କାହାକୁ ନେଇ ମହାପ୍ରଭୁଙ୍କର ବାରମାସରେ ତେରଯାତ୍ରା

ପୁରୀ: ବାରମାସରେ ତେରଯାତ୍ରା। ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଯାତ୍ରାକୁ ନେଇ ଏଭଳି ଗୋଟିଏ କଥା ସମସ୍ତେ ଜାଣନ୍ତି। ହେଲେ କେଉଁ କେଉଁ ଯାତ୍ରା ଏହି ତେର ଯାତ୍ରାରେ ସାମିଲ, ଏକଥା ଜାଣନ୍ତି କି?

୧- ଜ୍ୟୋଷ୍ଠ ପୂର୍ଣ୍ଣିମାରେ ଅନୁଷ୍ଠିତ ହୁଏ ମହାପ୍ରଭୁଙ୍କର ସ୍ନାନଯାତ୍ରା

୨- ଆଷାଢ଼ ଶୁକ୍ଳ ଦ୍ବିତୀୟାରେ ପଡେ ମହାପ୍ରଭୁଙ୍କ ରଥଯାତ୍ରା ବା ଶ୍ରୀଗୁଣ୍ଡିଚା ଯାତ୍ରା

୩-ଆଷାଢ଼ ଶୁକ୍ଳ ଏକାଦଶୀରେ ଶୟନ ଯାତ୍ରା

୪- କର୍କଟ ସଂକ୍ରାନ୍ତିରେ ଦକ୍ଷିଣାୟନ ଯାତ୍ରା

୫-ଭାଦ୍ରବ ଶୁକ୍ଳ ଏକାଦଶୀ ପାର୍ଶ୍ବ ପରିବର୍ତ୍ତନ ଯାତ୍ରା

୬-କାର୍ତ୍ତିକ ଶୁକ୍ଳ ଏକାଦଶୀ ଉତ୍ଥାପନ ଯାତ୍ରା

୭-ମାର୍ଗଶୀର ଶୁକ୍ଳ ଷଷ୍ଠୀରେ ଶ୍ରୀମନ୍ଦିରରେ ପାଳିତ ହୁଏ ପ୍ରାବରଣ ଷଷ୍ଠୀ

୮-ପୌଷ ପୂର୍ଣ୍ଣିମାରେ ପୂଷ୍ୟା ଯାତ୍ରା

୯-ମକର ସଂକ୍ରାନ୍ତିରେ ଉତ୍ତରାୟଣ ଯାତ୍ରା

୧୦-ଫାଲଗୁନ ପୂର୍ଣ୍ଣିମାରେ ଦୋଳଯାତ୍ରା ଅନୁଷ୍ଠିତ ହୋଇଥାଏ। ଏହା ଫାଲ୍‌ଗୁନ୍ ଶୁକ୍ଳ ଦଶମୀ ଠାରୁ ପୂର୍ଣ୍ଣିମା ଯାଏ ଶ୍ରୀମନ୍ଦିରରେ ପାଳନ ହୋଇଥାଏ।

୧୧-ଚୈତ୍ର ଶୁକ୍ଳ ଚତୁର୍ଦଶୀରେ ମହାପ୍ରଭୁଙ୍କ ଦମନକ ଯାତ୍ରା ଅନୁଷ୍ଠିତ ହୋଇଥାଏ।

୧୨- ବୈଶାଖ ଶୁକ୍ଳ ତୃତୀୟାଠାରୁ ୨୧ ଦିନ ବାହାର ଚନ୍ଦନ ଓ ୨୧ ଦିନ ଭିତର ଚନ୍ଦନ ଅନୁଷ୍ଠିତ ହୋଇଥାଏ।

୧୩-ବୈଶାଖ ଶୁକ୍ଳ ଅଷ୍ଟମୀରେ ନିଳାଦ୍ରୀ ମହୋଦୟାଷ୍ଟମୀ ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇଥାଏ।

Share Post

Leave a Reply

Your email address will not be published. Required fields are marked *

5 × 5 =