ଏମିତି ଏକ ପୀଠ, ଯେଉଁଠିି ଶୁଖୁଆ ଭୋଗ ହୁଏ

ଭୁବନେଶ୍ୱର: ଦେଶରେ ଏମିତି ହଜାର ହଜାର ମନ୍ଦିର ରହିଛି, ଯେଉଁଠି ଆମିଷ ପଶେନି । ଏମିତି ପୁଣି ଦେବୀ ପୀଠ ରହିଛି, ଯେଉଁଠି ପ୍ରତ୍ୟହ ପଶୁ ବଳି ପ୍ରଥା, ଆମିଷ ଭୋଗ ହେବାର ପ୍ରଥା ପ୍ରଚଳିତ । ସେହିଭଳି କେହି କେହି ଆମିଷ ପାଖ ମାଡନ୍ତିନି, ଘରେ ପୂରାନ୍ତିନି । ଆଉ କେହି ଆମିଷ ସହିତ ପୂଜାର ସଂପର୍କକୁ ନେଇ ଭିନ୍ନ କିଛି ମନ୍ତବ୍ୟ ଦିଅନ୍ତି ।
ହେଲେ ଓଡ଼ିଶାରେ ଏମିତି ଏକ ପ୍ରସିଦ୍ଧ ପୀଠ ରହିଛି, ଯେଉଁଠାରେ ଶୁଖୁଆ ଭୋଗ କରାଯାଏ । ମାଘ ମାସ କୃଷ୍ଣ ଏକାଦଶୀ ଦିନ ଯାଜପୁର ଜିଲ୍ଲା (ବଡଚଣା ବ୍ଲକର ପଲାଇ ମୌଜା) ଓଳାଶୁଣୀ ପାହାଡରେ ଏକ ପ୍ରସିଦ୍ଧ ମେଳା ଅନୁଷ୍ଠିତ ହୋଇଥାଏ । ୧୮୩୭ ମସିହାରେ ଏହି ତିଥିରେ ମହାପୁରୁଷ ସନ୍ଥ ଅରକ୍ଷିତ ଦାସଙ୍କର ମହାସମାଧିି ହୋଇଥିଲା । ତାଙ୍କର ଗାଦିରେ ଏହିଦିନକୁ ବେଶ ଧୁମଧାମ୍‍ରେ ପାଳନ ହୋଇଥାଏ । କେହି କେହି ଏହାକୁ ଓଳାଶୁଣୀ ମେଳା ବୋଲି କହିଥାନ୍ତି । ଏହି ଦିନ ପବିତ୍ର ପୀଠରେ ଶୁଖୁଆ, ପୋଡ଼ ପିଠା, କାଞ୍ଜି ଭୋଗ ହେବାର ବିଧି ରହିଛି ।
ଓଳାଶୁଣୀ ପାହାଡର ଉପରଭାଗରେ ଅରକ୍ଷିତଙ୍କ ସାଧନା ସ୍ଥଳୀ ଓ ସମାଧି ପୀଠ ରହିଛି । ଆଉ ପାହାଡ ତଳେ ଠାକୁରାଣୀ ପୂଜା ପାଉଛନ୍ତି ।
ଲୋକକଥା ରହିଛି, ସନ୍ଥ ଅରକ୍ଷିତ ଏହି ପାହାଡରେ ପହଞ୍ଚିବା ପରେ ଅଧିଷ୍ଠାତ୍ରୀ ଦେବୀ ଚଣ୍ଡୀ ସ୍ୱରୂପା ଓଳାଶୁଣୀଙ୍କ କୋପ ଦୃଷ୍ଟି ତାଙ୍କ ଉପରେ ପଡିଥିଲା । ପରେ ସେ ବୃନ୍ଦାବନ ଧାମ ଯାତ୍ରା କରି ସେଠାରୁ ଜଣେ ଦିବ୍ୟପୁରୁଷଙ୍କ ଠାରୁ ବଂଶୀ ଆଣି ଏହି ପାହାଡରେ ବଜାଇଥିଲେ । ଦେବୀ ଏଥିରେ ସନ୍ତୋଷ ଲାଭ କରି ଅନନ୍ତ ଗୁମ୍ଫା ତ୍ୟାଗ କରି ନ ନିଜେ ପାଦ ଦେଶକୁ ଚାଲିଆସିଥିଲେ ।

Share Post
  • 20
  •  
  •  
  •  
  •  
  •  
  •  
  •  
    20
    Shares

Leave a Reply

Your email address will not be published. Required fields are marked *

two × five =