ଶ୍ରୀମନ୍ଦିରରେ ପଞ୍ଚଶକ୍ତି ମନ୍ଦିରର ମହତ୍ୱ କାହିଁକି ଅଧିକ ଜାଣନ୍ତୁ

ଭୁବନେଶ୍ୱର:ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ପରେ ପ୍ରତି ଭକ୍ତ ବେଢା ପରିକ୍ରମା କରିଥାନ୍ତି । ଏହି ସମୟରେ ଲକ୍ଷ୍ୟ କରାଯାଇଥାଏ ଯେ ମାଆ ବିମଳା, ମାଆ ମଙ୍ଗଳା, ମାଆ ଲକ୍ଷ୍ମୀଙ୍କ ସହ ଶ୍ରଦ୍ଧାଳୁଙ୍କ ନିବିଡତା କେତେ । ହେଲେ ଶ୍ରୀମନ୍ଦିରରେ ଆଉ ଗୋଟିଏ ଏଭଳି ମନ୍ଦିର ରହିଛି, ଯେଉଁ ମନ୍ଦିରକୁ ପ୍ରତି ବିବାହିତା ମହିଳା, ଛାତ୍ରଛାତ୍ରୀ ଆବାଳ ବୃଦ୍ଧବନିତା ନିଶ୍ଚୟ ଯାଇଥାନ୍ତି । ତାହା ହେଉଛି ପଞ୍ଚଶକ୍ତି ମନ୍ଦିର । ଜାଣନ୍ତି ଏହି ମନ୍ଦିର କେଉଁଠି ଅଛି । କାହିଁକି ଏଠାକୁ ସମସ୍ତେ ନିଶ୍ଚୟ ଯିବା ଦରକାର ଓ କାହିଁକି ଦେବୀ ମାଆଙ୍କ ନିକଟରେ ପ୍ରଣିପାତ ନ କଲେ ମନ ଅଧୁରା ରହେ ।

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର ପରିକ୍ରମା କରିବା ବେଳେ ମାଆ ବିମଳା ମନ୍ଦିରରୁ ଲକ୍ଷ୍ମୀଙ୍କ ମନ୍ଦିର ଆଡକୁ ଆସିବା ବେଳେ ବାଟରେ ପଡିଥାଏ ଶ୍ରୀ ଭୁବନେଶ୍ୱରୀ ମନ୍ଦିର । ଶ୍ରୀମନ୍ଦିର କୂର୍ମ ବେଢ଼ାର ପଶ୍ଚିମ ପାର୍ଶ୍ୱର ଉତ୍ତର ଭାଗକୁ ତଥା କ୍ଷୀରଚୋରା ଗୋପୀନାଥଙ୍କ ମନ୍ଦିର ପରେ ଭୁବନେଶ୍ୱରୀ ମନ୍ଦିର ରହିଅଛି ା ଶ୍ରୀମନ୍ଦିର ଭିତର ବେଢ଼ାରେ ପ୍ରତିଷ୍ଠିତ ଦେବଦେବୀ ମଧ୍ୟରେ ଶ୍ରୀ ଭୁବନେଶ୍ୱରୀ ଅନ୍ୟତମ ା ଏହି ମନ୍ଦିରକୁ ପଂଚଶକ୍ତି ମନ୍ଦିର ନାମରେ ମଧ୍ୟ ସମ୍ୱୋଧିତ କରଯାଇଥାଏ । 

ଶ୍ରୀ ମନ୍ଦିର ସତ୍ତ୍ୱଲିପିରେ ଉଲ୍ଲେଖ ରହିଛି ଯେ ଏହା ମାଆ ଭୁବନେଶ୍ୱରୀଙ୍କ ବ୍ୟତୀତ ଏହି ମନ୍ଦିରରେ ମାଆ ସରସ୍ୱତୀ,ଷଷ୍ଠୀ,ସାବିତ୍ରୀ ଓ ଗାୟତ୍ରୀ ରହିଛନ୍ତି । ମାଆ ଭୁବନେଶ୍ୱରୀ,ମାଆ  ସରସ୍ୱତୀ ଓ ମାଆ ଗାୟତ୍ରୀଙ୍କୁ ପ୍ରଣିପାତ କରିବା ବେଳେ ଷଷ୍ଠୀ ଦେବୀଙ୍କୁ ମଧ୍ୟ ଅନେକ ମଥାନତ କରି ନିଜ ସନ୍ତାନର ସୁରକ୍ଷା ଲୋଡିଥାନ୍ତି । ପ୍ରତି ଘରେ ନିଜ ସନ୍ତାନ ଜନ୍ମ ହେବା ପରଠାରୁ ପ୍ରତି ମାଆ ମାନେ ଷଷ୍ଠୀ ଦେବୀଙ୍କୁ ପୂଜା କରିଥାନ୍ତି । ସମ୍ଭବତଃ ଶ୍ରୀମନ୍ଦିର ବ୍ୟତୀତ ଅନ୍ୟ କେଉଁଠାରେ ମାଆ ଷଷ୍ଠୀ ଦେବୀଙ୍କ ପ୍ରତିମା ନାହିଁ । 

ଗବେଷକଙ୍କ କହିବାନୁସାରେ, ଶ୍ରୀମନ୍ଦିର ବେଢ଼ାରେ ମାଆ ଭୁବନେଶ୍ୱରୀଙ୍କ ବିଗ୍ରହ ପ୍ରତିଷ୍ଠା ନେଇ ଏକ ଜନଶୃତି ରହିଛିା ଥରେ ଜଣେ ବୃଦ୍ଧ ଗରିବ ବ୍ରାହ୍ମଣ ଭୁବନେଶ୍ୱରୀଙ୍କୁ ସନ୍ତୁଷ୍ଟ କରିବାପାଇଁ ଖଣ୍ଡିଏ ବଡ ପଥର ଉପରେ ବସି ଦୈନିକ ତର୍ପଣ,ଜପ ଓ ଧ୍ୟାନ ଅାଦି କରୁଥିଲେ । ହେଲେ ମାଆ ଙ୍କ କୃପା ତାଙ୍କୁ ମିଳୁନଥାଏ । ଦୁଃଖ କ୍ରୋଧରେ ବିଶେଷ ଭାବରେ ପ୍ରଜ୍ଜ୍ୱଳିତ ହେବା ସମୟରେ ଭୁବନେଶ୍ୱରୀ ତାଙ୍କ ସମ୍ମୁଖରେ ଅାର୍ବିଭାବ ହୋଇ ବର ମାଗିବା ପାଇଁ କହିଥିଲେ ା ବୃଦ୍ଧ ଅନ୍ୟ କୌଣସି କଥା ଚିନ୍ତା ନକରି ସଙ୍ଗେ ସଙ୍ଗେ ଭୁବନେଶ୍ୱରୀଙ୍କୁ ସେହି ବିରାଟ ପଥରକୁ ମୁଣ୍ଡାଇ ତାଙ୍କ ପଛେ ପଛେ ଯିବାକୁ ନିର୍ଦେଶ ଦେଲେ । ମାଆ ଭୁବନେଶ୍ୱରୀ  ଅସ୍ତୁ  ବୋଲି କହି ସେହି ପଥରକୁ  ମୁଣ୍ଡାଇ ତାଙ୍କ ସହିତ ଚାଲୁଥିଲେ ା ବୃଦ୍ଧ ଯେଉଁ ଘରେ ଅାଶ୍ରୟ ନେଉଥିଲେ,ବିଦାୟ ନେବାବେଳେ ସେ ଘର ମାଲିକକୁ ତାହା ମାଗିବା ଅନୁସାରେ ଅର୍ଥ ବା ଦ୍ରବ୍ୟ ଦାନ କରୁଥିଲେ ା 

ଏକଦା ମାଆ ଭୁବନେଶ୍ୱରୀ ଘର ମାଲିକକୁ ପଥରଟି ମାଗିବା ପାଇଁ ଅନୁରୋଧ  କଲେ ା ବୃଦ୍ଧ ସେ ଘର ତ୍ୟାଗ କରିବା ସମୟରେ ସଂପୃକ୍ତ ଘର ମାଲିକକୁ କିଛି ମାଗିବାକୁ କହିବାରୁ ସେ ସେହି ପଥର ଖଣ୍ଡିକ ମାଗିଲେ । ଆଉ ବୃଦ୍ଧ ସେହି ପଥରଟି ତାଙ୍କୁ ପ୍ରଦାନ କରିଥିଲେ ା ମାଆ ୁ ମୁକ୍ତି ମିଳିଥିଲା । ପରବର୍ତ୍ତୀ ସମୟରେ ସେହି ପଥରରେ ଭୁବନେଶ୍ୱରୀଙ୍କ ମୂର୍ତ୍ତୀ ତିଅାରି ହୋଇ ଭିତର ବେଢ଼ାରେ ସ୍ଥାପିତ ହୋଇଥିବାର ଶୁଣାଯାଏ ା ମାଆ  ଭୁବନେଶ୍ୱରୀଙ୍କ ମନ୍ଦିରର ଉଚ୍ଚତା ପ୍ରାୟ ୩୫ ଫୁଟ ହେବ ା ଏଥିରେ ୫ଫୁଟ ଉଚ୍ଚର ମାଆ ଭୁବନେଶ୍ୱରୀ ବିଗ୍ରହ ପୂଜା ପାଇଥାନ୍ତି । 

Share Post

Leave a Reply

Your email address will not be published. Required fields are marked *

20 − four =