କାହିଁକି ଶ୍ରୀମନ୍ଦିରରେ ବିମାନବଡୁ ସେବକ ଅଛନ୍ତି?

ଭୁବନେଶ୍ୱର:  ଶ୍ରୀଜଗନ୍ନାଥ ମନ୍ଦିର ବ୍ୟବସ୍ଥାରେ ବିମାନ ବଡୁ ସେବକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କାରଣ, ବର୍ଷତମାମ ବିଭିନ୍ନ ପର୍ବପର୍ବାଣିରେ ଶ୍ରୀଜିଉମାନଙ୍କର ବିଜେ ପ୍ରତିମା ବାହାରକୁ ଆସିଥାନ୍ତି । କେତେବେଳେ ସେମାନେ ଶ୍ରୀମନ୍ଦିରରେ ବାହାରକୁ ବିଜେ କରନ୍ତି, ଆଉ କେତେବେଳେ ଶ୍ରୀମନ୍ଦିର ବେଢା ଭିତରେ ପରିକ୍ରମା ଲାଗି ବିଜେ କରିଥାନ୍ତି । ସେମାନଙ୍କୁ ବିମାନ, ପାଲିଙ୍କି ରଥ, ଚଉଦଳ ମାଧ୍ୟମରେ ହିଁ ମୁଖ୍ୟତଃ ପରିକ୍ରମା କରାଯାଇଥାଏ । 

ବିମାନବଡୁ ସେବକଙ୍କ ଉପରେ ହିଁ ବିମାନ, ପାଲିଙ୍କି ରଥ, ଚଉଦଳ କାନ୍ଧେଇବା ଦାୟିତ୍ୱ ନ୍ୟସ୍ତ ରହିଛି । ଏମାନେ ବ୍ରାହ୍ମଣ, କିନ୍ତୁ ଶାଢୀବନ୍ଧା ସେବକ ନୁହଁନ୍ତି । ବିମାନ ଟେକିବାକୁ ସମର୍ଥ ହେଲେ ସେମାନଙ୍କୁ ସେବାରେ ନିଯୁକ୍ତି ଦିଆଯାଇଥାଏ । କିନ୍ତୁ ଯଦି ସେବାରେ କେବେ ତ୍ରୁଟି କରନ୍ତି, ତେବେ ଜାଗିର ବେଦଖଲ ହେବାର ବ୍ୟବସ୍ଥା ରହିଛି । ଏ ନେଇ ସ୍ୱତ୍ତ୍ୱଲିପିରେ ସ୍ପଷ୍ଟ ଭାବେ ଉଲ୍ଲେଖରହିଛି । ତେବେ ଏହି ବର୍ଗର ସେବକମାନେ ଆବଶ୍ୟକସ୍ଥଳେ ଅନ୍ୟ ବ୍ରାହ୍ମଣ ସେବାରେ ମଧ୍ୟ ନିୟୋଜିତ ହୋଇପ

ାରିବେ ।

Share Post

Leave a Reply

Your email address will not be published. Required fields are marked *

9 + 1 =