ଦୁର୍ଗାଚରଣ ପଣ୍ଡାଙ୍କ ଅନୁଭୂତି ବୟାନ କରେ ମଣିନାଗ ଦୁର୍ଗାଙ୍କ ମହିମା

ଭୁବନେଶ୍ୱର: ପୁରୀ ଜିଲ୍ଲା ବୀରରାମଚନ୍ଦ୍ରପୁରରେ ବିରାଜିତା ମାଅା ମଣିନାଗ ଦୁର୍ଗା ପ୍ରତ୍ୟକ୍ଷ ଓ ବେଶ ପ୍ରଭାବଶାଳୀ । ଦେବୀଙ୍କ ପାଖରେ ଯିଏ ଯାହା କାମନା କରନ୍ତି, ତାହା ପୂରଣ ହୋଇଥାଏ ବୋଲି ବିଶ୍ୱାସ ଅଛି । ସେହିଭଳି ଦେବୀଙ୍କ ପୂଜାରେ ଯିଏ ଯେତେବେଳେ ଅବହେଳା କରିଛନ୍ତି, ତାଙ୍କୁ ତତ୍କାଳ ଦଣ୍ଡିତ କରିଥାନ୍ତି ଦେବୀ । ସବୁଠାରୁ ବଡ଼ କଥା ହେଲା, ଅନ୍ୟ ସମୟରେ ରାଜା ଖଞ୍ଜିଥିବା ସେବକମାନେ ହିଁ ଦେବୀଙ୍କ ପୂଜା କରିଥାନ୍ତି । ହେଲେ ଦୁର୍ଗା ପୂଜା ସମୟରେ ସ୍ୱତନ୍ତ୍ର ବ୍ରାହ୍ମଣ ବରଣ କରାଯାଇଥାଏ । ଦେବୀଙ୍କ ସଂପର୍କରେ ଭକ୍ତଙ୍କ ଅନୁଭୂତି ବେଶ ଲମ୍ୱା । 

ଦେବୀଙ୍କ ଷୋହଳ ପୂଜା ସମୟରେ ବରଣ ହୋଇଆସୁଥିବା ପୂଜକ ଦୁର୍ଗାଚରଣ ପଣ୍ଡାଙ୍କ ମତ  ଦେହରେ ଶିହରଣ ଖେଳାଇ ଦେଇଥାଏ । ଦୀର୍ଘ ବର୍ଷ ଧରି ସେ ଦେବୀଙ୍କ ପୂଜା କରିଛନ୍ତି । ପୂଜାରେ ସାମାନ୍ୟ ବ୍ୟତିକ୍ରମ ହେଲେ ମାଅା ତତକ୍ଷଣାତ୍‍ ଦଣ୍ଡବିଧାନ କରନ୍ତି ବୋଲି ତାଙ୍କର ଦୃଢ଼ ଧାରଣା । 

ତାଙ୍କ ମତରେ ଏହି ୧୬ଦିନ ଦେବୀଙ୍କ ନିକଟରେ ପୂଜା କରିବା ବେଶ୍‍ କାଠିକର ପାଠ । ଯିଏ ଯେତେବେଳେ ପୂଜା କରିବାକୁ ଅାସନ୍ତି, ତ୍ରୁଟି କଲେ ଦେବୀଙ୍କ କୋପ ଦୃଷ୍ଟିରେ ପଡନ୍ତି ଓ ଅଳ୍ପ ଦିନରେ ପୂଜା ଛାଡ଼ି ଚାଲିଯାଆନ୍ତି । ଏଭଳି ପରିସ୍ଥିତିରେ ତାଙ୍କୁ (ପୂଜକ ଦୁର୍ଗା ଚରଣ ପଣ୍ଡା) ନଳିବସନ୍ତ ଗା୍ରମରୁ ୧୯୭୧ମସିହାରେ ବୀର ରାମଚନ୍ଦ୍ରପୁର ମହାଜନ ମାନେ ଆଣିଥିଲେ । ସେତେବେଳେ ତାଙ୍କ ବୟସ ମାତ୍ର ୨୨ବର୍ଷ ବୟସ ହୋଇଥିଲା । ପ୍ରଥମ ବର୍ଷ ତାଙ୍କପୂଜା ଭଲରେ କଟିଥିଲା । କିନ୍ତୁ ଦ୍ୱିତୀୟ ବର୍ଷ, ଦିନେ ଠାକୁରାଣୀଙ୍କ ପାଖରେ ପୂଜା କରୁଥିଲେ । ସେଦିନ ଷଷ୍ଠୀ ପୂଜା ଥିଲା । ମନ୍ଦିର ଭିତରେ ଅାଉ କେହି ନଥିଲେ । ହଠାତ୍‍ ଠାକୁରାଣୀଙ୍କ ପାଖରେ ଲାଗିଥିବା ଦୀପଟି ଲିଭିଗଲା । କୈାଣସି ପବନ ନ ଥିଲା କିମ୍ୱା ଅାଉ କାହାର ଉପସ୍ଥିତି ନଥାଇ ଦୀପ କାହିଁକି ଲିଭିଲା ତାହା ତାଙ୍କୁ ବିବ୍ରତ କରିଥିଲା । ମନରେ ଭୟ ସୃଷ୍ଟି ହେଲା ଏବଂ ପୂଜା ଛାଡି ପ୍ରାଣ ବଞ୍ଚାଇବା ଲାଗି ସେ ମନ୍ତ୍ର ପାଠ କରିଥିଲେ । ପରେ ଭାବିଲେ ପୂଜା ବନ୍ଦ କଲେ ଦେବୀ ଅଧିକ ଉଗ୍ର ହେବେ । ଏଣୁ ଛାଡିଯାଇଥିବା ପୂଜାକୁ ବହି ନଦେଖି ବୋଲିବାରେ ଲାଗିଲେ । କିଛି ସମୟ ପରେ ଦୀପଟି ଅାପେ ଅାପେ ଜଳି ଉଠିଲା । 

ଶ୍ରୀ ପଣ୍ଡା କହନ୍ତି, ସେଦିନ ରାତିରେ ପୁଣି ଏକ ଘଟଣା ଘଟିଲା । ରାତିରେ ମନ୍ଦିରରେ ସେ ଏକା ଶୋଇଥିଲେ । କବାଟ ଖୋଲିବାର ଶବ୍ଦ ଶୁଭିଲା । ସେ ଅନୁଭବ କଲେ କେହି ଜଣେ କବାଟ ଖୋଲି ବାହାରକୁ ଯାଉଛନ୍ତି । ଅାଖିରୁ ନିଦ ହଜିଗଲା । କିଛି ସମୟ ଅନ୍ତରରେ ପୁଣିଥରେ କବାଟ ବନ୍ଦ ହେବାର ଶବ୍ଦ ଶୁଣିଲେ । ପରଦିନ ସକାଳେ ଦେଖିଲେ କବାଟ ବନ୍ଦ ଥିଲା । ତା ପରଦିନ ଗ୍ରାମର ପୁରୁଖା ମହାଜନଙ୍କୁ ଏକଥା କହିବାରେ ସେମାନେ ସର୍ତକ କରାଇ ଦେଇଥିଲେ ଯେ ଠାକୁରାଣୀ ରାତିରେ ଗା୍ରମ ଭ୍ରମଣ କରନ୍ତିି । 

୨୦୦୧ ମସିହାର ଅନୁଭୂତି ମଧ୍ୟ ନିଆରା । ସେବର୍ଷ  ପୁଣି ଏକ ଅଘଟଣ ଘଟିଲା । ଗ୍ରାମର ଦ୍ୱତୀୟ ଖଣ୍ଡିର ତୃତୀୟ ପାଳିର ଥିଲା ସେଦିନ ଓପନ । ମାତ୍ର କୌଣସି ମହାଜନ ହକରା ନଦେଇ ସେ ବାବଦପ୍ରାପ୍ୟ ମନ୍ଦିର ଅଫିସରେ ଜମା କରିଦେଇଥିଲେ । ସେଦିନ ମହାଜନ ରାଜକିଶୋର ମହାପାତ୍ର ଭୋଗ ଅାଣିବା ପାଇଁ କହିଲେ ଏବଂ ରାତିରେ ମଧ୍ୟ ଭୋଗ ଯଥାରୀତି ଅାସିଲା । ମାତ୍ର ପୂଜା କରିବା ସମୟରେ ବିଧି ମୁତାବକ ଟୋକେଇରୁ ଏଣ୍ଡୁରିକୁ ଓ ପଇଡ଼କୁ ଅଲଗା କରାଯାଏ । ବାକି ସଙ୍ଖୁଡି ଭୋଗକୁ ଠାକୁରାଣୀଙ୍କ ପାଖରେ ଭୋଗ କରାଯାଏ । ପରେ ବିରିପିଠା ବା ଏଣ୍ଡୁରି ବଳି ଚଢ଼ାଯାଏ । ସେଦିନ ଟୋକେଇରେ ଭୋଗ ସହ ଏଣ୍ଡୁରି ଥିବା ସମୟରେ ଅଲକ୍ଷ୍ୟରେ ତାହାକୁ ସେ ନୈବେଦ୍ୟ କରିଦେଇଥିଲେ । ରାତିରେ ମନ୍ଦିରରେ ଶୋଇଥିଲେ । ଚତୁର୍ଥ ପ୍ରହର ସମୟରେ ତାଙ୍କ  ପିଠିକୁ ବସିଲା ଏକ ନିର୍ଘାତ ପାହାର । ନା ସେ ବୁଲି ପାରିଲେ କି ଚିକùାର କରିପାରିଲେ । ଠାକୁରାଣୀ ଯେ ଗତରାତିର ଭୁଲ ପାଇଁ ଏଭଳି ଶାସ୍ତି ଦେଇଛନ୍ତି,ଏକଥା ସେ ଜାଣିପାରିଥିଲେ । 

Share Post

Leave a Reply

Your email address will not be published. Required fields are marked *

5 × five =