ଶ୍ରୀକୃଷ୍ଣଙ୍କ ଜନ୍ମବେଳେ କେଉଁ ଗ୍ରହର ଅବସ୍ଥାନ କେମିିତି ଥିଲା, ଜାଣନ୍ତୁ

ଭୁବନେଶ୍ୱର: ଚନ୍ଦ୍ର, ମଙ୍ଗଳ, ବୁଧ ଓ ଶନି ଉଚ୍ଚ ସ୍ଥାନରେ ଅବସ୍ଥିତ ଥିଲେ । ସେହି ସମୟରେ ବୃଷ ଲଗ୍ନ ଏବଂ ବୃହସ୍ପତି ବୃଷ ରାଶିରେ ଥିଲେ । ସୂର୍ଯ୍ୟ ସିଂହ ରାଶିରେ, ଶୁକ୍ର ତୁଳା ରାଶିରେ, ରାହୁଙ୍କ ଅବସ୍ଥା ଥିଲା ବିଛା ରାଶିରେ । ସେଦିନ ଥିଲା କୃଷ୍ଣ ପକ୍ଷ ଅଷ୍ଟମୀ ତିଥି ଓ ବାର ବୁଧବାର । ଦିନଟି ରୋହିଣୀ ନକ୍ଷତ୍ର ଯୁକ୍ତ ହୋଇଥିଲା । ଠିକ୍‍ ଏମିତି ବେଳାରେ ଶ୍ରୀକୃଷ୍ଣ ଧରାକୁ ଅବତରଣ କରିଥିଲେ । ମଧ୍ୟରାତ୍ରିରେ ମହାପ୍ରଭୁ ଅବତାର ଗ୍ରହଣ କରି ଆବିର୍ଭୂତ ହୋଇଥିଲେ ।
ସମଗ୍ର ଦେଶରେ ଜନ୍ମାଷ୍ଟମୀ ମହାସମାରୋହରେ ପାଳିତ ହୋଇ ଆସୁଛି । ଶ୍ରୀମନ୍ଦିରରେ ମଧ୍ୟ ସ୍ୱତନ୍ତ୍ର ଭାବେ ଏହି ଉତ୍ସବର ପାଳନ କରାଯାଇଥାଏ । ଏଥିପାଇଁ ସନ୍ଧ୍ୟାରୁ ମହାପ୍ରଭୁଙ୍କର ଏ ନୀତି ଆରମ୍ଭ ହୋଇଯାଇଥାଏ । ମହାପ୍ରଭୁଙ୍କ ପାଖରେ ଜେଉଡ (ଶାଗ, ତରକାରୀ, ପିଠା, ଝିଲ୍ଲୀ, ଓରିଆ କ୍ଷିରୀ) ଲାଗି କରାଯାଇଥାଏ । ମୁଦିରସ୍ତ ସେବକ ପ୍ରସାଦ ଲାଗି କରନ୍ତି । ପୂଜାପଣ୍ଡା ପଞ୍ଚୋପଚାରରେ ପୂଜା କରିଥାନ୍ତି । ତିନିବାଡରେ ବନ୍ଦାପନା ହୁଏ । ମହାପ୍ରଭୁଙ୍କ ବାଡରେ ଥରୁଟିଏ ଅଧିକ ବନ୍ଦାପନା କରାଯାଇଥାଏ । ଶ୍ରୀମନ୍ଦିର ଭାଷାରେ ତାହାକୁ ଗର୍ଭଉଦକ ବନ୍ଦାପନା ବୋଲି କୁହାଯାଇଥାଏ ।
ଅଷ୍ଟମୀ ଦିନ ସନ୍ଧ୍ୟା ଧୂପ ପରେ ପରେ ଜୟବିଜୟ ଦ୍ୱାର ବନ୍ଦ ହୋଇ ଜନ୍ମାଷ୍ଟମୀ ପାଳନ ପ୍ରକ୍ରିୟା ଆରମ୍ଭ ହୋଇଥାଏ ।

Share Post

Leave a Reply

Your email address will not be published. Required fields are marked *

5 × 3 =