ବାଥୁଡିଙ୍କ ବଡ଼ାମ ହିଁ ଆମ ବଡଠାକୁର

ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସହିତ ଆଦିବାସୀଙ୍କ ସଂପର୍କକୁ ନେଇ ଓଡ଼ିଶା ଇତିହାସରେ ଅନେକ କଥା ରହିଛି । ହେଲେ ଜାଣି ଆଶ୍ଚର୍ଯ୍ୟ ହେବେ, ଓଡ଼ିଶା ଇତିହାସରେ ବଳରାମ ବା ବଡ଼ଠାକୁରଙ୍କ ସହିତ ଆଦିବାସୀଙ୍କ ସଂପର୍କ ନେଇ ଅନେକ ରୋଚକ ତଥ୍ୟ ରହିଛି । ଏଇ ଯେମିତି ଯେମିତି ନୀଳମାଧବଙ୍କ ସହିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସଂପର୍କ ଯୋଡାଯାଇଛି, ଠିକ୍‍ ସେମିତି ଉତ୍ତର ଓଡିଶା ଅର୍ଥାତ୍‍ ମୟୂରଭଂଜ ବା କେନ୍ଦୁଝରର ବଡ଼ାମ ଠାକୁର ହିଁ ଆଜିର ବଳରାମ ବା ବଡ଼ ଠାକୁରଙ୍କ ସ୍ୱରୂପ । ନୀଳକନ୍ଦର ଜଙ୍ଗଲରେ ଶିଳା ରୂପରେ ନୀଳମାଧବଙ୍କୁ ଶବର ଜାତିର ଅାଦିବାସୀମାନେ ପୂଜା କରୁଥିଲେ, ଆଉ ବଳରାମଙ୍କୁ ଶିମିଳିପାଳ ଜଙ୍ଗଲରେ ଶିଳା ରୂପରେ ବଡ଼ାମ ଭାବେ ବାଥୁଡି ସଂପ୍ରଦାୟରର ଆଦିବାସୀମାନେ ହିଁ ପୂଜା କରନ୍ତି । ବଡାମ ଯେ ବଳରାମ, ଏକଥା ସ୍ଥାନୀୟ ଆଦିବାସୀଙ୍କ ଚାଙ୍ଗୁ ଗୀତରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି । ତାହା ହେଲା- ଦ୍ୱାପରରେ ବଳରାମ ଲଙ୍ଗଳ ଯେ କାନ୍ଧେ ବୋହି ଥିଲେ, କଳିଯୁଗେ ବଡ଼ାମ ମତେ ଅବତୀର୍ଣ୍ଣ ହେଲେ । 

ଉଲ୍ଲେଖଯୋଗ୍ୟ, ଷଷ୍ଠ ଶତାବ୍ଦୀରେ ଉତ୍ତର ତୋଷାଳିର ରାଜା ଶମ୍ଭୁଯଶ ବଳଦେବଙ୍କୁ ରାଷ୍ଟ୍ର ଦେବତା ଭାବେ ଘୋଷଣା କରିଥିଲେ । ସେ ସମୟରେ ତୋଷାଳି ଓ ଝାଡଖଣ୍ଡ ଅଞ୍ଚଳରେ ବଳରାମଙ୍କ ପୂଜା ବେଶ୍‍ ଲୋକପ୍ରିୟତା ଲାଭ କରିଥିଲା ା ଏହାର ଏକ ପ୍ରଭାବ ଝାଡଖଣ୍ଡ ସଂଲଗ୍ନ ମୟୂରଭଂଜରେ ମଧ୍ୟ ଦେଖିବାକୁ ମିଳେ । 

ଗବେଷକମାନଙ୍କ ମତରରେ ଅତୀତରେ ମୟୁରଭଞ ଓ କେନ୍ଦୁଝର ଗୋଟିଏ ରାଜ୍ୟ ଥିଲା ଏବଂ ବଡାମଦେବ ବାଥୁଡି ରାଜାଙ୍କର ଇଷ୍ଟ ଦେବତା ଥିଲେ ା ସେମାନେ ମୟୂରଭଞର ଶିମିଳିପାଳ ପାହାଡର ଦେବସ୍ଥଳୀ ନିକଟସ୍ଥ ବାଛୁରୀଚରା ବାରାହା କାମୁଡା ନିକଟରେ ପଶ୍ଚିମ ଦେଓ ନଦୀ ନିକଟରେ ବାଥୁଡିବସାଠାରେ ବସତି ସ୍ଥାପନକରି ରହିଥିଲେ ା କାଳକ୍ରମେ ସେମାନଙ୍କର ବଂଶବୃଦ୍ଧି ଓ ହିଂସ୍ରଜନ୍ତୁ ମାନଙ୍କର ଉପùାତ ହେତୁ ଶିମିଳିପାଳ ତ୍ୟାଗକରି ସମତଳ ଅଞ୍ଚଳକୁ ଚାଲିଅାସିଲେ ା ବାଥୁଡି ସଂପ୍ରଦାୟର ଲୋକେ କୌଣସି ଶୁଭ କାମରେ ବାହାରକୁ ଗଲାବେଳେ ବଡ଼ାମଙ୍କୁ ହିିଁ ମୁଣ୍ଡିଅାମାରି ଅାଗକୁ ପାଦ ବଢ଼ାନ୍ତି ା ଝିଅ ବିବାହ ପରେ ଶାଶୁ ଘରକୁ ଯିବା ସମୟରେ ବଡ଼ାମ ଠାକୁରଙ୍କୁ ମୁଣ୍ଡିଅା ମାରି ବିଦାୟ ନେଇଥାଏ ା 

ମୟୁରଭଞର ଶିମିଳିପାଳ ନିଘଂଚ ଜଙ୍ଗଳ ମଧ୍ୟରେ ରହିଛି ବାଥୁଡି ଜାତିର ଅାରାଧ୍ୟ ଦେବତା ବଡ଼ାମ ଠାକୁରଙ୍କ ମନ୍ଦିରା ା 

ତଥ୍ୟ ଅନୁସାରେ, ଅଭୟାରଣ୍ୟର ବିଭିନ୍ନ ସ୍ଥାନରେ ବାଥୁଡି ଜାତିର ଲୋକେ ୧୮ଜଣ ଠାକୁରଙ୍କୁ ପୂଜା କରନ୍ତି । ଓଡ଼ିଶାର ଦେବଦେବୀଙ୍କୁ ହିଁ କାହିଁ କେଉଁ କାଳରୁ ଏମାନେ ପୂଜା କରନ୍ତି । ଏଇ ଯେମିତି ବଡ଼ାମ ଠାକୁର, ଯାହାକୁ ବଳରାମ ବା ବଡ଼ଠାକୁର ବୋଲି ଆମେ କହୁଛନ୍ତି ।  ଲକ୍ଷ୍ମୀ, ଗଡଚଣ୍ଡି, ବାରଭାଇ ସନ୍ଧାର, ନୀଳ ମାଧବ, ଗଣେଶ, ହନୁମାନ,ଦ୍ୱାରଶୁଣି, ବିଷ୍ଣୁ, ବାସୁକୀ,ମେଘେଇଶୁଣି ବା ଇନ୍ଦ୍ରଦେବ, ରାମଚନ୍ଦ୍ର, ଅମ୍ୱିକା,ସାହାଡା ସୁନ୍ଦରୀ । 

ଆଜିର ମନ୍ଦିରମାନଙ୍କ ଭଳି ସେମାନଙ୍କ ମନ୍ଦିର ପଥରରେ ତିଆରି । ମାତ୍ର ମାଙ୍କଡା ପଥର ଯୋଡିବା ପାଇଁ କୌଣସି ଜାଗାରେ ସିମେଣ୍ଟ କିମ୍ୱା ଚୂନ ବ୍ୟବହାର କରାଯାଇନାହିଁ ା ଖ୍ରୀଷ୍ଟପୂର୍ବ ୪୫୪ରେ ମହାରାଜା ବେଣୁଧର ମହାପାତ୍ର ମନ୍ଦିର ତୋଳାଇଥିଲେ ବୋଲି ବାଥୁଡି ସଂପ୍ରଦାୟର ଲୋକମାନେ ଦାବି କରନ୍ତି ା ଏହା ଓଡିଶାର ସବୁଠାରୁ ପ୍ରାଚୀନ ବୋଲି କୁହାଯାଇପାରେ । ମାତ୍ର ଅଧିକ ଗବେଷଣା ରଖୁଛି । 

ବିଶ୍ୱାସ ଅଛି, ବଡ଼ାମ ହିଁ ପୁରାତନ କାଳରେ ସର୍ବପ୍ରଥମେ ବାଥୁଡିମାନଙ୍କୁ ହଳ ଲଙ୍ଗଳ ପ୍ରଦାନ କରି ଏହାକୁ କୃଷି କାର୍ଯ୍ୟରେ ଲଗାଇବା ପାଇଁ ପରାମର୍ଶ ଦେଇଥିଲେ । ଏଣୁ ସେମାନେ ନିଜ ନିଜର ହଳ ଲଙ୍ଗଳକୁ ପ୍ରଥମେ ବଡ଼ାମ ପୀଠରେ ରଖି ପୂଜା କରିଥାଅାନ୍ତି ା 

Share Post
  • 7
  •  
  •  
  •  
  •  
  •  
  •  
  •  
    7
    Shares

Leave a Reply

Your email address will not be published. Required fields are marked *

8 − seven =