ଚନ୍ଦନ ଲାଗି ବେଶରେ ମହାପ୍ରଭୁ

ପୁରୀ: ପବିତ୍ର ଅକ୍ଷୟ ତୃତୀୟା ଠାରୁ ବୟାଳିଶ (୪୨) ଦିନ ଧରି ଚନ୍ଦନ ଯାତ୍ରା ସମୟରେ ଶ୍ରୀବିଗ୍ରହମାନଙ୍କ ଚନ୍ଦନ ଲାଗି ବେଶ ଅନୁଷ୍ଠିତ ହୁଏ। ପ୍ରତିଦିନ ଭୋଗ ମଣ୍ଡପ ସରିବା ପରେ ଆଲଟ ଲାଗି ଓ ଚନ୍ଦନ ଲାଗି ହୁଏ । ତାପରେ ଠାକୁରଙ୍କୁ ଫୁଲରେ ବେଶ କରାଯାଏ । ଫୁଲର ଚଉସରା, ଅଳକା (ସୁଗନ୍ଧ ଶୁକ୍ଳ ରଙ୍ଗର ପୁ଼ଷ୍ପ), ଚୂଳ, ଗଭା, ଗୁଣା, ଝୁମ୍ପା, ଅଧର ଆଦି ଲାଗି ହୁଏ ।
ଚନ୍ଦନ ଯାତ୍ରାର ପ୍ରଥମ ୨୧ ଦିନ ବାହାର ଚନ୍ଦନ ଏବଂ ପରବର୍ତ୍ତୀ ୨୧ ଦିନ ଦିନ ଶ୍ରୀମନ୍ଦିରରେ ଭିତର ଚନ୍ଦନ ଭାବେ ପାଳିତ ହୁଏ । ବାହାର ଚନ୍ଦନ ସମୟରେ ପ୍ରତିଦିନ ବିଜେ ପ୍ରତିମାମାନଙ୍କୁ ଶୋଭାଯାତ୍ରାରେ ନରେନ୍ଦ୍ର ପୁଷ୍କରିଣୀ ନିଆଯିବା ସହ ସେଠାରେ ନୌବିହାର ହୋଇଥାଏ ।

Share Post

Leave a Reply

Your email address will not be published. Required fields are marked *

1 × two =