କେଉଁ ବେଶରେ ମହାପ୍ରଭୁ ତିଚ୍ଛକ ପରିଧାନ କରନ୍ତି, ଜାଣନ୍ତୁ

ପ୍ରତିବର୍ଷ ଶ୍ରୀଜଗନ୍ନାଥ ମନ୍ଦିରରେ ଆଶ୍ୱିନ ଶୁକ୍ଲ ଏକାଦଶୀଠାରୁ କାର୍ତ୍ତିିକ ଶୁକ୍ଲ ଦଶମୀ ପର୍ଯ୍ୟନ୍ତ ପ୍ରତ୍ୟହ ଶ୍ରୀଜିଉମାନଙ୍କର ପବିତ୍ର ରାଧାଦାମୋଦର ବେଶ ଅନୁଷ୍ଠିତ ହୋଇଥାଏ । ପୌରାଣିକ ମତାନୁଯାୟୀ ଅକ୍ରୁର ମଥୁରାକୁ ଯିବା ସମୟରେ ଯମୁନା ନଦୀରେ ସ୍ନାନ କରୁଥିବା ବେଳେ ଜଳ ମଧ୍ୟରେ ଏହି ରାଧା ଦାମୋଦର ବେଶ ଦର୍ଶନ କରିଥିଲେ । ଉଲ୍ଲେଖଯୋଗ୍ୟ ଯେ ଏଭଳି ମନୋରମ ବେଶ କାର୍ତ୍ତିିକ ମାସରେ ଦୀର୍ଘ ଏକ ମାସ ଧରି ହୋଇଥାଏ । ଶ୍ରୀମନ୍ଦିରରେ ଏହି ବେଶର ପ୍ରଚଳନ ଖ୍ରୀଷ୍ଟୀୟ ଷୋଡଶ ଶତାବ୍ଦୀରୁ ଅର୍ଥାତ ଶ୍ରୀଚୈତନ୍ୟଙ୍କ ପୁରୀ ଆଗମନ ସମୟରେ ହିଁ ହୋଇଥିବା ଅନୁମାନ କରାଯାଏ । କାରଣ ଶ୍ରୀଚୈତନ୍ୟ ଦେବଙ୍କ ମତରେ ଶ୍ରୀରାଧା ଓ ଶ୍ରୀକୃଷ୍ଣଙ୍କ ମିଳିତ ତନୁ ହେଉଛନ୍ତି ନିଜେ ଶ୍ରୀଜଗନ୍ନାଥ ଦେବ । ରାଧା ଦାମୋଦର ବେଶରେ ଏହି ଭାବ ହିଁ ପ୍ରକଟିତ ହୋଇଥାଏ ।
ଦଶହରା ପରଦିନ ଅର୍ଥାତ ଏକାଦଶୀ ଠାରୁ ହେଉଥିବା ରାଧା ଦାମୋଦର ବେଶ କାର୍ତ୍ତିିକ ଶୁକ୍ଲ ଦଶମୀ ଯାଏଁ ଚାଲିଥାଏ । ଅର୍ଦ୍ଧେକ କଳା ଓ ଅର୍ଦ୍ଧେକ ଧଳା ବସ୍ତ୍ରରେ ଆବୃତ୍ତ ହୋଇଥାନ୍ତ ଶ୍ରୀଜିଉା ଅମାବାସ୍ୟା ପରଠାରୁ ଶୁକ୍ଲ ଦଶମୀ ମଧ୍ୟରେ ସୋମବାର ପଡିଲେ ଶ୍ରୀ ବଳଭଦ୍ରଙ୍କ ବାଡରେ ହରିହର ବେଶ ହୋଇଥାଏ ।ରାଧା ଦାମୋଦର ବେଶରେ ପ୍ରଭୁ ଶ୍ରୀଜଗନ୍ନାଥ ଓ ଶ୍ରୀ ବଳଭଦ୍ର ତିଚ୍ଛକ ପରିଧାନ କରିଥାନ୍ତି । ଠାକୁରମାନଙ୍କର ପବିତ୍ର ରାଧାଦାମୋଦର ବେଶ ଅତ୍ୟନ୍ତ ମନୋରମ ଓ ଆକର୍ଷଣୀୟ ଅଟେ । ଏହି ଆନନ୍ଦ ପ୍ରଦାୟକ ବେଶ ଦର୍ଶନ କରିବା ନିମନ୍ତେ ଦୈନଦିନ ହଜାର ହଜାର ସଂଖ୍ୟକ କାର୍ତ୍ତିିକ ବ୍ରତଧାରୀ ତଥା ଭକ୍ତଗଣ ଶ୍ରୀମନ୍ଦିରରେ ଉପସ୍ଥିତ ରହି ପ୍ରଭୁମାନଙ୍କ ଆକର୍ଷଣୀୟ ବେଶ ଦେଖି ନିଜକୁ ଧନ୍ୟ ମନେ କରନ୍ତି ।

Share Post

Leave a Reply

Your email address will not be published. Required fields are marked *

16 − nine =