କାମ ଆରମ୍ଭ କଲେ କମାର ସେବକ

ପୁରୀ: ଆଜି ପୂର୍ବାହ୍ନରେ ରଥଖଳାଠାରେ ଉପସ୍ଥିତ ୫୧ ଜଣ ସେବକଙ୍କର ଥର୍ମାଲ ସ୍କ୍ରିନିଂ କରାଯାଇଥିଲା। ସେମାନଙ୍କ ମଧ୍ୟରେ ତିନି ରଥର ମୋଟ ୨୮ ଜଣ ମହାରଣା, ୪ଜଣ କରାତି ସେବକ, ୧୨ ଜଣ ଭୋଇ ସେବକ, ଜଣେ ତୁମ୍ବ ବିନ୍ଧ କାରିଗର ଏବଂ ୬ଜଣ କମାର ସେବକ ଥିଲେ।

ରଥଚକ ପାଇଁ କରତି ସେବକ ସୋମବାର ସୁଦ୍ଧା ତିନି ରଥ ପାଇଁ ତିନିଟି ଲେଖାଏଁ ତୁମ୍ବ ଗଡ଼ କରି ମହାରଣା ମାନଙ୍କୁ ଯୋଗାଇଥିଲେ। ତିନି ରଥର ମହାରଣା ମାନେ ପ୍ରତ୍ୟେକଙ୍କର ୩ଟି ଲେଖାଁଏ ତୁମ୍ବକୁ ବାରିସୀରେ ହାଣି ପ୍ରାଥମିକ କାର୍ଯ୍ୟ ଶେଷ କରିଥିଲେ। ଆଜି କରାତି ସେବକମାନେ ଆଉ ୯ଟି ତୁମ୍ବ ଗଡ଼ କରି ତିନି ରଥ ମହାରଣାମାନଙ୍କୁ ରଥ ଭୋଇ ସର୍ଦାର ଏବଂ ସାଥି ଭୋଇ ସେବକଙ୍କ ସହାୟତାରେ ଯୋଗାଇ ଦେଇଥିଲେ।

ତିନି ରଥ ମହାରଣାମାନେ ତୁମ୍ବ ଗୁଡିକୁ ବାରିସୀରେ ହାଣି ତାହାର ପ୍ରାଥମିକ କାର୍ଯ୍ୟ ଶେଷ କରିବାକୁ ପାୟସ ଜାରି ରଖିଛନ୍ତି। ସେପଟେ ଗତକାଲି ଠାରୁ ଦୋଳ ବେଦିଠାରେ ତିନି ରଥର ତିନିଜଣ ମୁଖ୍ୟ କମାର ସେବକ ଶାଳ ପ୍ରସ୍ତୁତ କରି ସାଜ ସରଞ୍ଜାମ ପ୍ରସ୍ତୁତି କାର୍ଯ୍ୟ ସାରିଥିଲେ। ଆଜି ୩ରଥର କମାର ସେବକ ମାନେ ୫ଗଣ୍ଡା ଲେଖାଏଁ ଅରକଣ୍ଟା ପ୍ରସ୍ତୁତ କରିବା ସହ ଅଧିକ ଅର କଣ୍ଟା ପ୍ରସ୍ତୁତ ପାଇଁ ଲୁହାରଡ଼ କାଟିବା କାର୍ଯ୍ୟ ଜାରି ରଖିଛନ୍ତି।

Share Post

Leave a Reply

Your email address will not be published. Required fields are marked *

16 − 5 =