ଶୟନ ମୁଦ୍ରାରେ ପୂଜାପାଆନ୍ତି ବାଳମୁକୁନ୍ଦ

ଭୁବନେଶ୍ୱର: ପୁରୀ ଶ୍ରୀମନ୍ଦିରରେ ଏମିତି ଜଣେ ଦେବତା ଅଛନ୍ତି, ଯାହା ପ୍ରତି ଶ୍ରଦ୍ଧାଳୁ ଆକର୍ଷିତ ହୋଇଥାନ୍ତି । ଯିଏ ଯାନ୍ତି, ମୁଣ୍ଡିଆ ମାରନ୍ତି, ଘଡିଏ ଦେଖନ୍ତି । ସେ ହେଉଛନ୍ତି ବାଳମୁକୁନ୍ଦ । 

ବଟ ଜଗନ୍ନାଥଙ୍କ ସମ୍ମୁଖରେ ତଥା ବାଟ ମଙ୍ଗଳାଙ୍କ ଦକ୍ଷିଣରେ ବାଳମୁକୁନ୍ଦଙ୍କ ମନ୍ଦିର ରହିଛି । ଏକ ଫୁଟ୍‍ ଲମ୍ୱ ବିଶିଷ୍ଟ କଳା ଚିକ୍କଣ ମୁଗୁନି ପ୍ରସ୍ତରରେ ନିର୍ମିତ ବାଳମୁକୁନ୍ଦ ବିଗ୍ରହ ଦକ୍ଷିଣ ଅାଡକୁ ମସ୍ତକ ରଖି ଚିତ ହୋଇ ଶୟନ ମୁଦ୍ରାରେ ରହିଛନ୍ତି । ପ୍ରସ୍ତର ନିର୍ମିତ ଏକ ବଟପତ୍ର ଉପରେ ଏହି ବିଗ୍ରହ ଶୟନ କରିଥିବା ଦୃଷ୍ଟିଗୋଚର ହୋଇଥାଏ । ବାଳମୁକୁନ୍ଦ ତାଙ୍କ ହାତ ଅାଙ୍ଗୁଠିକୁ  ହସ୍ତରେ ଧରି ମୁଖ ପଦ୍ମରେ ପ୍ରବେଶ କରାଇଛନ୍ତି ।

ବାଳମୁକୁନ୍ଦ ଓ ବଟକୃଷ୍ଣ ଏକବିଗ୍ରହ ବୋଲି ଅଧିକାଂଶ ପ୍ରାବନ୍ଧିକ ଉଲ୍ଲେଖ କରିଛନ୍ତି । ହେଲେ ଆଉ କିଛି ଗବେଷକ କହନ୍ତି ଏହା ଭ୍ରମାତ୍ମକ । ପ୍ରକୃତପକ୍ଷେ ବାଳମୁକୁନ୍ଦ ଓ ବଟକୃଷ୍ଣ ଦୁଇଟି ଭିନ୍ନ ବିଗ୍ରହ ଅଟନ୍ତି । ଉଭୟ ବିଗ୍ରହଙ୍କର ସେବାପୂଜା ଶ୍ରୀମନ୍ଦିରର ପ୍ରତିହାରୀ ନିଯୋଗର ତତ୍ତ୍ୱାବଧାନରେ ରହିଛି । 

ସ୍କନ୍ଧପୁରାଣର ବର୍ଣ୍ଣନାନୁସାରେ, ପ୍ରଳୟ କାଳରେ ସ୍ୱୟଂ ଭଗବାନ ବଟ ପତ୍ରରେ ଛୋଟ ଶିଶୁ ଭାବେ ଶୟନ କରିଥିଲେ । ମାର୍କେଣ୍ଡେୟ ଋଷି ଜଳରେ ଭାସି ଅାସିଲା ବେଳେ ବାଳମୁକୁନ୍ଦ ତାଙ୍କୁ ଅାଶ୍ରୟ ଦେଇଥିଲେ । ଗଜପତି ମହାରାଜା ବୀର କିଶୋର ଦେବଙ୍କ ଜଣେ ପାତ୍ର ଶ୍ରୀଧର ପଟ୍ଟନାୟକ ବଟ ମୂଳରେ ମନ୍ଦିରଟିଏ ତୋଳାଇ ବାଳମୁକୁନ୍ଦଙ୍କୁ ସ୍ଥାପନା କରିଥିବାର ସୂଚନା ମିଳେ । 

Share Post

Leave a Reply

Your email address will not be published. Required fields are marked *

thirteen − 7 =