ବର୍ଷା ପାଇଁ ଶ୍ରୀମନ୍ଦିରରେ କାହାକୁ ପୂଜା କରାଯାଏ?

ଭୁବନେଶ୍ୱର:  କୃଷି ପ୍ରଧାନ  ରାଜ୍ୟ ଓଡ଼ିଶା । ରାଜ୍ୟର ୭୦ ଭାଗରୁ ଅଧିକ ଲୋକ ଚାଷ ଉପରେ ହିଁ ନିର୍ଭର କରନ୍ତି । ବର୍ଷା ବିନା ଚାଷ ହେବ କେମିତି? ଏଣୁ ଠିକ୍‍ ସମୟରେ ବର୍ଷା ନହେଲେ ଚାଷୀ ବିଚଳିତ ହୋଇପଡେ । ଅନ୍ନ ଚିନ୍ତା କା ମାନସିକ ସ୍ଥିତିକୁ ଦୋହଲାଇ ଦିଏ । ପରମ୍ପରା ଅନୁସାରେ, ବର୍ଷା ନ ହେଲେ, ଚାଷୀ କେଉଁଠି ବେଙ୍ଗ, ବେଙ୍ଗୁଲିର ବାହାଘର  କରିଥାଏ ତ ଆଉ କେଉଁଠି ଯଜ୍ଞାଦି ବଳି ଦାନ ଆଦି ହୋଇଥାଏ । 

ହେଲେ ଆପଣମାନେ ଜାଣନ୍ତି କି, ପୁରୀ ଶ୍ରୀମନ୍ଦିରରେ ଏଥିପାଇଁ ସ୍ୱତନ୍ତ୍ର ଦେବୀ ପୂଜା ପାଆନ୍ତି । ତାଙ୍କୁ ମା ଇନ୍ଦ୍ରାଣୀ ବୋଲି କୁହାଯାଏ । ଆଉ କେହି କେହି ମହା ବଜ୍ରେଶ୍ୱରୀ ଦେବୀ ବୋଲି ସମ୍ୱୋଧିତ କରିଥାନ୍ତି । ବର୍ଷା ହେବା କିମ୍ୱା ବନ୍ଦ ହେବା ପାଇଁ ମା ଇନ୍ଦ୍ରାଣୀଙ୍କୁ  ଆରାଧନା କରାଯାଇଥାଏ । ଏହାଦ୍ୱାରା ସୁଫଳ ମିଳେ ବୋଲି ମଧ୍ୟ ବିଶ୍ୱାସ କରାଯାଏ । 

ଶ୍ରୀଜଗନ୍ନାଥ ମନ୍ଦିରର ନାଟ ମ¨ପର ଦକ୍ଷିଣ ପଟକୁ ଲାଗି ମହା ବଜ୍ରେଶ୍ୱରୀ ବା ମା ଇନ୍ଦ୍ରାଣୀ ଦେବୀଙ୍କ ମନ୍ଦିର ରହିଛି । କିମ୍ୱଦନ୍ତୀ ଅଛ ଯେ ମା ଇନ୍ଦ୍ରାଣୀ ରୋଷ ପାର୍ଶ୍ୱରେ ଥିଲେ । ରୋଷ ନିର୍ଗତ ଧୂଆଁ ଅସହ୍ୟ ହେବାରୁ ଦେବୀ ସ୍ୱପ୍‍୍ନାଦେଶ ଦେଲେ । ବର୍ତମାନ ପୂଜିତ ହେଉଥିବା ମନ୍ଦିରରେ ମା ଇନ୍ଦ୍ରାଣୀଙ୍କୁ ପୂଜା କରାଗଲା । 

ଶ୍ରୀଜୀଉଙ୍କ ଥାଳି ମହାପ୍ରସାଦ ବିମଳାଙ୍କୁ ସମର୍ପଣ କରାଯିବା ପରେ ସଂପୃକ୍ତ ସୁପକାର ସେବକ ଆନନ୍ଦ ବଜାରକୁ ନେବା ସମୟରେ ମା ଇନ୍ଦ୍ରାଣୀଙ୍କୁ ମଧ୍ୟ ଏହି ଭୋଗ ସମର୍ପଣ କରିଥାନ୍ତି । 

Share Post

Leave a Reply

Your email address will not be published. Required fields are marked *

nine − one =