯ ମସିହାରୁ ଏହାକୁ ବନ୍ଦ କରାଯାଇଛି ।

Share Post

Leave a Reply

Your email address will not be published. Required fields are marked *

4 × two =