କ୍ରୋଧୀ ବା ଚିନ୍ତାଗ୍ରସ୍ତ କି? ଜାଣନ୍ତୁ ଏହାର ନିଦାନ

ଭୁବନେଶ୍ୱର: ଆପଣ କ୍ରୋଧୀ କି? ମାନସିକ ଚିନ୍ତା ଆପଣଙ୍କୁ ଭାରାକ୍ରାନ୍ତ କରୁଛି? ଏଥିରେ ସୁଧାର ଆଣିବା ପାଇଁ ସ୍ପଟିକ ମାଳା ଧାରଣ କରାଯିବାର ବ୍ୟବସ୍ଥା କାହିଁ କେଉଁ କାଳରୁ ପ୍ରଚଳିତ । ସ୍ଫଟିକକୁ ଉପରତ୍ନ ବୋଲି ମଧ୍ୟ କୁହାଯାଇଥାଏ ।
ଭାରତର ହିମାଳୟରେ ଜମା ହେଉଥିବା ପର୍ବତମାନଙ୍କରେ ତଥା ଉତ୍ତରାଞ୍ଚଳ, ଜମ୍ମୁ ଓ କଶ୍ମୀର, ବିନ୍ଧ୍ୟାଞ୍ଚଳ ପାହାଡ ଆଦି ଥଣ୍ଡା ଅଞ୍ଚଳରେ ବହୁ ପରିମାଣରେ ଉପଲବ୍ଧ ହୋଇଥାଏ । ବିଦେଶରେ ଆମେରିକା, ଜାପାନ, ବ୍ରାଜିଲ, ସୁଇଜରଲାଣ୍ଡ ଆଜି ଦେଶରେ ମଧ୍ୟ ସ୍ଫଟିକ ମିଳିଥାଏ । ଏସବୁ ଅଞ୍ଚଳରୁ ପଥରକୁ ଆଣି ଏହାକୁ ମେସିନ ସାହାଯ୍ୟରେ କାଟି ମାଳା ତିଆରି କରାଯାଇଥାଏ । ଏଣୁ ରତ୍ନ ପଥରଠାରୁ ଏହା ଅପେକ୍ଷାକୃତ ଶସ୍ତା ।
ଜ୍ୟୋତିଷ ଶାସ୍ତ୍ରରେ ସ୍ଫଟିକକୁ ଶୁକ୍ର ଗ୍ରହ ଓ ହୀରାର ଉପରତ୍ନ ହିସାବରେ ବ୍ୟବହାର କରାଯିବାର ନଜିର ରହିଛି । କ୍ରୋଧୀ, ମାନିସିକ ଚିନ୍ତାରେ ବୁଡି ରହୁଥିବା ରୋଗୀ ଏହାକୁ ଗଳାରେ ଧାରଣ କଲେ, ସେମାନଙ୍କ ମନ ସ୍ଥିର ରହିଥାଏ ବୋଲି ବିଶ୍ୱାସ କରାଯାଏ । ଉଚ୍ଚ ରକ୍ତଚାପ ରୋଗୀଙ୍କ କ୍ଷେତ୍ରରେ ସ୍ଫଟିକ ଓ ରୁଦ୍ରାକ୍ଷର ସମ୍ମିଶ୍ରଣରେ ମାଳା ପିନ୍ଧିବାକୁ କେହି କେହି ପରାମର୍ଶ ଦେଇଥାନ୍ତି । ଏହି ମାଳାକୁ ଶାସ୍ତ୍ରୀୟ ବିଧି ଅନୁସାରେ ପ୍ରାଣ ପ୍ରତିଷ୍ଠା କରି ଧାରଣ କଲେ ରୋଗ କିଛି ପରିମାଣରେ ଲାଘବ ହୋଇଥାଏ । ଗାୟତ୍ରୀ ବା ସରସ୍ୱତୀ ମନ୍ତ୍ରକୁ ସ୍ଫଟିକ ମାଳାରେ ଜପକଲେ ଲାଭ ମିଳେ ।

Share Post
  • 21
  •  
  •  
  •  
  •  
  •  
  •  
  •  
    21
    Shares

Leave a Reply

Your email address will not be published. Required fields are marked *

11 − 7 =