ବନଦୁର୍ଗାଙ୍କ ପଛରେ ରହିଛି ଏମିତି କଥା

ଭୁବନେଶ୍ୱର: ପାଶ୍ଚାତ୍ୟ ସଂସ୍କୃତି ଓ ସଙ୍କେତ ତୃଣମୂଳ ଯାଏ ଭେଦି ଗଲାଣି । ବ୍ୟବସ୍ଥା କେତେ ଆଗକୁ ଗଲାଣି । ଶିକ୍ଷା ଶତ ପ୍ରତିଶତ ଲୋକଙ୍କୁ ଛୁଇଁ ନାହିଁ ସତ । କିନ୍ତୁ ସାମାଜିକ ବିଧି ବ୍ୟବସ୍ଥା ଓ ସରକାରୀ ସଚେତନତା କିଛି କମ୍‍ ନାହିଁ । ହେଲେ ଆଜି ବି ଓଡ଼ିଶାର ଏମିତି ଅନେକ ମନ୍ଦିର ରହିଛି, ଯେଉଁଠି ବେଳେ ବେଳେ ବିଶ୍ୱାସ ଏତେ ଅନ୍ଧ ଭାବରେ ଲୋକେ ମାନିନେଉଛନ୍ତି ଯେ ବାସ୍ତବତା କାହିଁ କେତେ ପାହୁଣ୍ଡ ପଛରେ ରହିଯାଉଛି । ଏମିତି ଏକ ମନ୍ଦିର ରହିଛି ରାୟଗଡାରେ, ଯେଉଁଠାରେ ମନସ୍କାମନା ପୂରଣ ପାଇଁ ଦିଶାରିକୁ ଲୋକେ କାହିଁ କେତେ ବିଶ୍ୱାସ କରନ୍ତି ।
ରାୟଗଡା ଜିଲ୍ଲାର ମୁନିଗୁଡା ସହର ନିକଟରେ ରହିଛି ମାଅା ବନଦୁର୍ଗାଙ୍କ ପୀଠ । ସ୍ଥାନୀୟ ଲୋକେ ବିଶ୍ୱାସ କରନ୍ତି, ମାଅା ଏହି ପୀଠର ପ୍ରତ୍ୟକ୍ଷ ଦେବୀ । ମାଅାଙ୍କ ଅାର୍ବିଭାବର କାହାଣୀ ଯେପରି ଅଲୌକିକ ତାଙ୍କ ପୂଜାବିଧି ମଧ୍ୟ ସେହିପରି ସ୍ୱତନ୍ତ୍ର । ଚାଉଳ ଫିଙ୍ଗିଲେ ଭକ୍ତର ସମସ୍ତ ମନୋକାମନା ପୂରଣ ହୋଇଯାଏ ବୋଲି ଏଠାରେ ବିଶ୍ୱାସ ରହିଛି ।
ମନ୍ଦିରର ପଛ ଭାଗରେ ବୁଢ଼ା ଭୈରବ ପୂଜା ପାଉଛନ୍ତି । ମାଅାଙ୍କ ସାଜସଜ୍ଜା ଓ ପୂଜାବିଧି ବେଶ ଅାକର୍ଷଣୀୟ । ହେଲେ ମାଆଙ୍କ ଅପେକ୍ଷା ଦିଶାରିର ପ୍ରଭାବ ଏଠାରେ ଟିକେ ବେଶୀ ବାରି ହୋଇପଡେ । ପ୍ରଥମେ ମାଅାଙ୍କ ପୂଜାରୀ ପୋଷାକ ଅଳଙ୍କାର ପିନ୍ଧି ମନ୍ଦିରକୁ ଅାସିଥାଏ । ଲୋକ ମୁଖରୁ ଜଣାଯାଏ ପୂଜାରୀ ଜଣକ ମାଅାଙ୍କ ମୂର୍ତ୍ତିିର ମୁଣ୍ଡ ଉପରେ ତିନି ଗୋଟି ମନ୍ଦାର ଫୁଲ ରଖିଦିଏ । ନିଜ ଭକ୍ତିରେ ଯେତେବେଳେ ମାଅାଙ୍କୁ ସନ୍ତୁଷ୍ଟ କରେ ସେତେବେଳେ ମନ୍ଦାର ଫୁଲ ଖସେ । ଏହି ଫୁଲ ନଖସିବା ପର୍ଯ୍ୟନ୍ତ କୌଣସି ପୂଜାବିଧି ଅନୁଷ୍ଠିତ ହୁଏନାହିଁ । ଫୁଲ ପଡିବା ପରେ ମାଅା ପୂଜାରୀ ଦେହକୁ ପ୍ରବେଶ କରିଥାନ୍ତି । ତାଙ୍କୁ ସେବକମାନେ ଧୂପ,ଦୀପ,ନୈବେଦ୍ୟ ତିନିଗୋଟି ବେଲପତ୍ର ମାଳ ଅର୍ପଣ କରିବା ସହ ଗୋଟିଏ ମିଠା ପାନ ଖାଇବାକୁ ଦେଇଥାନ୍ତି । ସେ ଯାଇ ମାଅାଙ୍କ ସିଂହାସନରେ ଉପବେଶନ କରିଥାଅାନ୍ତି ।

Share Post
  • 13
  •  
  •  
  •  
  •  
  •  
  •  
  •  
    13
    Shares

Leave a Reply

Your email address will not be published. Required fields are marked *

fifteen − two =