ଦୁର୍ଗାପୂଜା ସମୟରେ ଖିଲାମୁଣ୍ଡାଙ୍କ ଭୂମିକା ସ୍ୱତନ୍ତ୍ର

ଭୁବନେଶ୍ୱର: ଖୋର୍ଦ୍ଧା ନୟାଗଡ ଓ ଖୋର୍ଦ୍ଧା ଟାଙ୍ଗୀ ଜାତୀୟ ରାଜପଥକୁ ସଂଯୋଗ କରୁଥିବା ସୁନାଖଳାଠାରୁ ରାଜ-ରଣପୁର ଦେଇ ଚାନ୍ଦପୁର ମଧ୍ୟରେ ଗୋପାଳପୁର ଠାରୁ ପଶ୍ଚିମକୁ ମଝିିଁଅାଖଣ୍ଡ,ଭେଟବର ଅାଗକୁ ଜଙ୍ଗଲ ରାସ୍ତାରେ ପା୍ରୟ ୨୦ କିଲୋମିଟର ପରେ ପଡେ ପ୍ରାକୃତିକ ଶୋଭା ବିମଣ୍ଡିତ ରାଅାଁଳର ମା ଖିଲାମୁଣ୍ଡାଙ୍କ ପୀଠ । ଇନ୍ଦ୍ରାବତୀ ନଦୀକୂଳର ଏକ ପୁରାତନ ଅାମ୍ୱବୃକ୍ଷ ନିକଟରେ ଛୋଟ ଏକ ମନ୍ଦିର ମଧ୍ୟରେ ବିରାଜିତା ତ୍ରିମୂର୍ତ୍ତିି ରୂପଧାରିଣୀ ମାଅା । ମାଅାଙ୍କ  ଆବିର୍ଭାବ ନେଇ ଭିନ୍ନ ମତ ରହିଛି । 

ଗୋଟିଏ ମତ ହେଉଛି, ଖùଲାରମୁଣ୍ଡା ନାମକ ଜଣେ ପରୋପକାରୀ ତାନ୍ତ୍ରିକ ଥିଲେ । ମାଅାଙ୍କ କରୁଣାରୁ ତନ୍ତ୍ର ବଳରେ ଅସାଧ୍ୟ ସାଧନ କରିପାରୁଥିଲେ । ତାଙ୍କରି ଚେଷ୍ଟାରୁ ସେଠାକାର ଅଧିବାସୀମାନେ ନିର୍ଭୟରେ କାଳିତପାତ କରୁଥିଲେ । ସେହି ତାନ୍ତ୍ରିକଙ୍କ ମୃତ୍ୟୁ ପରେ ତାଙ୍କ ଶବକୁ କବର ଦେଇ ସେ ସ୍ଥାନରେ କାଠର ଏକ କିଳା ପୋତି ଅନୁଗତମାନେ ପୂଜା କରିବାକୁ ଲାଗିଲେ । କାଳକ୍ରମେ ସେ ସ୍ଥାନ ଖùଲାରମୁଣ୍ଡାରୁ ଖùଲାମୁଣ୍ଡା ହୋଇଅଛି । 

ମାଅା ଖିଲାମୁଣ୍ଡା ଅଭୟ ଦାୟିନୀ,ଭକ୍ତ କଷ୍ଟ ନିବାରିଣୀ,ସଂକଟ ହାରିଣୀ । ସେଠାକାର ଅଧିବାସୀଙ୍କ ମତରେ ମାଅାଙ୍କ ନାମ ସ୍ମରଣରେ ବାଘର ବି ପାଟି ପଡିଯାଏ । ରୋଗ ଅାକ୍ରମଣ କରେନାହିଁ । ଚୋର ତସ୍କର ଭୂତପ୍ରେତ ଭୟ ଦୂରୀଭୂତ ହୁଏ । ଖାଲରେ ପଡିଥିବା ଶଗଡ ଅକ୍ଲେଶରେ ଉଠିଯାଏ । 

ମାଅାଙ୍କ କରୁଣାରୁ ରଣପୁର ରାଜା ନାରାୟଣ ନରେନ୍ଦ୍ର ନିଜ ରାଜ୍ୟ ଫେରିପାଇଥିବାରୁ ଅାଶ୍ୱିନ ମାସ ମୂଳାଷ୍ଟମୀ ଠାରୁ ଦଶହରା ପର୍ଯ୍ୟନ୍ତ ୧୬ ପୂଜାକୁ ନିମନ୍ତ୍ରଣ କରି ଅାଣିଲେ । ଏହି ପ୍ରଥା ଅଦ୍ୟାବଧି ପ୍ରଚଳିତ ହେଉଛି । ଦଶହରା ପର୍ଯ୍ୟନ୍ତ ଦୈନିକ ବନଦୁର୍ଗା ମନ୍ତ୍ରରେ ମାଅାଙ୍କ ଭୋଗ ଲାଗିହୁଏ । ସଂଧ୍ୟାରେ ରାଜପୁରୋଧାଙ୍କ ଦ୍ୱାରା ଷୋଡଶ ଉପଚାର ନୀତିପରେ ମାଅାଙ୍କ ପ୍ରତ୍ୟାବର୍ତ୍ତନ ଉସùବ ପାଳନ କରାଯାଏ ।

ରଣପୁରର ଉତ୍ତର ଦିଗରେ ଥିବା ଏକ ନିର୍ଦିଷ୍ଟ ସ୍ଥାନରେ ପୂଜାର୍ଚ୍ଚନା ପରେ ରାଜା ମାଅାଙ୍କ ଚରଣ ବନ୍ଦନା କରିଥାନ୍ତି । ରାଜା ଅସ୍ତ୍ରଚାଳନା ଅନୁକୂଳ କରନ୍ତି । ତୋପଧ୍ୱନି ମାଅାଙ୍କୁ ବିଦାୟ ସମ୍ୱର୍ଦ୍ଧନା ଜଣାଏ । ସଂକଟନାଶିନୀ ମାଅାଙ୍କର ଅାଶିଷ ଟିକିଏ ପାଇବା ପାଇଁ ଅପେକ୍ଷା କରିଥାଅାନ୍ତି ମାଅାଙ୍କର ପୁନରାଗମନକୁ ।

Share Post

Leave a Reply

Your email address will not be published. Required fields are marked *

8 − eight =