କୁକୁର ସହିତ ଶ୍ରୀମନ୍ଦିର ସଂପର୍କ କଣ?

ଭୁବନେଶ୍ୱର: ସେ ଘର ହେଉ କି ବାହାରେ ଅଥବା ମନ୍ଦିରମାନଙ୍କରେ ପୂଜା ପାଇଁ ଆମେ ପ୍ରସ୍ତୁତି କରିବା ବେଳେ କୁକୁରର ନଜର ଯେଭଳି ନ ପଡିବ, କାହାକୁ ଯେମିତି ଛୁଇଁନଦେବ ସେଥିପ୍ରତି ସମସ୍ତେ ଯତ୍ନବାନ ଥାନ୍ତି । ହେଲେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଶ୍ରୀମନ୍ଦିର କୁକୁର ପୂଜା ପାଉଛନ୍ତି । ମୁକ୍ତି ମଣ୍ଡପ ନିକଟରେ ଥିବା କ୍ଷେତ୍ରପାଳ ମନ୍ଦିର ସଂଲଗ୍ନ କାନ୍ଥରେ କୁକୁର ଉପରେ ବିରାଜିତା ଦେବୀଙ୍କୁ ପୂଜା କରାଯାଉଛି । ତାଙ୍କୁ କୁତାମ ଚଣ୍ଡୀ ବୋଲି କୁହାଯାଏ । 

ଦେବୀ କିଭଳି ପୂଜା ପାଇଲେ, କିଏ ଆଣି ଶ୍ରୀମନ୍ଦିରରେ ସ୍ଥାପନା କଲେ, ସେ ନେଇ ଇତିହାସ ଠୋସ୍‍ ଭାବେ କିଛି ବର୍ଣ୍ଣନା କରୁନାହିଁ । କିନ୍ତୁ କିମ୍ୱଦନ୍ତୀ ଅନେକ ରହିଛି ।

ଶ୍ରୀମନ୍ଦିର ପ୍ରକାଶନ ପୁସ୍ତକରେ କୁହାଯାଇଛି, ମାଆ ପୂର୍ବରୁ ରତ୍ନ ସିଂହାସନ ନିକଟରେ ପୂଜା ପାଉଥିଲେ । ହେଲେ ବୈଷ୍ଣବଙ୍କ ପ୍ରଭାବରେ ତାଙ୍କୁ ସେଠାରୁ ଅପସାରିତ କରାଯାଇଥିଲା । 

ଆଉ କିଛି ଗବେଷକଙ୍କର ମତ ହେଉଛି, ୧୪୯୮ ଖୀ୍ରଷ୍ଟାବ୍ଦ ବେଳକୁ କୁକୁର ବାହାନ ଥାଇ କୁତାମ ଚଣ୍ଡୀ ଶ୍ରୀ ମନ୍ଦିରରେ ପୂଜା ପାଇଲେ । ଉଜ୍ଜୟନୀର ଜଣେ ଖ୍ୟାତନାମା ତାନ୍ତ୍ରିକ  ହିଁ ଦେବୀଙ୍କୁ ଶ୍ରୀମନ୍ଦିର ଯାଏ ଆଣିଛନ୍ତି । ସେ ସମୟରେ ମନ୍ଦିରରେ ବାରମ୍ୱାର କୁକୁର ପ୍ରବେଶ କରିବାରୁ ମହାପ୍ରଭୁଙ୍କ ନୀତିରେ ଗୁରୁତର ବିଭ୍ରାଟ ହେଉଥିଲା । ସଂପୃକ୍ତ ତାନ୍ତ୍ରିକଙ୍କ ପଦକ୍ଷେପ ପରେ ଏକଥା ଆଉ ଶୁଣାଯାଇନାହିଁ । କିନ୍ତୁ ଆଜି ବି କୁତାମ ଚଣ୍ଡୀଙ୍କୁ ନେଇ ସମସ୍ତଙ୍କ ମନରେ ଅନେକ ରହସ୍ୟ ରହିଛି । 

Share Post

Leave a Reply

Your email address will not be published. Required fields are marked *

10 + eleven =