ପୂଜା ବେଳେ ଘଣ୍ଟନାଦ କାହିଁକି

ଭୁବନେଶ୍ୱର: ଠାକୁରଙ୍କ ପୂଜା ଆଦିରେ ଘଣ୍ଟ ବାଜିବା ଏକ ପରମ୍ପରା ।ଭୋଗ ଲାଗି ହେଉ କି ଯାତ୍ରା, ଏସବୁ ସମୟରେ ଘଣ୍ଟ ନାଦ ସ୍ୱାଭାବିକ ଭାବେ ଯେ କୌଣସି ଭକ୍ତର ମନକୁ ଆନ୍ଦୋଳିତ କରି ଦେଇଥାଏ । ଏହା ପଛରେ ବୈଜ୍ଞାନିକ କାରଣ ନିହିତ ରହିଛିଓ ଆଧ୍ୟାତ୍ମିକତା ମଧ୍ୟ ।
ଶ୍ରୀଜଗନ୍ନାଥ ମନ୍ଦିର ବ୍ୟବସ୍ଥାରେ ଘଣ୍ଟର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ବିଶେଷକରି ରଥଯାତ୍ରା ସମୟରେ ଯିଏ ଘଣ୍ଟ ମାଦଳ ଶୁଣିଛି, ସେ ଆମୋଦିତ ହୋଇଥାଏ । ତାରଦୃଷ୍ଟି ମହାପ୍ରଭୁଙ୍କ ଉପରୁ ହଟିପାରେନା ।
ହେଲେ ଜାଣନ୍ତି, ମହାପ୍ରଭୁଙ୍କ ସାମ୍ନାରେ ଘଣ୍ଟ ବଜାଉଥିବା ଏହି ଘଣ୍ଟୁଆମାନେ କିଏ, କେଉଁ ଶ୍ରେଣୀର ଏବଂ କେଉଁଠାରେ ରହନ୍ତି । ଶ୍ରୀମନ୍ଦିର ବ୍ୟବସ୍ଥାରେ କାର୍ଯ୍ୟ କରୁଥିବା ସବୁ ସେବାୟତ ପୁରୀରେ ବାସ କରନ୍ତି ନାହିଁ । ସେମାନଙ୍କ ମଧ୍ୟରେ ଘଣ୍ଟୁଆ ସେବାୟତ ଅଛନ୍ତି । ଶ୍ରୀମନ୍ଦିରରେ ଶାଢ଼ୀବନ୍ଧା ଶୁଦ୍ର ସେବକମାନେ ହିଁ ବଂଶାନୁକ୍ରମିକ ଘଣ୍ଟ ସେବା କରନ୍ତି । ଘଣ୍ଟ ସେବକ ଶ୍ରୀମନ୍ଦିରରେ ପ୍ରତ୍ୟେକ ଧୂପରେ ଘଣ୍ଟ ବାଦନ କରନ୍ତି ।
ପ୍ରତ୍ୟେକ ଯାନିଯାତ୍ରା ହେଉ କି ମାଆ ବିମଳାଙ୍କ ଷୋଳପୂଜା,ତ୍ରିକାଳ ପୂଜା,ପ୍ରତି ଗୁରୁବାର ମାଜଣା,ଏକାନ୍ତ ପାର୍ଶ୍ୱ ଦେବତାଙ୍କ ପର୍ବପର୍ବାଣୀରେ ଘଣ୍ଟ ପୂଜା ବିଧି ରହିଛି । ସେହିଭଳି ପ୍ରଭୁଙ୍କ
ଅାଜ୍ଞାମାଳ ବିଜେ,ସ୍ନାନ ପୂର୍ଣ୍ଣମୀରେ ଜଳ ଛେକ ବିଜେ, ହାତୀ ବେଶ,ଚନ୍ଦନ ଓ ଦୋଳ ଅାଦି ସମୟରେ କାହାଳୀ ବାଜିବା ସହିତ ଘଣ୍ଟ ଅାଦି ବାଜିବା ବାଧ୍ୟତାମୂଳକ ବୋଲି କୁହାଯାଇଥାଏ । କେହି କେହି କହନ୍ତି, ଗଜପତି ଶ୍ରୀ ମୁକୁନ୍ଦ ଦେବଙ୍କ ସମୟରେ ଭଟିମୁଣ୍ଡାର କଂସାରୀ ଘଣ୍ଟୁଆ ସେବାୟତଙ୍କ ମୁଣ୍ଡରେ ଶାଢୀ ବାନ୍ଧିଥିଲେ । ସେବେଠାରୁ ଏହି ବ୍ୟବସ୍ଥା ଜାରି ରହିଛି ।

Share Post
  • 15
  •  
  •  
  •  
  •  
  •  
  •  
  •  
    15
    Shares

Leave a Reply

Your email address will not be published. Required fields are marked *

3 + seven =