କେଉଁ ଦେବୀଙ୍କର ନବକଳେବର ହୋଇଥାଏ, ଜାଣନ୍ତି କି?

ଭୁବନେଶ୍ୱର: ତାଳଚେର ସହର ଠାରୁ ପଶ୍ଚିମ ଦିଗକୁ ପ୍ରାୟ ୨୫ କି.ମି ଦୂର ସିଙ୍ଘଡା ନଦୀ ନିକଟସ୍ଥ ଗୋପାଳପ୍ରସାଦ ଗା୍ରମରେ ଅଗ୍ନୀ ସ୍ୱରୂପା ମାଅା ହିଙ୍ଗୁଳାଙ୍କ ପୀଠ ଅବସ୍ଥିତ । ଏହାପଦ୍ମ କ୍ଷେତ୍ର ବା ହିଙ୍ଗୁଳା କ୍ଷେତ୍ର ଭାବେ ପ୍ରସିଦ୍ଧି ଲାଭ କରିଛି । ଗୋପାଳପ୍ରସାଦ ଗ୍ରାମର ପ୍ରବେଶ ଦ୍ୱାରରେ ୬୦ ଫୁଟ ଲମ୍ୱ,୨୫ ଫୁଟ ଓସାରର ଏକ ଖୋଲା ମଣ୍ଡପରେ ମାଅା ହିଙ୍ଗୁଳା ପୂଜା ପାଉଛନ୍ତି ।

ଅାଜିକୁ ପ୍ରାୟ ଏକଶହ ବର୍ଷତଳେ ତାଳଚେର ରାଜା କିଶୋର ଚନ୍ଦ୍ର ବୀରବର ହରିଚନ୍ଦନ ମଣ୍ଡପ ଉପରେ ଏକ କୋଠାଘର ,ଯଜ୍ଞ ମଣ୍ଡପ, ମୁଖ ଶାଳା,ବଳି ମଣ୍ଡପ ଓ ରୋଷଘର ନିର୍ମାଣ କରିଥିଲେ । ପୀଠର ଡାହାଣ ପାର୍ଶ୍ୱରେ ମାଅା କୋଟେଶ୍ୱରୀ,ଉତ୍ତର ପାର୍ଶ୍ୱରେ ମହାଦେବ,ଓ ମାଅା ପାର୍ବତୀଙ୍କ ଅାସ୍ଥାନ ରହିଛି । ମାଅା ହିଙ୍ଗୁଳାଙ୍କର କୈାଣସି ନିର୍ଦ୍ଧିଷ୍ଟ ରୂପ ନାହିଁ । ଅଗ୍ନୀସ୍ୱରୂପା ଜ୍ୱାଳାମୁଖୀ ରୂପରେ ଦେବୀ ପୂଜା ପାଇଥାନ୍ତି । ମାଅାଙ୍କ ବାହାନ ବ୍ୟାଘ୍ର । 

ଏହି ପୀଠର ବୈଶିଷ୍ଟ ହେଲା ମାଅାଙ୍କ ନବକଳେବର ପ୍ରଥା । ଶ୍ରୀ କ୍ଷେତ୍ରରେ ଚତୁର୍ଧା ମୂର୍ତ୍ତିମାନଙ୍କର ନବକଳେବର ପରି ମାଅାଙ୍କର ମଧ୍ୟ ହୋଇଥାଏ । ଯେମିତି ଗଜପତି ମହାରାଜ ବଡ ଠାକୁର ଶୀ୍ର ଜଗନ୍ନାଥଙ୍କ ଅାଦ୍ୟ ଓ ପ୍ରଧାନ ସେବକ ଠିକ୍‍ ସେହିପରି ତାଳଚେର ରାଜା ମାଅାଙ୍କର ମୁଖ୍ୟ କର୍ଣ୍ଣଧାର । ରାଜାଙ୍କର ଦେହ ତ୍ୟାଗ ହେଲେ ମାଅାଙ୍କ ପ୍ରତିମା ମାରା ହୋଇଥାଏ । ଦେବୀ ପୀଠରେ ପୂଜା ପାଉଥିବା ଖମ୍ୱ,ପଥର,ପାଟ,ଚାନ୍ଦୁଅା ସବୁ ବିସର୍ଜନ କରାଯାଏ । ବିଧିବିଧାନ ସହ ମାଅା ଏକ ନୂତନ କାଠରେ ତିଅାରି ହୋଇ ପୂଜାପାଇଥାନ୍ତି । ଶୀ୍ର କ୍ଷେତ୍ରର ଶୀ୍ର ଜଗନ୍ନାଥଙ୍କ ସହ ମାଅାଙ୍କର ଅତି ନିବିଡ ସଂପର୍କ ରହିଛି । ଶ୍ରୀଜଗନ୍ନାଥ ପୀଠର ରୋଷଶାଳାକୁ ହିଙ୍ଗୁଳା ପୀଠ କୁହାଯାଇଥାଏ । ସେଠାରେ ପ୍ରତ୍ୟହ ଭୋଗ ପ୍ରସ୍ତୁତ ପୂର୍ବରୁ ହିଙ୍ଗୁଳା ଦେବୀଙ୍କୁ ପ୍ରଥମେ ପୂଜା ହୋଇଥାଏ । ହିଙ୍ଗୁଳା ଯାତ୍ରା ଦିନ ଦେବୀ ଶୀ୍ରକ୍ଷେତ୍ର ପରିତ୍ୟାଗ କରି ଗୋପାଳପ୍ରସାଦସ୍ଥିତ ତାଙ୍କ ଶକ୍ତିପୀଠକୁ ଅାସୁଥିବାରୁ ଏହିଦିନ ଶୀ୍ରକ୍ଷେତ୍ରରେ ମହାପ୍ରସାଦ ପାଚନ ହୋଇପାରେ ନାହିଁ । ତେଣୁ ଶ୍ରୀ ଜଗନ୍ନାଥ ସେଦିନ ଅନ୍ନଭୋଗ ପାଇନଥାନ୍ତି । ଏଠାରେ ଦଶହରା ପର୍ବ ମଧ୍ୟ ପାଳିତ ହୋଇଥାଏ । 

Share Post

Leave a Reply

Your email address will not be published. Required fields are marked *

five × five =