ଶ୍ରୀମନ୍ଦିରରେ ଦେବୀମାନଙ୍କ ମଧ୍ୟରେ ବଡ ଭଉଣୀ କିଏ, ଜାଣନ୍ତୁ

ଭୁବନେଶ୍ୱର:ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାରସ୍ଥ ବାହାର ବେଢାର ନୃସିଂହ ମନ୍ଦିର ପାର୍ଶ୍ୱରେ ବୁଢ଼ୀ ମା ଠାକୁରାଣୀ ପୂଜା ପାଉଛନ୍ତି । ଅନେକ ଏହି ଦେବୀଙ୍କୁ ବସନ୍ତେଇ ଠାକୁରାଣୀ  ବୋଲି ମଧ୍ୟ କହିଥାନ୍ତି । 

ଜନଶ୍ରୁତି ଅଛି,ବୁଢ଼ୀ ମାଅା ଠାକୁରାଣୀ ଶ୍ରୀମନ୍ଦିର ପରିସରରେ ଥିବା ସମସ୍ତ ଶକ୍ତିଦେବୀ ମାନଙ୍କ ମଧ୍ୟରେ ବଡ଼ ଭଉଣୀ ଅଟନ୍ତି । ଏକ କ୍ଷୁଦ୍ର କୋଠରୀର ମଧ୍ୟସ୍ଥଳରେ ଝୁଲଣା କୃତିର ବେଦିକା ଉପରେ ମାଅା ବସନ୍ତେଇ ତଥା ମାଅା ବୁଢ଼ୀ ଠାକୁରାଣୀ ଅଛନ୍ତି । ବିଗ୍ରହଙ୍କର ଉଚ୍ଚତା ପ୍ରାୟ ୧ଫୁଟରୁ ସାମାନ୍ୟ ଅଧିକ ହେବ । ମାଆଙ୍କ ସମ୍ମୁଖରେ ଏକ କ୍ଷୁଦ୍ର ସିଂହ ମୂର୍ତ୍ତି ଡାହାଣ ଗୋଡ ଅାଗକୁ ଉପରକୁ ଉଠାଇ ବସିଛନ୍ତି ।

 ମାଅା ପୂର୍ବାଭିମୁଖୀ ଅଟନ୍ତି । ଏହା ବ୍ୟତୀତ ମନ୍ଦିର ମଧ୍ୟରେ ବୁଢ଼ୀ ମାଅା ଠାକୁରାଣୀଙ୍କର ଏକ ଚିତ୍ର ପ୍ରତିମା ଥିବା ସ୍ଥଳେ ମନ୍ଦିର ଜଗମୋହନ କାନ୍ଥରେ ଏକ ବେଢ଼ାକାଳୀ ଏବଂ କୋଡିଏ ଭୁଜା ବିଶିଷ୍ଟା ମାଅା କାଳୀଙ୍କ ଚିତ୍ର ରହିଛି ।

ଦୈନଦିନ ସକାଳେ ମାଆଙ୍କର ସ୍ନାନାଦି,ମାଜଣା ହୋଇ ବେଶ କରାଯାଏ । ବିଶ୍ୱାସ ଅଛି, ଯଦି କୌଣସି ବ୍ୟକ୍ତିକୁ ବସନ୍ତ ରୋଗ ହୋଇଥାଏ,ତେବେ ଉକ୍ତ ବ୍ୟକ୍ତିଙ୍କ ନାମରେ ମାଅାଙ୍କୁ ପଇଡରେ ସ୍ନାନ ପୂର୍ବକ ଚନ୍ଦନ,କର୍ପୂର ଲାଗି କରାଯାଏଓ ପରେ ମାଅାଙ୍କ ଉଦ୍ଦେଶ୍ୟରେ ପଣା,କଦଳୀ ଅାଦି ଭୋଗ କରାଯାଇ ସେହି ପଣାକୁ ସିଂହ ଉପରେ ଢ଼ାଳି ଦିଅାଯାଏକିମ୍ୱା ବାହାରେ ଓଳି ସହ ରଖାଯାଇଥାଏ । ସାଧାରଣତଃ ପିଲାଙ୍କୁ ବସନ୍ତ ବା ମିଳିମିଳା ହେଲେ ଏଥିରୁ ଶୀଘ୍ର ଅାରୋଗ୍ୟ ମିଳିବା ନିମନ୍ତେ ଭକ୍ତମାନେ ବୁଢ଼ୀ ମାଅାଙ୍କୁ ଭୋଗ ଯାଚିଥାନ୍ତି । ଏପରିକି ମାଅାଙ୍କର ଲାଗି ଛଡା ଚନ୍ଦନ,ଫୁଲ ଇତ୍ୟାଦିକୁ ରୋଗୀକୁ ପ୍ରଦାନ କଲେ ସେହି ରୋଗରୁ ଅାରୋଗ୍ୟ ମିଳିଥାଏ ବୋଲି କୁହାଯାଏ । 

Share Post

Leave a Reply

Your email address will not be published. Required fields are marked *

nine + sixteen =