ଅଗ୍ନୀଶ୍ୱର ମହାଦେବଙ୍କ ବିଶେଷତ୍ୱ କଣ

ଭୁବନେଶ୍ୱର: ଶ୍ରୀମନ୍ଦିର ବ୍ୟବସ୍ଥାରେ ପ୍ରତିଟି କଥାକୁ ଠାକୁର ଓ ବିଶ୍ୱାସ ସହିତ ବାନ୍ଧି ରଖାଯାଇଛି । ବାଇଶି ପାହାଚ ଠାରୁ ଆରମ୍ଭ କରି ନୀଳଚକ୍ର ପର୍ଯ୍ୟନ୍ତ କେହି ଏଥିରୁ ବାଦ୍‍ ଯାଇନାହାନ୍ତି । ଏଇ ଯେମିତି ଶ୍ରୀମନ୍ଦିରରେ ପ୍ରତ୍ୟହ ପାକଶାଳାର ଅଗ୍ନିଙ୍କ ରକ୍ଷକ ଭାବେ ଅଗ୍ନିଶ୍ୱର ମହାଦେବ ଅଛନ୍ତି । ତାଙ୍କୁ ଶ୍ରୀମନ୍ଦିର ବେଢାର ପ୍ରତିପାଳକ ବା ରୋଷ ଅଗ୍ନି ରକ୍ଷକ ଭାବେ ବିବେଚନା କରାଯାଇଥାଏ । ବିଶ୍ୱାସ ରହିଛି, ଥରେ ଚୁଲି ଜଳିବା ଆରମ୍ଭ ହେଲେ ରୋଷ କାର୍ଯ୍ୟ ନ ସରିବା ଯାଏ ଏହା ଲିଭିନଥାଏ । 

ଶ୍ରୀମନ୍ଦିର ବାଇଶି ପାହାଚ ଅତିକ୍ରମ କରି ଭିତର ବେଢାରେ ପ୍ରବେଶ କରିବା ପରେ ପରେ ପାକଶାଳା ପର୍ଯ୍ୟନ୍ତ ଯାଇଥିବା ରାସ୍ତା ପାର୍ଶ୍ୱରେ ଅଗ୍ନୀଶ୍ୱର ଅଛନ୍ତି । ଅଗ୍ନୀଶ୍ୱର ମହାଦେବ ନାମରେ ସେ ପରିଚିତ । ବେଢା ପତନ ଠାରୁ ବହୁ ତଳେ ପ୍ରଭୁ ପୂଜା ପାଆନ୍ତି । ଆଉ କେହି କହନ୍ତି, ପ୍ରଭୁ ଯେଉଁଠି ବିରାଜିତ ଅଛନ୍ତି, ତାହା ଶ୍ରୀମନ୍ଦିରର ଅଗ୍ନି କୋଣ । ଅଗ୍ନି କୋଣକୁ ଆମ ବାସ୍ତୁ ଶାସ୍ତ୍ରରେ ଅତ୍ୟନ୍ତ ଗୁରୁତ୍ୱ ଦିଆଯାଇଥାଏ । ପ୍ରଭୁ ଏହି ଅଗ୍ନିକୋଣର ରକ୍ଷାକର୍ତା ହୋଇଥିବାରୁ ତାଙ୍କୁ ଅଗ୍ନୀଶ୍ୱର ବୋଲି କୁହାଯାଇଥାଏ । 

ଏକଥା ବି ବିଶ୍ୱାସ ଅଛି, ଯେ ଯଦି କୌଣସି ଭୋଗ ରୋଷ ବେଳେ ସିଦ୍ଧ (ସିଝିବା) ହୋଇନଥାଏ, ତେବେ ପ୍ରଭୁଙ୍କ ଦୃଷ୍ଟି ପଡିବା ମାତ୍ରେ ତାହା ସିଦ୍ଧ ହୋଇଯାଇଥାଏ । ଏଣୁ ପ୍ରଭୁ ଭୋଗମଣ୍ଡପ ରାସ୍ତାରେ ହିଁ ବିରାଜମାନ କରିଥାନ୍ତି । 

Share Post

Leave a Reply

Your email address will not be published. Required fields are marked *

five × three =