ଶିଶୁଙ୍କ ପାଇଁ ଶ୍ରୀମନ୍ଦିରରେ ଏହି ଦେବୀ ପୂଜା ପାଆନ୍ତି

ଭୁବନେଶ୍ୱର: ଶିଶୁଟିଏ ଘରେ ନୂଆ କରି ପାଦ ଦେବା ପରେ ଯାହା କିଛି ପୂଜା ହୋଇଥାଏ, ସେଥିରେ ଷଷ୍ଠୀଦେବୀଙ୍କର ଭୂମିକାଟି ଅନ୍ୟ ସମସ୍ତଙ୍କ ଠାକୁ ଅଲଗା । ବିଶେଷକରି ଜନ୍ମ ଦିନରେ ଷଷ୍ଠୀ ଦେବୀଙ୍କୁ ପୂଜା କରାଯାଇଥାଏ । ଆପଣମାନେ ଜାଣି ଖୁସିି ହେବେ ଯେ ଶ୍ରୀମନ୍ଦିର ବ୍ୟତୀତ ଷଷ୍ଠୀଦେବୀଙ୍କର ସ୍ୱରୂପ ପ୍ରାୟ ଆଉ କେଉଁଠାରେ ଦେଖାଯାଏ ନାହିଁ । ବଡ଼ଦେଉଳରେ ଭୁବନେଶ୍ୱରୀଙ୍କ ମନ୍ଦିରର ନାଟମଣ୍ଡପରେ ଦେବୀ ପୂଜା ପାଆନ୍ତି । ଭୁବନେଶ୍ୱରୀଙ୍କୁ ଦର୍ଶନ ପାଇଁ ଭିତରକୁ ଗଲା ବେଳେ ବାମ ପାର୍ଶ୍ୱରେ ନୃସିଂହ ଓ ସରସ୍ୱତୀ ଏବଂ ଦକ୍ଷିଣ ପାର୍ଶ୍ୱରେ ଷଷ୍ଠୀ ଦେବୀଙ୍କ ବ୍ୟତୀତ ସାବିତ୍ରୀ, ଗାୟତ୍ରୀ ଦେବୀ ମଧ୍ୟ ପୂଜା ପାଆନ୍ତି । କାନ୍ଥ ସଂଲଗ୍ନ ଏକ କ୍ଷୁଦ୍ର ପ୍ରକୋଷ୍ଠରେ ଦେବୀ ବିରାଜିତା । 

ଶ୍ରୀଜଗନ୍ନାଥ ଗବେଷକ ଭାସ୍କର ମିଶ୍ରଙ୍କ ମତରେ ଷଷ୍ଠୀ ଦେବୀଙ୍କ ପୂର୍ବରୁ ଦେଢ଼ ଫୁଟ ଉଚ୍ଚତା ଓ ଚତୁର୍ଭୁଜ ବିଶିଷ୍ଟ ଶଙ୍ଖ,ଚକ୍ର,ଗଦା,ପଦ୍ମଧାରୀ ନାରାୟଣ ମୂର୍ତ୍ତି ପ୍ରତିଷ୍ଠିତ ହୋଇଛନ୍ତି । ଏତଦବ୍ୟତୀତ ଅାଉ ଦୁଇଟି କ୍ଷୁଦ୍ର ମୂର୍ତ୍ତିି ସେଠାରେ ଅବସ୍ଥାପିତ ହୋଇଥିବା ଦୃଷ୍ଟିଗୋଚର ହେଉଛି । କେତେକ ଏହାଙ୍କୁ ଷଷ୍ଠୀଙ୍କ ପରିବାର ବୋଲି କହିଥାନ୍ତି । ଅନ୍ୟ କେତେକ ଏହି ଦେବୀଙ୍କୁ ମନସା ଦେବୀ ଭାବରେ ସମ୍ୱୋଧିତ କରିଥାଅାନ୍ତି । ଷଷ୍ଠୀଓଷା ଦିନ ଏଠାରେ ବିଶେଷ ପୂଜାର ଅାୟୋଜନ ହୋଇଥାଏ । ଷଷ୍ଠୀ ଦେବୀ ତ୍ରିଭୂଜା । ତାଙ୍କ ବାମ କୋଳରେ ଦିବ୍ୟ ଶିଶୁ ଅାମùଲାଭ କରୁଅଛି । 

ସେହିପରି ସାବିତ୍ରୀ ଦେବୀ ଦ୍ୱିଭୂଜା ଅଟନ୍ତି । ସାବିତ୍ରୀ ଅମାବାସ୍ୟା ଦିନ ସଧବା ସ୍ତ୍ରୀଲୋକମାନେ ସ୍ୱାମୀଙ୍କର ମଙ୍ଗଳ କାମନା କରି ସେଠାରେ ପୂଜାର୍ଚ୍ଚନା କରିଥାଅାନ୍ତି । ଏହିଦିନ ପତି ମହାପାତ୍ର ସେବକ ଦ୍ୱିପହର ଯାଏଁ ସାବିତ୍ରୀଙ୍କୁ ସେବା କରିଥାଅାନ୍ତି । 

ଷଷ୍ଠୀ,ସାବିତ୍ରୀ ଦେବୀଙ୍କ ସହ ଏକାଠି ଗାୟତ୍ରୀ ଦେବୀ ମଧ୍ୟ ପୂଜା ପାଉଛନ୍ତି । ଦେବୀ ବିଗ୍ରହ ପୂର୍ବାଭିମୁଖୀ । ଭୁବନେଶ୍ୱରୀ ମନ୍ଦିରର ପାଳିଅା ସେବକ ଏହି ବିଗ୍ରହଙ୍କର ସେବା ପୂଜା କରିଥାଅାନ୍ତି । ଗାୟତ୍ରୀ ଦେବୀଙ୍କ ଧ୍ୟାନରୁ ଜଣାଯାଏ ଯେ ମାଅା ଧବଳା ବର୍ଣ୍ଣା । ସେ ସୂର୍ଯ୍ୟମଣ୍ଡଳର ଅାଭାସିନୀ ତଥା ବ୍ରହ୍ମଲୋକ ନିବାସିନୀ । ଦେବୀ ପଦ୍ମାସନାରେ ଉପବିଷ୍ଟା । 

Share Post

Leave a Reply

Your email address will not be published. Required fields are marked *

10 − three =