ଆସନ୍ତାକାଲିଠାରୁ ତୁମ୍ବରେ ସୁତା ବାଡ଼ିଆ

ପୁରୀ: ଆଜି ସକାଳ ୯ଟା ସୁଦ୍ଧା ରଥ ଖଳାରେ ୭୩ ଜଣ ରଥ ନିର୍ମାଣରେ ସମ୍ପୃକ୍ତ ସେବକ ଏବଂ ଜଣେ ସହାୟକଙ୍କର ଥର୍ମାଲ ସ୍କ୍ରିନିଂ କରାଯାଇଥିଲା। ସେଥିମଧ୍ୟରେ ୩୮ ଜଣ ମହାରଣା, ୧୭ ଜଣ ଭୋଇ ସେବକ, ୨ ଜଣ ତୁମ୍ବ ବିନ୍ଧ କାରିଗର, ୧୨ ଜଣ ଓଝା ବା କମାର ସେବକ ଏବଂ ୪ ଜଣ କରତି ସେବକ ସାମିଲ ଥିଲେ।

ଆଜି ରଥ ଖଳାରେ ରଥ ନିର୍ମାଣ କାର୍ଯ୍ୟ ଶେଷ ବେଳକୁ ତିନି ରଥର ମୋଟ ୪୨ ତୁମ୍ବ ମଧ୍ୟରୁ ୩୪ଟି ତୁମ୍ବର ଗୋଲେଇ କାର୍ଯ୍ୟ ସମ୍ପୂର୍ଣ ହୋଇଛି। ଦେବୀ ରଥର ମୋଟ ୧୨ ଟି ତୁମ୍ବର ଗୋଲେଇ କାର୍ଯ୍ୟ ସମ୍ପୂର୍ଣ ହୋଇଥିବା ବେଳେ, ନନ୍ଦିଘୋଷ ରଥର ୧୩ଟି ତୁମ୍ବର ପ୍ରାଥମିକ ଗୋଲେଇ କାର୍ଯ୍ୟ ଶେଷ ହୋଇଛି। ୩ଟି ତୁମ୍ବର ଗୋଲେଇ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ତାଳଦ୍ୱାଜ ରଥର ୯ଟି ତୁମ୍ବର ପ୍ରାଥମିକ ଗୋଲେଇ କାର୍ଯ୍ୟ ଶେଷ ହୋଇ ୩ଟି ତୁମ୍ବର ଗୋଲେଇ କାର୍ଯ୍ୟ ଜାରି ରହିଛି। ବାକି ଦୁଇଟି ତୁମ୍ବ ନିର୍ମାଣ ପାଇଁ ଆବଶ୍ୟକ କାଠ କଟକ ସାମିଲରୁ ଆସୁଅଛି ତାହା କଟାଯାଇ ତୁମ୍ବ ଗୋଲେଇ କରଣର ପ୍ରାଥମିକ କାର୍ଯ୍ୟଶେଷ ପାଇଁ ଯୋଜନା ରହିଛି।

ଆସନ୍ତାକାଲିଠାରୁ ତୁମ୍ବରେ ସୁତା ବାଡ଼ିଆ ଏବଂ ଠେକ ତୁଲିଆ କାର୍ଯ୍ୟ ଆରମ୍ଭ ହେବ। ଆଜି ଦୋଳବେଦିସ୍ଥ ଅସ୍ଥାୟୀ କମାର ଶାଳାରେ ପ୍ରତ୍ୟେକ ରଥର ଦୁଇଟି ଚକ ପାଇଁ ଆବଶ୍ୟକ ଅର କଣ୍ଟା ପ୍ରସ୍ତୁତ ହୋଇଥିବା ବେଳେ ୭ଟି ପନ୍ଦାରି ନିର୍ମାଣ ସରିଛି।

ଆଜି ଅପରାହ୍ନ ୫ଘଣ୍ଟା ସମୟରେ ଜିଲ୍ଲାପାଳ ରଥ ନିର୍ମାଣ କାରୀ ମହାରଣା, ଭୋଇ ସେବକ ମାନଙ୍କୁ କରନା ରୋଗ ଭୟବହତା ରୁ ରକ୍ଷା ପାଇଁ ସଚେତନତା ବାର୍ତ୍ତା ଦେଇଥିଲେ।ଏହି କରନା ସଚେତନତା କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଏବଂ ଶ୍ରୀମନ୍ଦିର ପ୍ରଶାସନର ଉନ୍ନୟନ ପ୍ରଶାସକ ରଥ ନିର୍ମାଣ କାରୀ ସେବକମାନଙ୍କୁ କରନା ମହାମାରୀ ସମ୍ପର୍କରେ ସଚେତନ କରାଇଥିଲେ।ଶେଷରେ ଜିଲ୍ଲାପାଳ ସମସ୍ତ ନିର୍ମାଣକାରୀଙ୍କୁ ମାସ୍କ ବଣ୍ଟନ କରିବାସହ କରନା ଟିକା ନେଇନଥିବା ମହାରଣା ସେବକ ମାନଙ୍କୁ କାଲିଠାରୁ କରନା ଟିକା ନେବାପାଇଁ ପରାମର୍ଶ ଦେଇଥିଲେ ।

Share Post

Leave a Reply

Your email address will not be published. Required fields are marked *

nine + 12 =