ମଳମାସରେ ପୂଜା ପାଆନ୍ତି, ଆଉ ସବୁ ଦିନ ବନ୍ଦ

ଭୁବନେଶ୍ୱର:ମହାପ୍ରଭୁ ଶ୍ରୀଜଗନ୍ନାଥ ଯେମିତି ରହସ୍ୟମୟ, ଆଜି ବି ଶ୍ରୀମନ୍ଦିରରେ ଅନେକ ପ୍ରସଙ୍ଗ ରହିଛି, ତା ଉପରୁ ପରଦା ହଟିନାହିଁ ବା ସେସବୁ କଥା ରହସ୍ୟରେ ରହିଛି । ଏଇ ଯେମିତି ଶ୍ରୀମନ୍ଦିରରେ ପୂଜା ପାଉଥିବା ମଳ ନାରାୟଣଙ୍କ ସହ ବରାହ କାହିଁକି ଏକାଠି ମଳ ମାସରେ ପୂଜା ପାଆନ୍ତି, ଏହା ପଛରେ କି ସଙ୍କେତ ରହିଛିି, ସେ ନେଇ ଏଯାଏ ଠୋସ୍‍ ନିଷ୍କର୍ଷ ବାହାରି ପାରିନାହିଁ । ତେବେ ଏକଥା ସତ ଯେ ମଳ ମାସକୁ ସ୍ୱୀକୃତି ଦିଆଯାଇଛି ଓ ଖାସ୍‍ ଏଥିପାଇଁ ମଳ ନାରାୟଣ ଶ୍ରୀମନ୍ଦିରରେ ବିରାଜମାନ ଓ ପୂଜା ପାଆନ୍ତି । 

ଶ୍ରୀମନ୍ଦିର ଭିତର ବେଢାରେ ଥିବା କଳ୍ପବଟ ବୃକ୍ଷ ମୂଳରେ ୧୧ଫୁଟ ଉଚ୍ଚତା ବିଶିଷ୍ଟ ଏହି ମନ୍ଦିରରେ ପ୍ରଭୁ ବିରାଜମାନ କରନ୍ତି । କେହିି କେହି ଏହାକୁ ବରାହ ନାରାୟଣ ମନ୍ଦିର କହିଥାନ୍ତି, ଆଉ କେହି ମଳ ପୁରୁଷୋତ୍ତମ ମନ୍ଦିର ବୋଲି ଜାଣନ୍ତି । ସାଧାରଣରେ ଏହାକୁ ଅଧିବାସ ମନ୍ଦିର ବା ପୁରୁଷୋତ୍ତମ ମନ୍ଦିର ବୋଲି କୁହାଯାଇଥାଏ ।

ମନ୍ଦିରରେ ବିଗ୍ରହ କହିଲେ, ଦକ୍ଷିଣ ପାର୍ଶ୍ୱରେ ନାରାୟଣ ମୂର୍ତି ପୂଜା ପାଉଛନ୍ତି ଓ କେନ୍ଦ୍ରସ୍ଥଳ ବା ମଧ୍ୟସ୍ଥଳରେ ବରାହ । ତେବେ ମଳ ନାରାୟଣଙ୍କ ମୂର୍ତି ନିଆରା । ଉଭୟ ଠାକୁର ଏକାଠି ମଳମାସରେ ପୂଜା ପାଆନ୍ତି । ଅନ୍ୟ ଦିନମାନଙ୍କରେ ପୂଜା, ଦର୍ଶନ ବନ୍ଦ ଥାଏ । ମଳ ମାସରେ ଭକ୍ତମାନେ ବ୍ରତ ରଖିଥାନ୍ତି ଓ ତିରିଶ ପ୍ରକାରର ପୁଷ୍ପ ଫଳ ଲାଗି କରିଥାନ୍ତି । 

Share Post

Leave a Reply

Your email address will not be published. Required fields are marked *

ten − 6 =