ବନ୍ଦ ହୋଇଗଲା ମହାପ୍ରଭୁଙ୍କ ସେବା

ଭୁବନେଶ୍ୱର: ଶ୍ରୀମନ୍ଦିରରେ ସଂସ୍କାର ନେଇ ସୁପ୍ରିମକୋର୍ଟ ଏବେ ଆମିକସକ୍ୟୁରିଙ୍କୁ ନିଯୁକ୍ତି ଦେଇଛନ୍ତି । ଖୁବ୍‍ ଶୀଘ୍ର ଏ ସଂକ୍ରାନ୍ତରେ ପୁଣି ଥରେ ତନାଘନା ଆରମ୍ଭ ହେବ । ନିର୍ଦିଷ୍ଟ କି କି ପରିବର୍ତନ ପାଇଁ ସୁପାରିସ ହେଉଛି, ସୁପ୍ରିମକୋର୍ଟ ଶେଷରେ କି ରାୟ ଶୁଣାଉଛନ୍ତି, ଏହାକୁ ସମସ୍ତେ ଉତ୍ସୁକତାର ସହିତ ଅପେକ୍ଷା କରିଛନ୍ତି । ହେଲେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ଗୋଟିଏ ପରେ ଗୋଟିଏ ସେବା ବନ୍ଦ ହେବାରେ ଲାଗିଛି । ନୀତିକାନ୍ତି ଦୃଷ୍ଟିରୁ ଏସବୁ କେତେ ଗୁରୁତ୍ୱପୂର୍ଣ୍ଣ ତାହା ଅଲଗା କଥା । କିନ୍ତୁ ଏସବୁ ସେବାରେ ନିୟୋଜିତ କର୍ମଚାରୀ ଆର୍ଥିକ ଦୁଃସ୍ଥିତି ଭିତରକୁ ଠେଲି ହୋଇଯିବା କଥାକୁ ଏଡାଇ ଦେଇ ହେବନାହିଁ ।
ବିଶିଷ୍ଟ ଗବେଷକମାନଙ୍କ ତଥ୍ୟ ଅନୁଯାୟୀ, ଶ୍ରୀମନ୍ଦିରରୁ ଅନେକ ସେବା ଏବେ ଲୋପ ପାଇଗଲେଣି । କିଛି କ୍ଷେତ୍ରରେ ସେବାର ପ୍ରୟୋଜନ ନାହିଁ ବୋଲି କୁହାଯାଉଛି । ଏସବୁ ସେବା ମଧ୍ୟରେ ପନିକି କଟା,ଦଉଡିବୋଳା, ବୀଣାକାର, ଗୀତଗୋବିନ୍ଦ,ସଂପ୍ରଦା ନିଯୋଗ, ମାଦେଳି, ପତର ବିନ୍ଧା,ଶଙ୍ଖୁଅା,କୁମ୍ଭାର ବିଶୋଇ,ମାପ ସାଇତା କରଣ,ମାଳଚୂଳ,ବାଣୁଅା,କଳା ବେଠିଅାଙ୍କ ପରି ସେବକଙ୍କ ସେବା ଶ୍ରୀଜଗନ୍ନାଥଙ୍କୁ ଅାଉ ମିଳୁନାହିଁ ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏସବୁ ସେବା ବନ୍ଦ ହେବା ପରେ ଏହା ଉପରେ ନିର୍ଭର କରି ଚଳୁଥିବା ଲୋକଙ୍କ ସ୍ଥିତି ବୁଝିବାକୁ କାହାର ନିଘା ନାହିଁ । ଏମାନଙ୍କ ସଂପର୍କରେ ଶ୍ରୀମନ୍ଦିର ପ୍ରଶାସନ କିଛି ଖବର ମଧ୍ୟ ରଖିନାହିଁ । ଗୋଟିଏ ପଟେ ରାଜ୍ୟ ସରକାର ଆତ୍ମନିଯୁକ୍ତି ଉପରେ ଗୁରୁତ୍ୱ ଦେଉଥିବା ବେଳେ ପାରମ୍ପରିକ ଏହି ସେବା ଆଳରେ ଯେଉଁ ନିଯୁକ୍ତି ପ୍ରକ୍ରିୟା କେଉଁ ଆଦିମ କାଳରୁ ଖଞ୍ଜା ଯାଇଥିଲା, ତାହାକୁ ବନ୍ଦ କରିଦେବାର ଯଥାର୍ଥତା ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ ।

Share Post
  • 36
  •  
  •  
  •  
  •  
  •  
  •  
  •  
    36
    Shares

Leave a Reply

Your email address will not be published. Required fields are marked *

17 − sixteen =