ଝାଡଦୀପ ଦର୍ଶନ ପାଇଁ ଯୋରନ୍ଦାରେ ଭିଡ

ଭୁବନେଶ୍ୱର: ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳା ସୋମବାର ଠାରୁ ଆରମ୍ଭ ହେଉଛି । ପାଖାପାଖି ସପ୍ତାହେ ଧରି ଏହି ମେଳା ଚାଲିବ । ୮୭୪ ମସିହାରେ ପ୍ରଭୁ ମହିମାସ୍ୱାମୀ ମାଘ ଶୁକ୍ଲ ପକ୍ଷ ଚତୁର୍ଦଶୀ ତିଥିରେ ଯୋରନ୍ଦାରେ ବ୍ରହ୍ମ ଧୂନି ସ୍ଥାପନ କରି ବିଶ୍ୱ କଲ୍ୟାଣ ପାଇଁ ଏହି ମେଳା ଆରମ୍ଭ କରିଥିଲେ । ମହିମା ଧର୍ମୀ ଝାଡ଼ଦୀପ ଦର୍ଶନ କରିବା ଲକ୍ଷ୍ୟରେ ଏହି ମେଳାରେ ହଜାର ହଜାର ସଂଖ୍ୟାରେ ଯୋଗଦେଇଥାନ୍ତି ।
ଚତୁର୍ଦଶୀ ବ୍ରାହ୍ମ ମୁହୂର୍ତରେ ସାଧୁ ଓ ଭକ୍ତମାନେ ଗାଦି ମନ୍ଦିର, ଅଖଣ୍ଡ ଜ୍ୟୋତି ମନ୍ଦିର, ଧୂନି ମନ୍ଦିର, ଶୂନ୍ୟମନ୍ଦିର, ବତୀ ମନ୍ଦିର,ଏକୋଇଶହାତିଆ ମନ୍ଦିର, ନୀତି ମନ୍ଦିରରେ ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହେବ । ସାଧୁମାନେ ଉପାସନା ପୀଠକୁ ଝାଡୁରେ ସଫା କରିବା ପରେ ନୀତି କୁଆରୁ ପାଣି ଆଣି ସେବକମାନେ ଏହାକୁ ଶୋଧନ କରିବେ ।ସୁନା ଗିନାରେ ଚନ୍ଦନ, ଅଗୁରୁ, କର୍ପୁର ଛିଞ୍ଚା ଯିବ । ସମସ୍ତ ସାଧୁ ନୂତନ ବକ୍କଳ, କୌପୀନ ପିନ୍ଧି ନୀତି ସଂପାଦନ କରିବେ । ଏହା ପରେ ୬୦ଟି ରୁପା ଚାମରରେ ବରିଷ୍ଠ ବକ୍କଳଧାରୀ ସାଧୁ ଗାଦି ମନ୍ଦିର ଚତୁଃପାର୍ଶ୍ୱରେ ଚାମର ସେବା ନୀତି କରିବେ ।
ସେହିଭଳି ସକାଳେ ବେଢା ପରିକ୍ରମ, ବାଳଲୀଳା ଶେଷ ପରେ ଭକ୍ତମାନଙ୍କୁ ଅହ୍ମୁଣିଆ ପ୍ରସାଦ ଦିଆଯିବ । ପରେ ସୁନା, ରୁପା ଅଳଙ୍କାର, ଛତ୍ର, ପିତଳ ଝାଡ ଆଦି ଶଗଡିରେ ଗାଦି ମନ୍ଦିରକୁ ନିଆଯିବ । ସନ୍ଧ୍ୟାରେ ଝାଡରେ ଅଗ୍ନି ସଂଯୋଗ କରାଯିବ ।

Share Post
  • 45
  •  
  •  
  •  
  •  
  •  
  •  
  •  
    45
    Shares

Leave a Reply

Your email address will not be published. Required fields are marked *

14 − four =