ରଘୁନାଥ ବେଶରେ ଜଗନ୍ନାଥ: କେବେ, କେମିତି

ଭୁବନେଶ୍ୱର:  ବୈଶାଖମାସରେ ପ୍ରଭୁ ଶ୍ରୀ ରାମଚନ୍ଦ୍ର ଦେବଙ୍କ ଅଭିଷେକ ଦିବସରେ ମହାପ୍ରଭୁଙ୍କ ରଘୁନାଥ ବେଶ ଅନୁଷ୍ଠିତ ହେବାର ପରମ୍ପରା ରହିଛି । ଶ୍ରୀମନ୍ଦିରର ରେକର୍ଡ ରୁମ୍‍ ତଥ୍ୟ ଅନୁଯାୟୀ, ମାତ୍ର ୯ଥର ମହାପ୍ରଭୁ ଏହି ଦୁର୍ଲଭ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ୧୯୦୫ ମସିହାରେ ଶେଷଥର ପାଇଁ ଏହି ବେଶ ଅନୁଷ୍ଠିତ ହୋଇଥିଲା । ସେହିବର୍ଷ ଉତ୍କଳ ଦୀପିକାର ତଥ୍ୟ ଅନୁସାରେ ଏପ୍ରିଲ ୨୭ ତାରିଖରେ ଏହି ବେଶ କରାଯାଇଥିଲା ।  ଶ୍ରୀମନ୍ଦିର ତଡାଉକରଣଙ୍କ ରିପୋର୍ଟ ଅନୁସାରେ, ଏହି ବେଶ ୧୦୫ ମେ ୪ ତାରିଖରେ ହୋଇଥିଲା । ତେବେ ସେ ଯାହାହେଉ, ସେ ସମୟରେ ୫୦ରୁ ୬୦ ହଜାର ଶ୍ରଦ୍ଧାଳୁ ଶ୍ରୀମନ୍ଦିର ଯାଇ ଶ୍ରୀବିଗ୍ରହମାନଙ୍କର ଏହି ବେଶ ଦର୍ଶନ କରିଥିଲେ । 

ଉତ୍କଳ ଦୀପିକାର ତଥ୍ୟ ଅନୁଯାୟୀ, ଶ୍ରୀଜଗନ୍ନାଥ ରାମଚନ୍ଦ୍ର ବେଶ ଧାରଣ କରିଥିଲେ । ଶ୍ରୀ ବଳଭଦ୍ରଙ୍କୁ ଲକ୍ଷ୍ମଣ ବେଶରେ ସଜା ଯାଇଥିଲା । ରାମଚନ୍ଦ୍ରଙ୍କ ବାମ ପାର୍ଶ୍ୱରେ ଭରତ, ଶତୃଘ୍ନ ଠିଆ ହୋଇ ଚାମର ଏବଂ ଛତ୍ର ଧରିିଥିଲେ । ବଳଦେବଙ୍କ ଦକ୍ଷିଣରେ ବ୍ରହ୍ମା, ବଶିଷ୍ଠଙ୍କୁ ରଖାଯାଇଥିଲା । ରାମଚନ୍ଦ୍ରଙ୍କ ଜାନୁ ଉପରେ ଲକ୍ଷ୍ମୀ ସୀତା ରୂପେ ବସିଥିଲେ । ହନୁମାନ କରଯୋଡି ସାମ୍ନାରେ ବସିଥିଲେ । ସୁଭଦ୍ରା କିନ୍ତୁ ବେଶ ହୋଇନଥିଲେ । ତାଙ୍କର କେବଳ ସୁନାବେଶ ହୋଇଥିଲା । 

ତଥ୍ୟ ଅନୁସାରେ, ୧୫୭୭, ୧୭୩୯, ୧୮୦୯, ୧୮୩୩, ୧୮୪୨, ୧୮୫୦, ୧୮୯୩ ଓ ୧୮୯୬ ମସିହା ଏବଂ ଶେଷ ଥର ପାଇଁ ୧୯୦୫ ମସିହାରେ ରଘୁନାଥ ବେଶ ଅନୁଷ୍ଠିତ ହୋଇଥିଲା । 

Share Post
  • 15
  •  
  •  
  •  
  •  
  •  
  •  
  •  
    15
    Shares

Leave a Reply

Your email address will not be published. Required fields are marked *

eight − 7 =