ତୃତୀୟ ଦିନରେ କେତେବାଟ ଗଲାଣି ମହାପ୍ରଭୁଙ୍କ ରଥ ନିର୍ମାଣ

ପୁରୀ: ଦ୍ବିତୀୟ ଦିନରେ କରତି ସେବକ କାଠ କାଟି ଯୋଗାଇ ଥିବା ୩ଟି ତୁମ୍ବକୁ ତିନି ରଥର ମୁଖ୍ୟ
ମହାରଣାମାନେ ବାରିସୀରେ ହାଣି ମର୍ଦଳ ଆକୁତିର ପ୍ରାଥମିକ କାର୍ଯ୍ୟ ଶେଷ କରିଥିଲେ। ଆଜି ତିନି ରଥର ମହାରଣା ସଂଖ୍ୟା ବୃଦ୍ଧି ପାଇ ମୋଟ ୨୨ଜଣରେ ପହଂଚିଛି।ତାଳ ଧ୍ୱଜ ରଥର ୫ଜଣ,ଦେବଦଳନ ରଥର ୩ ଜଣ ଏବଂ ନନ୍ଦିଘୋଷ ରଥର ୪ଜଣ ଯୋଗ ଦେଇଛନ୍ତି।

ପୂର୍ବାହ୍ନରେ ରଥ ନିର୍ମାଣରେ ସମ୍ପୃକ୍ତ ନିର୍ମାଣ କାରୀଙ୍କ ଥର୍ମାଲ ସ୍କ୍ରିନିଂ ପରେ କୋଭିଡ ନିୟାମ ଅନୁସାରେ କାର୍ଯ୍ୟ ଆରମ୍ଭ ହୋଇଥିଲା। ମୁଖ୍ୟ କରାତି ସେବକ ରଞ୍ଜିତ କୁମାର ମହାରଣା ଏବଂ ସାଥି କରତି ସେବକମାନେ ମିଶି ଆଉ ଦୁଇଟି ଲେଖାଁଏ ତୁମ୍ବ ଗଡ଼ କରି ତିନି ରଥର ମହାରଣା ମାନଙ୍କୁ ଭୋଇ ସେବକଙ୍କ ସହାୟତାରେ ଯୋଗାଇ ଦେଇଥିଲେ। ୩ରଥର ମହାରଣାମାନେ ବାରିସୀରେ ହାଣି ତୁମ୍ବଗୁଡିକର ପ୍ରାଥମିକ କାର୍ଯ୍ୟ ଶେଷ କରିଛନ୍ତି।

Share Post

Leave a Reply

Your email address will not be published. Required fields are marked *

ten − three =