ତୁମ୍ବ ନିର୍ମାଣରୁ ଆରମ୍ଭ ହେଲା ରଥକାର୍ଯ୍ୟ

ପୁରୀ: ଗତକାଲି ପବିତ୍ର ଅକ୍ଷୟ ତୃତୀୟାର ଶୁଭ ଲଗ୍ନରେ କରୋନା କଟକଣା ଭିତରେ ରଥ କାଠ ଅନୁକୂଳ ପର୍ବ ଶେଷ ପରେ ଆଜି ରଥ ନିର୍ମାଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜି ପୂର୍ବାହ୍ନରେ ରଥ ଖଳାକୁ ପ୍ରତି ରଥର ତିନିଜଣ ମୁଖ୍ୟ ମହାରଣାଙ୍କୁ ମିଶାଇ ୯ଜଣ ବିଶ୍ବକର୍ମା, ରଥ ଅମିନ ଏବଂ ପ୍ରତି ରଥର ୨ଜଣ ଲେଖାଏଁ କରାତିଆ ଆସିବା ପରେ ସେମାନଙ୍କର ଥର୍ମାଲ ସ୍କ୍ରିନିଂ କରାଯାଇଥିଲା। ଏହା ପରେ ମୁଖ୍ୟ ମହାରଣାମାନେ ତୁମ୍ବ କାର୍ଯ୍ୟ ଆରମ୍ଭ କରିଥିଲେ।

ନିୟମ ଅନୁସାରେ, ମୁଖ୍ୟ ମହାରଣାମାନେ ତୁମ୍ବ ପାଇଁ ମାପ କାଠିରେ ତିନିଫୁଟରେ ତିନିଫୁଟ ଦୁଇ ଇଞ୍ଚ ଏବଂ ତିନି ଫୁଟରେ ତିନିଫୁଟ ତିନି ଇଞ୍ଚ ମାପ ଚିହ୍ନ ମାରିବା ପରେ କରାତି ସେବକମାନେ ତୁମ୍ବ ପାଇଁ କାଠ କଟା ଆରମ୍ଭ କରିଥିଲେ। ଆଜି ଗୋଟିଏ ଗୋଟିଏ ତୁମ୍ବ ତିନି ରଥ ପାଇଁ କଟାଯାଇଛି।

ଏହାକୁ ତୁରନ୍ତ ତିନିରଥ ମୁଖ୍ୟ ମହାରଣାମାନେ ବାରିସୀରେ ହାଣି ଗୋଲେଇ କାର୍ଯ୍ୟ ଜାରି ରଖିଛନ୍ତି ।ନନ୍ଦିଘୋଷ ରଥ ଏବଂ ତାଳଦ୍ୱାଜ ରଥର ତୁମ୍ବ ସାଇଜ ଦୁଇଫୁଟ ଆଠଇଂଞ୍ଚ ରହୁଥିବା ବେଳେ ମା’ ସୁଭଦ୍ରା ଙ୍କ ତୁମ୍ବ ମାପ ତିନି ଫୁଟ ରହିଥାଏ ଯାହାକି ତୁମ୍ବକୁ ବାରିସୀରେ ଗୋଲେଇ କରି ସମତୁଲ କଲାପରେ ବଳକା ଅଂଶ କାଟି ଦିଆଯାଇଥାଏ।

Share Post

Leave a Reply

Your email address will not be published. Required fields are marked *

three × 4 =